୧୫ ପର୍ଯ୍ୟନ୍ତ ସିବିଆଇ ହେପାଜତରେ ରହିବେ କେ କବିତା

ନୂଆଦିଲ୍ଲୀ : ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌) ନେତ୍ରୀ କେ କବିତା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସିବିଆଇ ହାଜତରେ ରହିବେ। ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତା ନିକଟରେ ମନି ଲଣ୍ଡରିଂ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଦ୍ବାରା ଗିରଫ ହୋଇ ତିହାର ଜେଲରେ ଥିଲେ। ପରେ ତାଙ୍କୁ ସିବିଆଇ ମଧ୍ୟ ଏହି ମାମଲାରେ ଗିରଫ କରିଥିଲା। କିନ୍ତୁ ସିବିଆଇର ଅଭିଯୋଗ ଅନୁଯାୟୀ କବିତା ତଦନ୍ତପ୍ରକ୍ରିୟାରେ ସହଯୋଗ କରୁନାହାନ୍ତି ଏବଂ […]

୧୫ ପର୍ଯ୍ୟନ୍ତ ସିବିଆଇ ହେପାଜତରେ ରହିବେ କେ କବିତା

ନୂଆଦିଲ୍ଲୀ : ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌) ନେତ୍ରୀ କେ କବିତା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସିବିଆଇ ହାଜତରେ ରହିବେ। ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତା ନିକଟରେ ମନି ଲଣ୍ଡରିଂ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଦ୍ବାରା ଗିରଫ ହୋଇ ତିହାର ଜେଲରେ ଥିଲେ। ପରେ ତାଙ୍କୁ ସିବିଆଇ ମଧ୍ୟ ଏହି ମାମଲାରେ ଗିରଫ କରିଥିଲା। କିନ୍ତୁ ସିବିଆଇର ଅଭିଯୋଗ ଅନୁଯାୟୀ କବିତା ତଦନ୍ତପ୍ରକ୍ରିୟାରେ ସହଯୋଗ କରୁନାହାନ୍ତି ଏବଂ ଅନେକ ପ୍ରଶ୍ନକୁ ସେ ଏଡ଼ାଇ ଯାଉଛନ୍ତି। ଅନ୍ୟପକ୍ଷେ କବିତାଙ୍କ ଓକିଲ ନୀତେଶ ରାଣା ସିବିଆଇ ଗିରଫକୁ ବେଆଇନ କହିଛନ୍ତି। ସିବିଆଇ କବିତାଙ୍କ ମୌଳିକ ଅଧିକାରର ଉଲ୍ଲଂଘନ କରୁଛନ୍ତି ବୋଲି ସେ ପୁଣିଥରେ ଅଭିଯୋଗ କରିଛନ୍ତି।