ଯୋଗୀ ଜିନ୍ଦାବାଦ ସ୍ଲୋଗାନ ମଧ୍ୟରେ ଯୁବକ କଲେ ଏପରି, ସୋସିଆଲ ମିଡ଼ିଆରେ ଭାଇରାଲ…
ଲକ୍ଷ୍ନୌ,୧୩।୨ : ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଲୋକ ସିଏମ ଯୋଗୀ ଆଦିତ୍ୟନାଥ ଏବଂ ଭାଜପା ନେତାଙ୍କ ସପକ୍ଷରେ ସ୍ଲୋଗାନ ଦେଉଥିଲେ। ସେଠାରେ ଅନେକ ବାଳକ ମଧ୍ୟ ଉପସ୍ଥିତ ଥିଲେ, ଏପରି ସମୟରେ ହଠାତ ଜଣେ ଯୁବକ ଠିଆ ହୋଇ ଏପରି ସ୍ଲୋଗାନ ଦେଇଥିଲେ ଯାହାକୁ ନେଇ ଭାଜପା ସମର୍ଥକମାନେ ରାଗି ଯାଇଥିଲେ। ଭିଡିଓରେ ଏହା ଦେଖିବାକୁ ମିଳୁଛି ସ୍କୁଲ ଛାତ୍ରୀଛାତ୍ରମାନେ ହାତରେ ସାର୍ଟିଫିକେଟ ଧରି ଠିଆ ହୋଇଛନ୍ତି ଏବଂ […] The post ଯୋଗୀ ଜିନ୍ଦାବାଦ ସ୍ଲୋଗାନ ମଧ୍ୟରେ ଯୁବକ କଲେ ଏପରି, ସୋସିଆଲ ମିଡ଼ିଆରେ ଭାଇରାଲ… appeared first on Dharitri Odia News.
ଲକ୍ଷ୍ନୌ,୧୩।୨ : ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଲୋକ ସିଏମ ଯୋଗୀ ଆଦିତ୍ୟନାଥ ଏବଂ ଭାଜପା ନେତାଙ୍କ ସପକ୍ଷରେ ସ୍ଲୋଗାନ ଦେଉଥିଲେ। ସେଠାରେ ଅନେକ ବାଳକ ମଧ୍ୟ ଉପସ୍ଥିତ ଥିଲେ, ଏପରି ସମୟରେ ହଠାତ ଜଣେ ଯୁବକ ଠିଆ ହୋଇ ଏପରି ସ୍ଲୋଗାନ ଦେଇଥିଲେ ଯାହାକୁ ନେଇ ଭାଜପା ସମର୍ଥକମାନେ ରାଗି ଯାଇଥିଲେ।
ଭିଡିଓରେ ଏହା ଦେଖିବାକୁ ମିଳୁଛି ସ୍କୁଲ ଛାତ୍ରୀଛାତ୍ରମାନେ ହାତରେ ସାର୍ଟିଫିକେଟ ଧରି ଠିଆ ହୋଇଛନ୍ତି ଏବଂ ସେଠାରେ ଉପସ୍ଥିତ ଲୋକମାନେ ସ୍ଲୋଗାନ ଦେଉଛନ୍ତି। କେହି କେହି ଯୋଗୀ ଜିନ୍ଦବାଦର ସ୍ଲୋଗାନ ଦେଉଛନ୍ତି ଏବଂ କେହି କେହି ନେତାଙ୍କ ନାମରେ ସ୍ଲୋଗାନ ଦେଉଛନ୍ତି। ଏ ସମୟରେ ଜଣେ ଯୁବକ ଠିଆ ହୋଇ ଅଖିଳେଶ ଯାଦବଙ୍କ ସମର୍ଥନରେ ସ୍ଲୋଗାନ ଦେବା ଆରମ୍ଭ କରୁଥିବାର ଦେଖିବାକୁ ମିଳୁଛି।
ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ୟୁଜରମାନେ ଏହା ଉପରେ ମଜାଳିଆ ପ୍ରତିକ୍ରିୟା ଦେଉଛନ୍ତି ।
लड़के ने मोए मोए कर दिया..!!
Read More