ବିହାରକୁ ବଡ଼ ଝଟ୍କା ଦେଲେ ମୋଦି ସରକାର, ଆଉ ମିଳିବନି…
ନୂଆଦିଲ୍ଲୀ, ୨୨।୭: ମୋଦି ସରକାରଙ୍କ ତୃତୀୟ ପାଳି ବଜେଟ୍ ଆସନ୍ତାକାଲି ଅର୍ଥାତ ଜୁଲାଇ ୨୩ ତାରିଖରେ ସଂସଦରେ ଉପସ୍ଥାପନ ହେବାକୁ ଯାଉଛି । ଏହାର ଠିକ୍ ପୂର୍ବରୁ ବିହାରକୁ ବଡ଼ ଝଟ୍କା ଲାଗିଛି । ବିହାରର ସ଼୍ବତନ୍ତ୍ର ରାଜ୍ୟ ଦାବିକୁ ନେଇ ମୋଦି ସରକାର ଜବାବ ରଖିଛନ୍ତି । ରାଜ୍ୟ ଅର୍ଥମନ୍ତ୍ରୀ ପଙ୍କଜ ଚୌଧରୀ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ ଅନ୍ତଃ ମନ୍ତ୍ରାଳୟ ସମୂହର ୨୦୧୨ ରିପୋର୍ଟ ଆଧାରରେ ବିହାରକୁ ସ଼୍ବତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯାଇପାରିବ ନାହିଁ […] The post ବିହାରକୁ ବଡ଼ ଝଟ୍କା ଦେଲେ ମୋଦି ସରକାର, ଆଉ ମିଳିବନି… appeared first on Dharitri Odia News.
ନୂଆଦିଲ୍ଲୀ, ୨୨।୭: ମୋଦି ସରକାରଙ୍କ ତୃତୀୟ ପାଳି ବଜେଟ୍ ଆସନ୍ତାକାଲି ଅର୍ଥାତ ଜୁଲାଇ ୨୩ ତାରିଖରେ ସଂସଦରେ ଉପସ୍ଥାପନ ହେବାକୁ ଯାଉଛି । ଏହାର ଠିକ୍ ପୂର୍ବରୁ ବିହାରକୁ ବଡ଼ ଝଟ୍କା ଲାଗିଛି । ବିହାରର ସ଼୍ବତନ୍ତ୍ର ରାଜ୍ୟ ଦାବିକୁ ନେଇ ମୋଦି ସରକାର ଜବାବ ରଖିଛନ୍ତି । ରାଜ୍ୟ ଅର୍ଥମନ୍ତ୍ରୀ ପଙ୍କଜ ଚୌଧରୀ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ ଅନ୍ତଃ ମନ୍ତ୍ରାଳୟ ସମୂହର ୨୦୧୨ ରିପୋର୍ଟ ଆଧାରରେ ବିହାରକୁ ସ଼୍ବତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯାଇପାରିବ ନାହିଁ ।
ଜନତା ଦଳ ୟୁନାଇଟେଡ ନେତା ରାମ ପିରିତ ମୋଣ୍ଡଲ ବିହାରକୁ ସ଼୍ବତନ୍ତ୍ର ମାନ୍ୟତା ଦେବାକୁ ଅର୍ଥମନ୍ତ୍ରୀଙ୍କୁ ଦାବି କରିଥିଲେ। ସେ କହିଥିଲେ ଯେ ଯଦି ବିହାର ଏକ ସ଼୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଏ, ତେବେ ଏହି ବିଷୟରେ ବିସ୍ତୃତ ସୂଚନା ଦିଅନ୍ତୁ । ଯଦି ଏହା ଦିଆଯାଇନଥାଏ ତେବେ ଏହାର କାରଣ ଦର୍ଶାଇବାକୁ ସେ ଜଣାଇଥିଲେ । ପଙ୍କଜ ଚୌଧରୀ ଏହାର ଉତ୍ତରରେ ଲେଖିଛନ୍ତି ଯେ ବିହାରକୁ ଏକ ସୱତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯାଇପାରିବ ନାହିଁ।
ବିହାରକୁ ବିଶେଷ ମାନ୍ୟତା ନଦେବାର କାରଣ ଅର୍ଥମନ୍ତ୍ରୀ ଏକ ଲିଖିତ ଉତ୍ତରରେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଅତୀତରେ ଜାତୀୟ ବିକାଶ ପରିଷଦ (ଏନଡିସି) ଯୋଜନା ସହାୟତା ପାଇଁ କେତେକ ରାଜ୍ୟକୁ ସ଼୍ବତନ୍ତ୍ର ବର୍ଗ ମାନ୍ୟତା ଦେଇଥିଲା । ଯେଉଁଥିରେ ଅନେକ ବୈଶିଷ୍ଟ୍ୟ ରହିଥିଲା । ଯାହାର ବିଶେଷ ବିଚାର ଆବଶ୍ୟକ ଥିଲା। ବିହାର କ୍ଷେତ୍ରରେ ପରିସ୍ଥିତି ଏପରି ନୁହେଁ ଯେ ଏହାକୁ ଏକ ସ଼୍ବତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯାଇପାରିବ ।
The post ବିହାରକୁ ବଡ଼ ଝଟ୍କା ଦେଲେ ମୋଦି ସରକାର, ଆଉ ମିଳିବନି… appeared first on Dharitri Odia News.