ଜେଲ ଗଲେ ଯୁବ ପ୍ରଶାସନିକ ଅଧିକାରୀ ଧୀମାନ ଚକମା
କଳାହାଣ୍ଡି : ଭବାନୀପାଟଣା ଜେଲ ଗଲେ ଧର୍ମଗଡ଼ ଉପଜିଲ୍ଲାପାଳ । ଜଣେ କ୍ରସର୍ ମାଲିକଙ୍କଠାରୁ ଲାଞ୍ଚ ନେଇ ଗିରଫ ହେବାପରେ ଉପଜିଲ୍ଲାପାଳ ଧୀମାନ୍ ଚକମା ଜେଲ୍ ଯାଇଛନ୍ତି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମାଙ୍କୁ ୧୦ଲକ୍ଷ ଟଙ୍କାର ଲାଞ୍ଚ ମାମଲାରେ ଗତକାଲି ଗରିଫ କରିଥିଲା ଭିଜିଲାନ୍ସ । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ସେ ଖୁବ ଶୀଘ୍ର ନିଲମ୍ବିତ ହେବେ ବୋଲି ଗଣମାଧ୍ୟମକୁ ନିର୍ଭରଯୋଗ୍ୟ ସୂତ୍ରରୁ […]

କଳାହାଣ୍ଡି : ଭବାନୀପାଟଣା ଜେଲ ଗଲେ ଧର୍ମଗଡ଼ ଉପଜିଲ୍ଲାପାଳ । ଜଣେ କ୍ରସର୍ ମାଲିକଙ୍କଠାରୁ ଲାଞ୍ଚ ନେଇ ଗିରଫ ହେବାପରେ ଉପଜିଲ୍ଲାପାଳ ଧୀମାନ୍ ଚକମା ଜେଲ୍ ଯାଇଛନ୍ତି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମାଙ୍କୁ ୧୦ଲକ୍ଷ ଟଙ୍କାର ଲାଞ୍ଚ ମାମଲାରେ ଗତକାଲି ଗରିଫ କରିଥିଲା ଭିଜିଲାନ୍ସ । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ସେ ଖୁବ ଶୀଘ୍ର ନିଲମ୍ବିତ ହେବେ ବୋଲି ଗଣମାଧ୍ୟମକୁ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ।
ସୂଚନାନୁସାରେ, ଗତ ରବିବାର ଆଇନଗତ କାର୍ଯ୍ୟାନୁଷ୍ଠାନର ଭୟ ଦେଖାଇ ଧୀମାନ ଚକମା ଜଣେ ସ୍ଥାନୀୟ କ୍ରସର ବ୍ୟବସାୟୀଙ୍କୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ପ୍ରଥମ କିସ୍ତିରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଟ୍ରାପ କରିଥିଲା ଭିଜିଲାନ୍ସ । ଏହା ପରେ ସୋମବାର ଦିନ ତମାମ ତାଙ୍କ ଘରେ ଚଢ଼ାଉ କରାଯାଇଥିଲା । ତାଙ୍କ ବାସଭବନରୁ ୪୭ ଲକ୍ଷ ୪୭ ହଜାର ୬୦୦ ନଗଦ ଟଙ୍କା ମିଳିଥିଲା । ସେହିପରି ଧର୍ମଗଡ଼ କାର୍ଯ୍ୟାଳୟରେ ମଧ୍ୟ ତଲାସୀ କରାଯାଇଥିଲା । କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ ହୋଇଛି । ଏହା ପରେ ଦିନ ତମାମ ଜେରା ପରେ ଗିରଫ ହୋଇଥିଲେ ଉପଜିଲ୍ଲାପାଳ । ପରେ ତାଙ୍କୁ କୋର୍ଟରେ ହାଜର କରାଯାଇ ଜେଲ୍ ପଠାଇ ଦିଆଯାଇଛି ।
୨୦୧୧ ବ୍ୟାଚ୍ ଆଇଏଏସ୍ ଧୀମାନ୍ ତ୍ରିପୁରାର ମୂଳ ବାସିନ୍ଦା ଅଟନ୍ତି । ତାଙ୍କ ବାପା ଜଣେ ଶିକ୍ଷକ ଅଟନ୍ତି । ସେ ଅଗରତାଲା ଏନ୍ଆଇଟିରୁ କମ୍ପୁଟର୍ ସାଇନ୍ସରେ ଡ୍ରିଗ୍ରି ହାସଲ କରିଛନ୍ତି । ସେଥିପାଇଁ ତ୍ରିପୁରା ସ୍ଥିତ ତାଙ୍କ ପୈତୃକ ବାସଭବନରେ ଯାଞ୍ଚ ପାଇଁ ଓଡ଼ିଶା ଭିଜିଲାନ୍ସ ଗୃହ ବିଭାଗକୁ ଅନୁମତି ଲୋଡ଼ିଥିବା ସୂଚନା ମିଳିଛି ।
ଅନ୍ୟପଟେ,ଗୋଟିଏ ରାତି ଜେଲରେ ରହିବା ପରେ ଡିପ୍ରେସନ(ମାନସିକ ବିଷାଦ) ରେ ଶିକାର ହୋଇ ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ବିଗିଡ଼ି ଯାଇଥିବା ଜଣାପଡିଛି। ଯାହାଫଳରେ ତାଙ୍କୁ ଜେଲ ହସ୍ପିଟାଲ ରେ ଏବେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ଵାସ୍ଥ୍ୟ ବସ୍ଥା ସ୍ଥିର ଥିବା ଜଣାପଡିଛି।