କାଳ ବୈଶାଖୀରେ କ୍ଷୟକ୍ଷତି ଆକଳନ କଲା ରାଜସ୍ୱ ବିଭାଗ

ପାଟଣା : ପାଟଣା ବ୍ଲକ ଅଞ୍ଚଳରେ  କାଳ ବୈଶାଖୀ ପ୍ରଭାବ ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଏ ସଂକ୍ରାନ୍ତରେ ରାଜସ୍ୱ ବିଭାଗ କ୍ଷୟକ୍ଷତି ର ଆକଳନ କରାଯାଇଥିଲା । ପାଟଣା ରାଜସ୍ୱ ନିରୀକ୍ଷକ ଶ୍ରୀଧର ନାଏକ ସମେତ ବିଦ୍ୟୁତ କର୍ମଚାରୀ ସମ୍ପୃକ୍ତ ଅଞ୍ଚଳକୁ ଯାଇ କ୍ଷୟକ୍ଷତି ଆକଳନ କରିଛନ୍ତି। ବିଭିନ୍ନ ଗ୍ରାମରେ ମୋଟ ୧୬ ଜଣଙ୍କ ଆଜବେଷ୍ଟସ୍ ଓ ଟାଇଲ  ଘରର ଛପର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୦ରୁ ଉର୍ଦ୍ଧ ବିଦ୍ୟୁତ ଖୁଣ୍ଟ ସହ  […]

କାଳ ବୈଶାଖୀରେ କ୍ଷୟକ୍ଷତି ଆକଳନ କଲା ରାଜସ୍ୱ ବିଭାଗ
ପାଟଣା : ପାଟଣା ବ୍ଲକ ଅଞ୍ଚଳରେ  କାଳ ବୈଶାଖୀ ପ୍ରଭାବ ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଏ ସଂକ୍ରାନ୍ତରେ ରାଜସ୍ୱ ବିଭାଗ କ୍ଷୟକ୍ଷତି ର ଆକଳନ କରାଯାଇଥିଲା । ପାଟଣା ରାଜସ୍ୱ ନିରୀକ୍ଷକ ଶ୍ରୀଧର ନାଏକ ସମେତ ବିଦ୍ୟୁତ କର୍ମଚାରୀ ସମ୍ପୃକ୍ତ ଅଞ୍ଚଳକୁ ଯାଇ କ୍ଷୟକ୍ଷତି ଆକଳନ କରିଛନ୍ତି। ବିଭିନ୍ନ ଗ୍ରାମରେ ମୋଟ ୧୬ ଜଣଙ୍କ ଆଜବେଷ୍ଟସ୍ ଓ ଟାଇଲ  ଘରର ଛପର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୦ରୁ ଉର୍ଦ୍ଧ ବିଦ୍ୟୁତ ଖୁଣ୍ଟ ସହ  ଏକ ଟ୍ରାନ୍ସଫର୍ମର ନଷ୍ଟ ହୋଇ ଥିବା ଜଣା ପଡ଼ିଛି। ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଥିବାରୁ ୧୦ ରୁ ଉର୍ଦ୍ଧ ଗାଁକୁ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି। ତୁରନ୍ତ ମରାମତି କରି ବିଦ୍ୟୁତ ସେବା ଯୋଗାଇ ଦିଆଯିବା ସହ ତଦନ୍ତ ପରେ  କ୍ଷତ୍ରିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପାଟଣା ରାଜସ୍ୱ ନିରୀକ୍ଷକ ଶ୍ରୀଧର ନାଏକ ସୂଚନା ଦେଇଛନ୍ତି।