ଘଣ୍ଟାକୁ ୧୩ କିମି ବେଗରେ ମାଡ଼ିଆସୁଛି ଦାନା: ମୁଖ୍ୟମନ୍ତ୍ରୀ କହିଲେ, ମୁକାବିଲା ପାଇଁ ଆମେ ପ୍ରସ୍ତୁତ
ଭୁବନେଶ୍ୱର,୨୫/୧୦:ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ଦାନା। ପାରାଦୀପଠାରୁ ୫୦ କିମି ଦୂରରେ ରହିଛି ବାତ୍ୟା। ଘଣ୍ଟାକୁ ୧୩ କିମି ବେଗରେ ଉପକୂଳକୁ ମାଡ଼ିଆସୁଛି। ସେହିପରି ବାତ୍ୟା ଧାମରା ଠାରୁ ୬୦ କିମି ଦୂରରେ ରହିଛି। ଘଣ୍ଟାକୁ ୧୩ କିମି ବେଗରେ ଉପକୂଳକୁ ମାଡ଼ିଆସୁଛି ଦାନା। ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରେସ ସୂଚନା ଦେଇଛନ୍ତି। ସେ କହିଛନ୍ତି,ଏଯାବତ ୫ ଲକ୍ଷ ୮୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି। ଆହୁରି ପ୍ରାୟ ୬ ଲକ୍ଷ […] The post ଘଣ୍ଟାକୁ ୧୩ କିମି ବେଗରେ ମାଡ଼ିଆସୁଛି ଦାନା: ମୁଖ୍ୟମନ୍ତ୍ରୀ କହିଲେ, ମୁକାବିଲା ପାଇଁ ଆମେ ପ୍ରସ୍ତୁତ appeared first on Dharitri Odia News.
ଭୁବନେଶ୍ୱର,୨୫/୧୦:ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ଦାନା। ପାରାଦୀପଠାରୁ ୫୦ କିମି ଦୂରରେ ରହିଛି ବାତ୍ୟା। ଘଣ୍ଟାକୁ ୧୩ କିମି ବେଗରେ ଉପକୂଳକୁ ମାଡ଼ିଆସୁଛି। ସେହିପରି ବାତ୍ୟା ଧାମରା ଠାରୁ ୬୦ କିମି ଦୂରରେ ରହିଛି। ଘଣ୍ଟାକୁ ୧୩ କିମି ବେଗରେ ଉପକୂଳକୁ ମାଡ଼ିଆସୁଛି ଦାନା।
ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରେସ ସୂଚନା ଦେଇଛନ୍ତି। ସେ କହିଛନ୍ତି,ଏଯାବତ ୫ ଲକ୍ଷ ୮୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି। ଆହୁରି ପ୍ରାୟ ୬ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ। ୮୩୮୨ ବାତ୍ୟା ଆଶ୍ରୟସ୍ଥଳୀରେ ଲୋକମାନଙ୍କୁ ରଖାଯାଇଛି। ବାଲେଶ୍ବର ଜିଲାରେ ସର୍ବାଧିକ ୧.୭୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସେହିପରି ମୟୂରଭଞ୍ଜରେ ଲକ୍ଷେ, ଭଦ୍ରକରେ ୭୫ ହଜାର ସ୍ଥାନାନ୍ତର କରାଯାଇଛି। ଯାଜପୁରରେ ୬୦ ହଜାର, କେନ୍ଦ୍ରାପଡ଼ାରେ ୪୬ ହଜାର ସ୍ଥାନାନ୍ତର ହୋଇଛନ୍ତି। ମୋଟ ୪୪୨୧ ଆସନ୍ନ ପ୍ରସବାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲ।ସେଥିମଧ୍ୟରୁ ପ୍ରାୟ ୧୬ଶହ ଗର୍ଭବତୀ ପ୍ରସବ କରିସାରିଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ବାତ୍ୟା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ସହ ଆଲୋଚନା କରିଛି। ଆମର ପ୍ରସ୍ତୁତି ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି।
The post ଘଣ୍ଟାକୁ ୧୩ କିମି ବେଗରେ ମାଡ଼ିଆସୁଛି ଦାନା: ମୁଖ୍ୟମନ୍ତ୍ରୀ କହିଲେ, ମୁକାବିଲା ପାଇଁ ଆମେ ପ୍ରସ୍ତୁତ appeared first on Dharitri Odia News.