‘Chhava’ର ପ୍ରଶଂସାରେ ଶତମୁଖ ହେଲେ ପ୍ରଧାନମନ୍ତ୍ରୀ ମୋଦି, ଖୁସିବ୍ୟକ୍ତ କଲେ ବିକ୍କି
ମୁମ୍ବାଇ: ବକ୍ସ ଅଫିସରେ ନୂଆ ରେକର୍ଡ କରୁଛି ଅଭିନେତା ବିକ୍କି କୌଶଲଙ୍କ ଫିଲ୍ମ ‘Chhava’। ଦର୍ଶକେ ଫିଲ୍ମକୁ ବେଶ ପସନ୍ଦ କରୁଥିବାରୁ ସିନେମାହଲ୍ଗୁଡ଼ିକ ହାଉସ୍ଫୁଲ ଯାଉଛି। ଏହି କ୍ରମରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଲ୍ମକୁ ପ୍ରଶଂସାରେ ପୋତିଛନ୍ତି। ଏହାକୁ ନେଇ ବିକ୍କି ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନୂଆଦିଲ୍ଲୀ ୯୮ ଅଖିଳ ଭାରତୀୟ ମରାଠୀ ସାହିତ୍ୟ ସମ୍ମିଳନୀର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସେ ଫିଲ୍ମ ‘ଛାବା’ର ପ୍ରଶଂସା କରି କହିଥିଲେ, […] The post ‘Chhava’ର ପ୍ରଶଂସାରେ ଶତମୁଖ ହେଲେ ପ୍ରଧାନମନ୍ତ୍ରୀ ମୋଦି, ଖୁସିବ୍ୟକ୍ତ କଲେ ବିକ୍କି appeared first on Dharitri Odia News.
ମୁମ୍ବାଇ: ବକ୍ସ ଅଫିସରେ ନୂଆ ରେକର୍ଡ କରୁଛି ଅଭିନେତା ବିକ୍କି କୌଶଲଙ୍କ ଫିଲ୍ମ ‘Chhava’। ଦର୍ଶକେ ଫିଲ୍ମକୁ ବେଶ ପସନ୍ଦ କରୁଥିବାରୁ ସିନେମାହଲ୍ଗୁଡ଼ିକ ହାଉସ୍ଫୁଲ ଯାଉଛି। ଏହି କ୍ରମରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଲ୍ମକୁ ପ୍ରଶଂସାରେ ପୋତିଛନ୍ତି। ଏହାକୁ ନେଇ ବିକ୍କି ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନୂଆଦିଲ୍ଲୀ ୯୮ ଅଖିଳ ଭାରତୀୟ ମରାଠୀ ସାହିତ୍ୟ ସମ୍ମିଳନୀର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସେ ଫିଲ୍ମ ‘ଛାବା’ର ପ୍ରଶଂସା କରି କହିଥିଲେ, ଏବେ ଫିଲ୍ମ ‘ଛାବା’ ହୃଦୟ ଜିତୁଛି। କହିବାକୁ ଗଲେ ମହରାଷ୍ଟ୍ର ଏବଂ ମୁମ୍ବାଇ, ଯାହା ମରାଠୀ ସହ ହିନ୍ଦୀ ସିନେମାକୁ ନୂଆ ଦିଗ ଦେଇଛି। ଶିବାଜୀ ସାବନ୍ତଙ୍କ ମରାଠୀ ଉପନ୍ୟାସରୁ ସମ୍ଭାଜୀ ମହାରାଜଙ୍କ ବୀରତାର ପରିଚୟ ବିକ୍କିଙ୍କ ରୂପରେ ଦେଖିବାକୁ ମିଳୁଛି ବୋଲି ସେ କହିଛନ୍ତି।
ତେବେ ପ୍ରଧାନମନ୍ତ୍ରୀଙ୍କଠାରୁ ପ୍ରଶଂସା ଶୁଣି ବିକ୍କି ସୋସିଆଲ ମିଡିଆରେ ଷ୍ଟୋରୀ ଲଗାଇଛନ୍ତି। ଶବ୍ଦ ଶୁଣି ସମ୍ମାନବୋଧ ହେଲା। ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ବୋଲି ଲେଖିଛନ୍ତି।
ଫିଲ୍ମର ବ୍ୟବସାୟ ବିଷୟରେ କହିଲେ ଏହା ଫେବୃଆରୀ ୧୪ରେ ରିଲିଜ ହୋଇଥିଲା। ଏଯାବତ ସାରା ଦେଶରେ ଏହା ୨୪୨.୨୫ କୋଟି ଟଙ୍କା ରୋଜଗାର କରିସାରିଛି। ସେହିଭଳି ବିଶ୍ୱସ୍ତରରେ ଏହା ୩୦୭.୫୦ କୋଟି ରୋଜଗାର କରିଛି। ଫିଲ୍ମରେ ବିକ୍କି ସମ୍ଭାଜୀ ମହାରାଜଙ୍କ ଭୂମିକାରେ ଥିବା ବେଳେ ଅକ୍ଷୟ ଖନ୍ନା ଔରଙ୍ଗଜେବ୍ ଭୂମିକାରେ ନଜର ଆସୁଛନ୍ତି।
The post ‘Chhava’ର ପ୍ରଶଂସାରେ ଶତମୁଖ ହେଲେ ପ୍ରଧାନମନ୍ତ୍ରୀ ମୋଦି, ଖୁସିବ୍ୟକ୍ତ କଲେ ବିକ୍କି appeared first on Dharitri Odia News.