ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ
ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨ ଶହ ଗ୍ରାମ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚୋରା ଚାଲାଣ ମାମଲାରେ ସମ୍ପୃକ୍ତ ଗଜପତି ଜିଲା ମୋହନା ଖ୍ରୀଷ୍ଟିଆନ ସାହିର ଶ୍ରବଣ ବଳିୟାର ସିଂ ଙ୍କୁ ପୋଲିସ ଗିରଫ କରି ବ୍ରହ୍ମପୁର ଜିଲା ଦୌରା ଜଜ କୋର୍ଟକୁ ପଠାଇଛି। ଥାନା ମାମଲା ନଂ.୪୨୫/୨୪ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ […] The post ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ appeared first on Dharitri Odia News.
ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨ ଶହ ଗ୍ରାମ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚୋରା ଚାଲାଣ ମାମଲାରେ ସମ୍ପୃକ୍ତ ଗଜପତି ଜିଲା ମୋହନା ଖ୍ରୀଷ୍ଟିଆନ ସାହିର ଶ୍ରବଣ ବଳିୟାର ସିଂ ଙ୍କୁ ପୋଲିସ ଗିରଫ କରି ବ୍ରହ୍ମପୁର ଜିଲା ଦୌରା ଜଜ କୋର୍ଟକୁ ପଠାଇଛି। ଥାନା ମାମଲା ନଂ.୪୨୫/୨୪ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ରବିବାର ପାଟପୁର ଥାନା ଏସ.ଆଇ ଶ୍ରୀନିବାସ ଦାସ, ଏଏସଆଇ ସୁଧୀର ନାୟକ ସଦଳବଳେ ତପ୍ତପାଣି,ପୋଡ଼ାମାରି,କଂସାମାରି, ଧରମପୁର ଗ୍ରାମ ମୁଖ୍ୟରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ଧରମପୁର ଗାଁ ଶେଷମୁଣ୍ଡରେ ଥିବା ଶ୍ମସାନ ନିକଟରେ ଅଭିଯୁକ୍ତ ଶ୍ରବଣ ଠିଆ ହୋଇଥିଲେ। ତାଙ୍କୁ ପୋଲିସ ଟିମ ଅଟକାଇ ପଚରାଉଚୁରା କରିବାପରେ ତାଙ୍କ ଗତିବିଧି ଉପରେ ସନ୍ଦେହ ହୋଇଥିଲା। ପରେ ସେ ଠିଆ ହୋଇଥିବା ଶ୍ମଶାନ ରାସ୍ତାକ ରେ ପୋଲିସ ଟିମ ଖାନ ତଲାସ କରିବାରୁ ୫ଟି ଜରିଅଖା ମିଳିଥିଲା। ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା। ପୋଲିସ ଟିମ ଗଞ୍ଜେଇ ଭର୍ତ୍ତି ଜରିଅଖା ଜବତ କରିବା ସହ ତାଙ୍କୁ ଥାନାକୁ ଉଠାଇ ଆଣିଥିଲା। ଏନେଇ ଏସ.ଆଇ ଶ୍ରୀନିବାସ ଦାସ ଥାନାରେ ଏତଲା ଦେଇଥିଲେ। ଥାନା ଆଇଆଇସି ଅଜୟ କୁମାର ସ୍ବାଇଁ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିବା ସହ ଆସିକା ଏସଡିପିଓ ସଞ୍ଜୟ କୁମାର ମହାପାତ୍ରଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯାଇଥିଲା।
The post ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ appeared first on Dharitri Odia News.