ଆରମ୍ଭହେଲା ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା, ଅସ୍ଥାୟୀ ମନ୍ଦିରରେ ବିଜେ କଲେ ପଞ୍ଚ ଠାକୁରାଣୀ

ପୁରୁଷୋତ୍ତମପୁର,୮।୫(ସିମାଞ୍ଚଳ ମିଶ୍ର)ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ଐତିହାସିକ ପଞ୍ଚଠାକୁରାଣୀଙ୍କ ଯାତ୍ରା ବୁଧବାରଠାରୁ ଆରମ୍ଭ ହୋଇଛି। ମା’ କନକା ଠାକୁରାଣୀଙ୍କସମେତ କାଳୁଆ, ତାରାତାରିଣୀ,କାଳୀ ଓ ଫୁଲସୁନ୍ଦରୀ ଠାକୁରାଣୀ ଅସ୍ଥାୟୀ ମଣ୍ଡପରେ ବିଜେ କରାଇ ପୂଜାର୍ଚ୍ଚନାକରିଛନ୍ତି । ଯାତ୍ରା ଅଧିକାରୀ ରମାକାନ୍ତ ଦାଶଙ୍କ ତତ୍ତ୍ୱାବଧାନରେ ପରମ୍ପରା ଅନୁସାରେ ୫ ଜଣ ଗୋପାଳ ସମ୍ପ୍ରଦାୟର ପୁରୁଷ ବଡବଜାରସ୍ଥିତ ଅସ୍ଥାୟୀ ମନ୍ଦିର ନିକଟରୁ ଫୁଲଚାଙ୍ଗୁଡି ଧରି ବିରାଟ ପଟୁଆରର ଶୋଭାଯାତ୍ରାରେ ଚାରୀ ଠାକୁରାଣୀଙ୍କ ମୁଖ୍ୟ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ପୂଜକମାନେ ପୂଜାର୍ଚ୍ଚନା କରି ମା’ଙ୍କୁ […] The post ଆରମ୍ଭହେଲା ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା, ଅସ୍ଥାୟୀ ମନ୍ଦିରରେ ବିଜେ କଲେ ପଞ୍ଚ ଠାକୁରାଣୀ appeared first on Dharitri Odia News.

ଆରମ୍ଭହେଲା ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା, ଅସ୍ଥାୟୀ ମନ୍ଦିରରେ ବିଜେ କଲେ ପଞ୍ଚ ଠାକୁରାଣୀ

ପୁରୁଷୋତ୍ତମପୁର,୮।୫(ସିମାଞ୍ଚଳ ମିଶ୍ର)ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ଐତିହାସିକ ପଞ୍ଚଠାକୁରାଣୀଙ୍କ ଯାତ୍ରା ବୁଧବାରଠାରୁ ଆରମ୍ଭ ହୋଇଛି। ମା’ କନକା ଠାକୁରାଣୀଙ୍କସମେତ କାଳୁଆ, ତାରାତାରିଣୀ,କାଳୀ ଓ ଫୁଲସୁନ୍ଦରୀ ଠାକୁରାଣୀ ଅସ୍ଥାୟୀ ମଣ୍ଡପରେ ବିଜେ କରାଇ ପୂଜାର୍ଚ୍ଚନାକରିଛନ୍ତି । ଯାତ୍ରା ଅଧିକାରୀ ରମାକାନ୍ତ ଦାଶଙ୍କ ତତ୍ତ୍ୱାବଧାନରେ ପରମ୍ପରା ଅନୁସାରେ ୫ ଜଣ ଗୋପାଳ ସମ୍ପ୍ରଦାୟର ପୁରୁଷ ବଡବଜାରସ୍ଥିତ ଅସ୍ଥାୟୀ ମନ୍ଦିର ନିକଟରୁ ଫୁଲଚାଙ୍ଗୁଡି ଧରି ବିରାଟ ପଟୁଆରର ଶୋଭାଯାତ୍ରାରେ ଚାରୀ ଠାକୁରାଣୀଙ୍କ ମୁଖ୍ୟ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ପୂଜକମାନେ ପୂଜାର୍ଚ୍ଚନା କରି ମା’ଙ୍କୁ ନିମନ୍ତ୍ରଣ କରି ଆଣିଥିଲେ । ମାତ୍ର ଫୁଲସୁନ୍ଦରାଙ୍କୁ ମନ୍ଦିରକୁ ଯାଇ ଆମନ୍ତ୍ରିତ କରିଆଣିବା ପରିବର୍ତ୍ତେ ସହର ଉପକଣ୍ଠ ମନ୍ଦିର ସମୁଖ ଆସିକା – ହୁମା ରାସ୍ତାର କାଳୀମନ୍ଦିର ଛକ ନିକଟରେଥିବା ଏକ କଲଭର୍ଟ ଉପରୁ ଆମନ୍ତ୍ରଣକରି ଆଣିଥିଲେ। ଏହାକୁ ଦେଖିବାଲାଗି ଶହଶହ ସଂଖ୍ୟାରେ ଲୋକଙ୍କ ଭିଡ ଲାଗିଥିଲା। ଦୀର୍ଘବର୍ଷ ତଳେ ଏକ ବିବାଦୀୟ ଘଟଣାକୁ ନେଇ କଟକଣା ରହିଥିବାହେତୁ ସେତେବେଳଠାରୁ ଫୁଲସୁନ୍ଦରୀଙ୍କୁ ତାଙ୍କ
ମୁଖ୍ୟମନ୍ଦିର ପରିବର୍ତ୍ତେ କଲଭର୍ଟ ଉପରୁ ଆମନ୍ତ୍ରଣ କରାଯାଉଛି। ଦୁଇ ବର୍ଷରେ ଥରେ ସହରକୁ ମା’ ପଞ୍ଚ ଠାକୁରାଣୀ ଆସୁଥିବାରୁ ସମଗ୍ର ସହର ଲୋକାରଣ୍ୟ ହୋଇପଡିଛି । ଏହି ଯାତ୍ରା ଦୀର୍ଘ ୩୧ଦିନ ଧରି ଚାଲିବା ପରେ ଜୁନ ୮ ତାରିଖରେ ଶେଷ ହେବ । ଯାତ୍ରା କମିଟି ସଭାପତି ରବିନ୍ଦ୍ରକୁମାର ପାତ୍ର, ଉପ ସଭାପତି କ୍ରୁଷ୍ଣଚନ୍ଦ୍ର ପଣ୍ଡା, ସମ୍ପାଦକ ତ୍ରୀନାଥ ପଣ୍ଡା ସହ ସମ୍ପାଦକ ରବିନାରାୟଣ ପଣ୍ଡା ଓ କୋଷାଧକ୍ଷ ରବିନ୍ଦ୍ରକୁମାର ଦାଶଙ୍କ ସମେତ କମିଟିର ସମସ୍ତ ସଭ୍ୟ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବେଳେ ସହରବାସୀ ସହଯୋଗ କରିବାରେ ଲାଗିଛନ୍ତି ।

The post ଆରମ୍ଭହେଲା ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା, ଅସ୍ଥାୟୀ ମନ୍ଦିରରେ ବିଜେ କଲେ ପଞ୍ଚ ଠାକୁରାଣୀ appeared first on Dharitri Odia News.