ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ଶନିବାର ପର୍ଯ୍ୟନ୍ତ କଲବଲ କରିବ ଟାଣ ଖରା

ଭୁବନେଶ୍ୱର,୪।୪: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଜିଲା ଗୁଡ଼ିକରେ ଅଧିକ ଗରମ ଅନୁଭୂତ ହେଉଛି। ଆସନ୍ତା ଶନିବାର ପର୍ଯ୍ୟନ୍ତ ପାଗରେ ପରିବର୍ତ୍ତନ ହେବ ନାହିଁ ଏବଂ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ନୟାଗଡ଼, ବୌଦ୍ଧ, କନ୍ଧମାଳ, କଟକ, ଯାଜପୁର ଏବଂ ଭଦ୍ରକ ଜିଲ୍ଲାରେ ଆଜି ଅଧିକ ଗ୍ରୀଷ୍ମପ୍ରବାହ ହେବ ବୋଲି ପାଣିପାଗ ବିଭାଗ ସତର୍କ […] The post ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ଶନିବାର ପର୍ଯ୍ୟନ୍ତ କଲବଲ କରିବ ଟାଣ ଖରା appeared first on Dharitri Odia News.

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ଶନିବାର ପର୍ଯ୍ୟନ୍ତ କଲବଲ କରିବ ଟାଣ ଖରା

ଭୁବନେଶ୍ୱର,୪।୪: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଜିଲା ଗୁଡ଼ିକରେ ଅଧିକ ଗରମ ଅନୁଭୂତ ହେଉଛି। ଆସନ୍ତା ଶନିବାର ପର୍ଯ୍ୟନ୍ତ ପାଗରେ ପରିବର୍ତ୍ତନ ହେବ ନାହିଁ ଏବଂ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି।

ନୟାଗଡ଼, ବୌଦ୍ଧ, କନ୍ଧମାଳ, କଟକ, ଯାଜପୁର ଏବଂ ଭଦ୍ରକ ଜିଲ୍ଲାରେ ଆଜି ଅଧିକ ଗ୍ରୀଷ୍ମପ୍ରବାହ ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ସେହିଭଳି ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, ମାଲକାନଗିରି, କେନ୍ଦୁଝର, କନ୍ଧମାଳ ଏବଂ ନୟାଗନରେ ରାତି ତାପମାତ୍ରା ବୃଦ୍ଧି ପାଇବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ଗତକାଲି ରାଜ୍ୟର ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିଲା।

ବୌଦ୍ଧରେ ୪୧ ଦଶମିକ ୮ ଡିଗ୍ରୀ, ମାଲକାନଗରିରେ ୪୧ ଦଶମିକ ୬, ଟିଟିଲାଗଡ଼ ଓ ବଲାଙ୍ଗିରରେ ୪୧ ଦଶମିକ ୫ ଡିଗ୍ରୀ ରେକର୍ଡ଼ କରାଯାଇଥିଲା । ଗ୍ରୀଷ୍ମପ୍ରବାହର ମାତ୍ରା ବୃଦ୍ଧି ପାଉଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ରାଜ୍ୟରେ ନିଆଯାଉଥିବା ଅଂଶୁଘାତ ଏବଂ ଅନ୍ୟ ଆବଶ୍ୟକ ପଦକ୍ଷେପଗୁଡ଼ିକର ସମୀକ୍ଷା କରାଯାଇଥିଲା।

The post ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ଶନିବାର ପର୍ଯ୍ୟନ୍ତ କଲବଲ କରିବ ଟାଣ ଖରା appeared first on Dharitri Odia News.