କାକଟପୁର: ଝଡ଼ ପୂର୍ବର ନୀରବତା

ଅସ୍ତରଙ୍ଗ,୧୩।୩(ପ୍ରଦୀପ୍ତ ଦୀକ୍ଷିତ): ଆଉ ହୋ ହାଲ୍ଲା, ନାରାବାଜି ନାହିଁ। ସଭାସମିତି ଏକ ରକମର ବନ୍ଦ। ଟିକେଟ ଲବିରେ ଅଚାନକ ଯେମିତି ତାଲା ପଡିଯାଇଛି। ସପ୍ତାହକ ଭିତରେ ସବୁକିଛି ବଦଳିଯାଇଛି। ମେଣ୍ଟ ଚର୍ଚ୍ଚା ଜୋର ଧରିଥିବା ବେଳେ ନେତା, କର୍ମକର୍ତ୍ତା ସବୁ ଉପରକୁ ଅନେଇ ବସିଛନ୍ତି। ଏବେ ଅନେକ ପ୍ରଶ୍ନ ବିଜେଡି – ଭାଜପା ମେଣ୍ଟ ହେବ କି ନାହିଁ। ମେଣ୍ଟ ଉପରେ ହିଁ ସଭିଙ୍କ ଆଖି। କିଏ କେଉଁ ଆସନରୁ ଲଢ଼ିବେ। ଟିକେଟ ମିଳିବ କି ନାହିଁ। […] The post କାକଟପୁର: ଝଡ଼ ପୂର୍ବର ନୀରବତା appeared first on Dharitri Odia News.

କାକଟପୁର: ଝଡ଼ ପୂର୍ବର ନୀରବତା

ଅସ୍ତରଙ୍ଗ,୧୩।୩(ପ୍ରଦୀପ୍ତ ଦୀକ୍ଷିତ): ଆଉ ହୋ ହାଲ୍ଲା, ନାରାବାଜି ନାହିଁ। ସଭାସମିତି ଏକ ରକମର ବନ୍ଦ। ଟିକେଟ ଲବିରେ ଅଚାନକ ଯେମିତି ତାଲା ପଡିଯାଇଛି। ସପ୍ତାହକ ଭିତରେ ସବୁକିଛି ବଦଳିଯାଇଛି। ମେଣ୍ଟ ଚର୍ଚ୍ଚା ଜୋର ଧରିଥିବା ବେଳେ ନେତା, କର୍ମକର୍ତ୍ତା ସବୁ ଉପରକୁ ଅନେଇ ବସିଛନ୍ତି। ଏବେ ଅନେକ ପ୍ରଶ୍ନ ବିଜେଡି – ଭାଜପା ମେଣ୍ଟ ହେବ କି ନାହିଁ। ମେଣ୍ଟ ଉପରେ ହିଁ ସଭିଙ୍କ ଆଖି। କିଏ କେଉଁ ଆସନରୁ ଲଢ଼ିବେ। ଟିକେଟ ମିଳିବ କି ନାହିଁ। ରାଜନୈତିକ ଭବିଷ୍ୟତ କ’ଣ ହେବ? ଏସବୁର ଉତ୍ତର କେହି ଦେଉନାହାନ୍ତି। ଏମିତି ଅଦ୍ଭୁତ ସ୍ଥିତିକୁ ନେଇ ସମସ୍ତେ ଦ୍ୱନ୍ଦ୍ୱରେ ଓ ତାହାହିଁ ଆଲୋଚନାକୁ ଖୋରାକ ଯୋଗାଇ ଚାଲିଛି ବୋଲି କୁହାଯାଉଛି।
ବର୍ଷ ଧରି କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀର ଅସ୍ତରଙ୍ଗରେ ଉଭୟ ବିଜେଡି-ଭାଜପା ପ୍ରତିଦ୍ବନ୍ଦୀ ସଙ୍ଗଠନ ମଜଭୁତ କରି ଚାଲିଥିଲେ। କିଛି ଦିନ ତଳେ ବିଭିନ୍ନ କାର୍ଯ୍ୟକ୍ରମରେ ମୁହାଁମୁହିଁ ମଧ୍ୟ ହୋଇଥିଲେ। ପୁରୁଖା ନେତା ହୁଅନ୍ତୁ କି ନବାଗତ, ସବୁ ଟିକେଟ ଲବି ଆରମ୍ଭ କରି ଦେଇଥିଲେ। ହଠାତ୍‌ ଏ ସବୁ ଏକରକମ ବନ୍ଦ ହୋଇଯାଇଛି। ଆଗକୁ ବଢ଼ିବାକୁ କେହି ସାହସ ଜୁଟାଇ ପାରୁନାହାନ୍ତି। କାହା ଭାଗରେ ଆସନ ପଡ଼ିବ, ତାହାକୁ ନେଇ ଦ୍ୱନ୍ଦ୍ୱରେ ଦୁଇ ଦଳ। ଅନ୍ୟ ଦଳକୁ ଡେଇଁବାକୁ ଯୋଜନା କରିଥିବା ନେତା ବି ଘରୁ ଗୋଡ଼ କାଢ଼ିି ପାରୁନାହାନ୍ତି। କାହାକୁ ଭରସା କରିବେ। ମେଣ୍ଟ ହେଲେ କିଏ ନେବେ ବିଧାୟକ ଟିକେଟ। କେବଳ ନେତା ନୁହଁନ୍ତି, ଉଭୟ ଦଳ କର୍ମୀଙ୍କ ଭିତରେ ବି ଅସମ୍ଭବ ନୀରବତା। କିଛି ଦିନ ହେବ ଉଭୟ ଶିବିରରୁ ପରସ୍ପର ବିରୋଧରେ ପ୍ରାୟ କେହି ମୁହଁ ଖୋଲୁନାହାନ୍ତି। ବିଜେଡି, ଅସନ୍ତୁଷ୍ଟ ବିଜେଡି, ଭାଜପା ଚୁପଚାପ୍‌ ଥିବାବେଳେ କଂଗ୍ରେସ ଅନେଇ ରହିଛି ମେଣ୍ଟ ଖବରକୁ। ଚାରିଆଡ଼େ ଏବେ ଝଡ଼ ପୂର୍ବର ନୀରବତା ସ୍ଥିତି।

 

The post କାକଟପୁର: ଝଡ଼ ପୂର୍ବର ନୀରବତା appeared first on Dharitri Odia News.