ମୋବାଇଲ ଟାଓ୍ବାରକୁ ଚଢ଼ି ଜୀବନ ହାରିଲେ ଯୁବକ

ସଇଁତଲା,୨୦।୩(ରାଖାଲ ପ୍ରସାଦ ଶତପଥି): ବଲାଙ୍ଗୀର ଜିଲା ସଇଁତଲା ଥାନା ଅଧୀନ କଅଁସର ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଜଣେ ଯୁବକ ମୋବାଇଲ ଟାଓ୍ବାରରେ ଚଢ଼ି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ସେ ହେଲେ କଅଁସର ଗ୍ରାମର କୁଞ୍ଜବିହାରୀ ରଣା। ସଇଁତଲା ପୋଲିସ ଏସ୍‌ଆଇ ଆଲୋକ ଭୋଇଙ୍କ ସୂଚନା ମୁତାବକ, କୁଞ୍ଜବିହାରୀ ଗୁରୁବାର ନିଶାସକ୍ତ ଅବସ୍ଥାରେ ଗାଁ ନିକଟରେ ଥିବା ଏକ ମୋବାଇଲ ଟାଓ୍ବାର ଉପରକୁ ଚଢ଼ିଯାଇଥିଲେ। ଗ୍ରାମବାସୀ ଏହା ଦେଖି ତାଙ୍କୁ ଟାୱାରରୁ ଓହ୍ଲାଇ […] The post ମୋବାଇଲ ଟାଓ୍ବାରକୁ ଚଢ଼ି ଜୀବନ ହାରିଲେ ଯୁବକ appeared first on Dharitri Odia News.

ମୋବାଇଲ ଟାଓ୍ବାରକୁ ଚଢ଼ି ଜୀବନ ହାରିଲେ ଯୁବକ

ସଇଁତଲା,୨୦।୩(ରାଖାଲ ପ୍ରସାଦ ଶତପଥି): ବଲାଙ୍ଗୀର ଜିଲା ସଇଁତଲା ଥାନା ଅଧୀନ କଅଁସର ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଜଣେ ଯୁବକ ମୋବାଇଲ ଟାଓ୍ବାରରେ ଚଢ଼ି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ସେ ହେଲେ କଅଁସର ଗ୍ରାମର କୁଞ୍ଜବିହାରୀ ରଣା। ସଇଁତଲା ପୋଲିସ ଏସ୍‌ଆଇ ଆଲୋକ ଭୋଇଙ୍କ ସୂଚନା ମୁତାବକ, କୁଞ୍ଜବିହାରୀ ଗୁରୁବାର ନିଶାସକ୍ତ ଅବସ୍ଥାରେ ଗାଁ ନିକଟରେ ଥିବା ଏକ ମୋବାଇଲ ଟାଓ୍ବାର ଉପରକୁ ଚଢ଼ିଯାଇଥିଲେ।

ଗ୍ରାମବାସୀ ଏହା ଦେଖି ତାଙ୍କୁ ଟାୱାରରୁ ଓହ୍ଲାଇ ଆସିବାକୁ ବାରମ୍ବାର ଅନୁରୋଧ କରିଥିଲେ। ହେଲେ ସେ ଗ୍ରାମବାସୀଙ୍କ କଥାକୁ ଖାତିର କରି ନ ଥିଲେ। ଶେଷରେ ସେ ଧରିଥିବା ଏକ ଗାମୁଛାରେ ଦଉଡି ଲଗାଇ ଓହଲି ପଡିଥିଲେ।

ଏନେଇ ଗ୍ରାମବାସୀ ସଇଁତଲା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ସଇଁତଲା ପୋଲିସ, ଅଗ୍ନିଶମ ବିଭାଗ ଏବଂ ବନ ବିଭାଗ କର୍ମଚାରୀ ପହଞ୍ଚି ଥିଲେ। ସଇଁତଲା ଅଗ୍ନିଶମ କର୍ମଚାରୀ କୌଶଳ କ୍ରମେ କୁଞ୍ଜବିହାରୀଙ୍କୁ ତଳକୁ ଆଣି ତୁରନ୍ତ ସଇଁତଲା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ସଇଁତଲା ପୋଲିସ ଏକ ମାମଲା ରୁଜୁ କରି ଘଟରାର ଅଧିକ ତଦନ୍ତ ଜାରି ରଖିଛି।

The post ମୋବାଇଲ ଟାଓ୍ବାରକୁ ଚଢ଼ି ଜୀବନ ହାରିଲେ ଯୁବକ appeared first on Dharitri Odia News.