ଜିଲାସ୍ତରୀୟ ମୋ ଜଙ୍ଗଲ ଜମି ଯୋଜନା କର୍ମଶାଳା

ଗୁରୁଡିଝାଟିଆ: ଜିଲାପାଳ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଜିଲା ସ୍ତରୀୟ ମୋ ଜଙ୍ଗଲ ଜମି ଯୋଜନା କର୍ମଶାଳା ଅନୁଷ୍ଠିତ ହୋଇଛି । ଭାରପ୍ରାପ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ ଆନୁଷ୍ଠାନିକଭାବେ କର୍ମଶାଳାକୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରି ଯୋଜନାର ଉଦ୍ଦେଶ୍ୟକୁ ସଫଳ ମଣ୍ଡିତ କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ କର୍ମଶାଳାରେ ଆଠଗଡ ଉପଜିଲାପାଳ ପ୍ରଶାନ୍ତ କୁମାର ତରାଇ, ଜିଲା ମଙ୍ଗଳ ଅଧିକାରୀ ସୁଶ୍ରୀ ମଧୁସ୍ମିତା ମହାପାତ୍ର, ଆଠଗଡ ସହକାରୀ ବନସଂରକ୍ଷକ ଡାକ୍ତର ଚିଚିଲିଚି […]

ଜିଲାସ୍ତରୀୟ ମୋ ଜଙ୍ଗଲ ଜମି ଯୋଜନା କର୍ମଶାଳା

ଗୁରୁଡିଝାଟିଆ: ଜିଲାପାଳ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଜିଲା ସ୍ତରୀୟ ମୋ ଜଙ୍ଗଲ ଜମି ଯୋଜନା କର୍ମଶାଳା ଅନୁଷ୍ଠିତ ହୋଇଛି । ଭାରପ୍ରାପ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ ଆନୁଷ୍ଠାନିକଭାବେ କର୍ମଶାଳାକୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରି ଯୋଜନାର ଉଦ୍ଦେଶ୍ୟକୁ ସଫଳ ମଣ୍ଡିତ କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ କର୍ମଶାଳାରେ ଆଠଗଡ ଉପଜିଲାପାଳ ପ୍ରଶାନ୍ତ କୁମାର ତରାଇ, ଜିଲା ମଙ୍ଗଳ ଅଧିକାରୀ ସୁଶ୍ରୀ ମଧୁସ୍ମିତା ମହାପାତ୍ର, ଆଠଗଡ ସହକାରୀ ବନସଂରକ୍ଷକ ଡାକ୍ତର ଚିଚିଲିଚି ବିଶ୍ୱାଳ ଜିଲାର ସମସ୍ତ ତହସିଲଦାର,ଜିଲାସ୍ତରୀୟ ଜଙ୍ଗଲଅଧିକାରୀ, ସମସ୍ତ ଅତିରିକ୍ତ ମଙ୍ଗଳଅଧିକାରୀ, ବ୍ଲକ ମଙ୍ଗଳ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ସମସ୍ତ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ତଥା ଗୋଷ୍ଠୀଗତ ଅଧିକାର ଶିରୋନାମା ପ୍ରସ୍ତତ କରି ଉପଖଣ୍ଡ ସ୍ତରରେ ଜିଲା କମିଟିକୁ ଆସନ୍ତା ଅଗଷ୍ଟ ୧୬ ତାରିଖ ସୁଦ୍ଧା ପ୍ରେରଣ କରିବା ନିମନ୍ତେ ପରାମର୍ଶ ଦିଆଯାଇଥିଲା । ଏଥିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ଶିରୋନାମା ପ୍ରଦାନ ତଥା ହିତାଧିକାରୀମାନଙ୍କୁ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରି ଜଙ୍ଗଲ ଅଧିକାର ସପ୍ତାହ ଆସନ୍ତା ଅଗଷ୍ଟ ୯ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ପାଳନ କରିବା ନିମନ୍ତେ ସ୍ଥିରିକୃତ ହୋଇଛି । କାର୍ଯ୍ୟକ୍ରମକୁ ଜିଲା ଅତିରିକ୍ତ ମଙ୍ଗଳ ଅଧିକାରୀ ଅନ୍ନପୂର୍ଣ୍ଣା ଦେବୀ ପରିଚଳାନା କରିଥିବା ବେଳେ ଆଠଗଡ ଅତିରିକ୍ତ ମଙ୍ଗଳ ଅଧିକାରୀ ହେମନ୍ତ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।