ଟିକେଟ୍‌ ଫାଇନାଲ! କନ୍ଧମାଳରୁ ସିଦ୍ଧାନ୍ତ, କଟକରୁ…

ଭୁବନେଶ୍ୱର,୨୯।୩: ମୁଣ୍ଡ ଉପରେ ନିର୍ବାଚନ। ମେଣ୍ଟ ଅଙ୍କକଷା ଫେଲ୍‌ ମାରିଥିବାବେଳେ ଏବେ ଏକାକୀ ଲଢିବା ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ଦୁଇ ଦଳ। ଓଡ଼ିଶାର ଗୋଟିଏ ଗୋଟିଏ ଜିଲାରେ ହେଭଓ୍ବେଟ ଏମପିଙ୍କୁ ଟିକେଟ୍‌ ଦେଇଛି ଭାଜପା । ଯେପରି ଜଣେ କେହି ବି ଫେଲ୍‌ ମାରିବେନି। ଦେଖି ଚାହିଁ ହାତେ ମାପି ଚାଖେଣ୍ଡେ ରଖି ଗୋଟି ଚାଳନା କରିଛି। ଭାଜପାର ଲୋକ ସଭା ପ୍ରାର୍ଥୀ ତାଲିକା ଦେଖିଲେ ଯେ କେହି ବି କହିଦେବ ଦଳ ରିସ୍କ […] The post ଟିକେଟ୍‌ ଫାଇନାଲ! କନ୍ଧମାଳରୁ ସିଦ୍ଧାନ୍ତ, କଟକରୁ… appeared first on Dharitri Odia News.

ଟିକେଟ୍‌ ଫାଇନାଲ! କନ୍ଧମାଳରୁ ସିଦ୍ଧାନ୍ତ, କଟକରୁ…

ଭୁବନେଶ୍ୱର,୨୯।୩: ମୁଣ୍ଡ ଉପରେ ନିର୍ବାଚନ। ମେଣ୍ଟ ଅଙ୍କକଷା ଫେଲ୍‌ ମାରିଥିବାବେଳେ ଏବେ ଏକାକୀ ଲଢିବା ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ଦୁଇ ଦଳ। ଓଡ଼ିଶାର ଗୋଟିଏ ଗୋଟିଏ ଜିଲାରେ ହେଭଓ୍ବେଟ ଏମପିଙ୍କୁ ଟିକେଟ୍‌ ଦେଇଛି ଭାଜପା । ଯେପରି ଜଣେ କେହି ବି ଫେଲ୍‌ ମାରିବେନି। ଦେଖି ଚାହିଁ ହାତେ ମାପି ଚାଖେଣ୍ଡେ ରଖି ଗୋଟି ଚାଳନା କରିଛି। ଭାଜପାର ଲୋକ ସଭା ପ୍ରାର୍ଥୀ ତାଲିକା ଦେଖିଲେ ଯେ କେହି ବି କହିଦେବ ଦଳ ରିସ୍କ ନେବାକୁ ଚାହିନି। ଗତକାଲି ଅର୍ଥାତ୍‌ ଗୁରୁବାର ବିଜେଡିର ବହୁ ତୁଙ୍ଗନେତା ଯଥାକ୍ରମେ ରାଜନେତା, ଅଭିନେତା ଓ ପଦ୍ମଶ୍ରୀ ସମ୍ମାନିତା ପଦ୍ମ ଧରିଛନ୍ତି । ଏହି ବଡ଼ ନେତାଙ୍କୁ ଭାଜପା କେଉଁଠି ଟିକେଟ୍‌ ଦେବ ସେ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି।

ତେବେ ଭାଜପାର ପୂର୍ବ ତାଲିକାରେ ବହୁ ତୁଙ୍ଗ ନେତାଙ୍କ ଟିକେଟ୍‌ କଟିଥିବାବେଳେ ଘୋଷଣା ହେବାକୁ ଥିବା ବିଧାନସଭା ପ୍ରାର୍ଥୀ ତାଲିକାରେ କାହାର ଟିକେଟ୍‌ କଟିବ ଏନେଇ ପ୍ରାର୍ଥୀଙ୍କ ଛାତିରେ ଛନକା ପଶିଛି। କାହାକୁ ଟିକେଟ୍‌ ଦିଆଯିବ ଆଉ କାହାର କଟିବ ଏନେଇ ଶୀର୍ଷନେତା ତର୍ଜମା କରୁଛନ୍ତ। ନିକଟରେ ଯୋଗ ନେଇଥିବା ହେଭିଓ୍ବେଟ ନେତାଙ୍କୁ କେଉଁଠି ଟିକେଟ୍‌ ଦିଆଯିବ, କାହାର ବିଜୟ ସମ୍ଭାବନା ଅଧିକ ଏଭଳି ବିଭିନ୍ନ ଦିଗକୁ ନେଇ ଆଲୋଚନା ଚାଲିଛି ।

ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କି ଲୋକ ସଭା ନିର୍ବାଚନ ଜିତିବା ପାଇଁ ଭାଜପା ଧୀରେଧୀରେ ବଳ ଗୋଟାଉଛି। ଭାଜପାରି ଶକ୍ତି ବଢୁଛି । ଜଣେ ପରେ ଜଣେ ତୁଙ୍ଗ ରାଜନେତା ପଦ୍ମ ଧରୁଛନ୍ତି । ଟପ୍‌ ଲିଡର ଭର୍ତ୍ତୃହରି ମହତାବ ଭାଜପାରେ ମିଶିବା ପରେ ତାଙ୍କୁ କଟକ ଲୋକ ସଭା ଆସନରୁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ସେହିପରି ଭର୍ତ୍ତୃହରିଙ୍କ ସହ ଭାଜପାରେ ମିଶିଥିବା ସିଦ୍ଧାନ୍ତ ମହାପାତ୍ର ଓ ପଦ୍ମଶ୍ରୀ ଦୟମନ୍ତୀ ବେଶ୍ରାଙ୍କୁ ମଧ୍ୟ ଭାଜପା ଟିକେଟ ଦେଇପାରେ ବୋଲି କୁହାଯାଉଛି । କନ୍ଧମାଳ ଲୋକସଭା ଆସନରୁ ସିଦ୍ଧାନ୍ତ ଓ ମୟୂରଭଞ୍ଜର ରାଇରଙ୍ଗପୁର ବିଧାନସଭା କ୍ଷେତ୍ରରୁ ଦମୟନ୍ତୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଦିଲ୍ଲୀ ଯାଇ ଭାଜପାରେ ମିଶିବା ପରେ ଭର୍ତ୍ତୃହରି ମହତାବ, ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରାଙ୍କ ଅଗାମୀ ନିର୍ବାଚନୀ ରଣନୀତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି, କଟକ ଲୋକ ସଭା ଆସନରୁ ଭାଜପାର ପ୍ରାର୍ଥୀ ହୋଇପାରନ୍ତି ଭର୍ତ୍ତୃହରି । ୧୯୯୮ରୁ ଲଗାତର ଛଅ ଛଅ ଥର ଜିତି ଆସିଥିବା ଭର୍ତ୍ତୃହରିଙ୍କୁ ବିଜେଡିର ସଂତୃପ୍ତ ମିଶ୍ରଙ୍କ ବିରୋଧରେ ପ୍ରାର୍ଥୀ କରି ବିଜୟୀ ହେବାକୁ ପ୍ଲାନ କରିଛି ଭାଜପା ।
୨୦୦୯ ଓ ୨୦୧୪ରେ ବ୍ରହ୍ମପୁର ଲୋକ ସଭା ଆସନରୁ ବିଜେଡି ଟିକେଟରୁ ଲଢ଼ି ବିଜୟୀ ହୋଇଥିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ଏଥର ବ୍ରହ୍ମପୁର ଲୋକସଭା ଆସନରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ଭାଜପା ଟିକେଟ ଦେଇଥିବାରୁ ସିଦ୍ଧାନ୍ତଙ୍କୁ ବ୍ରହ୍ମପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି । ଆଉ ଯଦି ବ୍ରହ୍ମପୁର ନ ହୁଏ, ତା’ହେଲେ କନ୍ଧମାଳ ଲୋକସଭା ଆସନରୁ ସିଦ୍ଧାନ୍ତଙ୍କୁ ଛିଡ଼ା କରିପାରେ ଭାଜପା । ଯେଉଁଥିରେ ଅଚ୍ୟୁତ ସାମନ୍ତଙ୍କୁ ଟିକେଟ୍‌ ଦେଇଛି ବିଜେଡି।

ସେହିପରି ବିଶିଷ୍ଟ ସାନ୍ତାଳି ଲେଖିକା ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ପୁସ୍ତକ ଲେଖୁଛନ୍ତି । ଆଉ ସେ ଆଦିବାସୀ ଚେହେରା ହୋଇଥିବାରୁ ରାଷ୍ଟ୍ରପତିଙ୍କ ଜନ୍ମମାଟି ରାଇରଙ୍ଗପୁର ବିଧାନସଭା କ୍ଷେତ୍ରରୁ ଦମୟନ୍ତୀଙ୍କୁ ପ୍ରାର୍ଥୀ କରିବା ପାଇଁ ଭାଜପା ଚିନ୍ତା କରୁଥିବାଅନୁମାନ କରାଯାଉଛି । ଭାଜପା ୧୮ ଲୋକ ସଭା ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଉ ୩ ଟି ଆସନ ବାକି ରହିଛି । ଯାହା ଭିତରୁ ଭର୍ତ୍ତୃହରି ଓ ସିଦ୍ଧାନ୍ତଙ୍କ ରହିପାରେ ବୋଲି କୁହାଯାଉଛି ।

 

The post ଟିକେଟ୍‌ ଫାଇନାଲ! କନ୍ଧମାଳରୁ ସିଦ୍ଧାନ୍ତ, କଟକରୁ… appeared first on Dharitri Odia News.