ମାଳଦ୍ଵୀପର ଖରାପ ସମୟରେ ସାହାଯ୍ୟ ପାଇଁ ଆଗକୁ ଆସିଲା ଭାରତ, ଏବେ ବୁଦ୍ଧି ଶିଖିବେ ମୁଇଜ୍ଜୁ
ନୂଆଦିଲ୍ଲୀ: ମହମ୍ମଦ ମୁଇଜୁ ମାଳଦ୍ଵୀପର ରାଷ୍ଟ୍ରପତି ହେବା ପରଠୁ ଭାରତ ସହ ମାଳଦ୍ଵୀପର ଦ୍ଵିପାକ୍ଷିକ ସଂପର୍କ ବିଗିଡ଼ିଛି। ରାଷ୍ଟ୍ରପତି ପଦ ସମ୍ଭାଳିବା ପରେ ଭାରତୀୟ ସୈନିକଙ୍କୁ ଦେଶ ଛାଡ଼ିବାକୁ ଆଦେଶ ଦେଇଥିଲେ ମୁଇଜ୍ଜୁ। ଭାରତୀୟ ସୈନିକ ମଧ୍ୟ ମେ ମାସ ଶେଷ ସୁଦ୍ଧା ସ୍ଵଦେଶ ଫେରି ଆସିଲେ। ଦୁଇ ଦେଶର ସମ୍ପର୍କକୁ ପୁଣି ଥରେ ସକରାତ୍ମକ ଦିଗ ଦେବା ପାଇଁ ଅନେକ ଥର ଉଦ୍ୟମ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ମହମ୍ମଦ ମୁଇଜ୍ଜୁଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା। ଅନ୍ୟପଟେ ମାଳଦ୍ଵୀପ ଗତ କିଛି ବର୍ଷ ହେବ ଚୀନର ନିକଟତର ହୋଇଥିଲେ ହେଁ ଭାରତ ଏହି ପଡ଼ୋଶୀ ଦେଶର ଖରାପ ସମୟରେ ପାଖରେ ଛିଡ଼ା ହୋଇଛି। ଏହି ଦେଶର ସଙ୍କଟ ସମୟରେ ଆଗେଇ ଆସିଛି ଭାରତ ଏବଂ ତଟକା ଫଳ, ପନିପରିବା, ପିଆଜ, ଅଣ୍ଡା ଆଦି ପଠାଇଛି।Also read: ଡୋନାଲ୍ଡ ଟ୍ରମ୍ପଙ୍କୁ ଆକ୍ରମଣ କରିଥିବା ମାଥ୍ୟୁ କ୍ରୁକ୍ସର ଥିଲା ବଡ଼ ଯୋଜନା, ଘରୁ ଏବଂ କାରରୁ ମିଳିଲା ବିସ୍ଫୋଟକଭାରତରୁ ୧୫୦ ଟନର ଖାଦ୍ୟ ପଦାର୍ଥର ପ୍ରଥମ ଟ୍ରିପ ମାଳଦ୍ଵୀପର ଦକ୍ଷିଣ ବନ୍ଦର ଅଡ୍ଡୁରେ ପହଞ୍ଚି ଯାଇଛି। ଏଥିରେ ଦକ୍ଷିଣ ଦ୍ଵୀପ ଅଞ୍ଚଳରେ ଦରବୃଦ୍ଧି ଏବଂ ଖାଦ୍ୟ ସଙ୍କଟ ସ୍ଥିତି ନିୟନ୍ତ୍ରଣକୁ ଆସିପାରିବ। ଫଳ, ପନିପରିବା, ପିଆଜ, ରସୁଣ ଓ ଅଣ୍ଡା ନେଇ ଏକ ଭାରତୀୟ ଜାହାଜ ତାମିଲନାଡ଼ୁର ଟୁଟିକୋରିନ ବନ୍ଦରରୁ ମାଳଦ୍ଵୀପ ଅଭିମୁଖେ ବୁଧବାର ଯାତ୍ରାରମ୍ଭ କରି ମାଳଦ୍
ନୂଆଦିଲ୍ଲୀ: ମହମ୍ମଦ ମୁଇଜୁ ମାଳଦ୍ଵୀପର ରାଷ୍ଟ୍ରପତି ହେବା ପରଠୁ ଭାରତ ସହ ମାଳଦ୍ଵୀପର ଦ୍ଵିପାକ୍ଷିକ ସଂପର୍କ ବିଗିଡ଼ିଛି। ରାଷ୍ଟ୍ରପତି ପଦ ସମ୍ଭାଳିବା ପରେ ଭାରତୀୟ ସୈନିକଙ୍କୁ ଦେଶ ଛାଡ଼ିବାକୁ ଆଦେଶ ଦେଇଥିଲେ ମୁଇଜ୍ଜୁ। ଭାରତୀୟ ସୈନିକ ମଧ୍ୟ ମେ ମାସ ଶେଷ ସୁଦ୍ଧା ସ୍ଵଦେଶ ଫେରି ଆସିଲେ। ଦୁଇ ଦେଶର ସମ୍ପର୍କକୁ ପୁଣି ଥରେ ସକରାତ୍ମକ ଦିଗ ଦେବା ପାଇଁ ଅନେକ ଥର ଉଦ୍ୟମ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ମହମ୍ମଦ ମୁଇଜ୍ଜୁଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା। ଅନ୍ୟପଟେ ମାଳଦ୍ଵୀପ ଗତ କିଛି ବର୍ଷ ହେବ ଚୀନର ନିକଟତର ହୋଇଥିଲେ ହେଁ ଭାରତ ଏହି ପଡ଼ୋଶୀ ଦେଶର ଖରାପ ସମୟରେ ପାଖରେ ଛିଡ଼ା ହୋଇଛି। ଏହି ଦେଶର ସଙ୍କଟ ସମୟରେ ଆଗେଇ ଆସିଛି ଭାରତ ଏବଂ ତଟକା ଫଳ, ପନିପରିବା, ପିଆଜ, ଅଣ୍ଡା ଆଦି ପଠାଇଛି।
Also read: ଡୋନାଲ୍ଡ ଟ୍ରମ୍ପଙ୍କୁ ଆକ୍ରମଣ କରିଥିବା ମାଥ୍ୟୁ କ୍ରୁକ୍ସର ଥିଲା ବଡ଼ ଯୋଜନା, ଘରୁ ଏବଂ କାରରୁ ମିଳିଲା ବିସ୍ଫୋଟକ
ଭାରତରୁ ୧୫୦ ଟନର ଖାଦ୍ୟ ପଦାର୍ଥର ପ୍ରଥମ ଟ୍ରିପ ମାଳଦ୍ଵୀପର ଦକ୍ଷିଣ ବନ୍ଦର ଅଡ୍ଡୁରେ ପହଞ୍ଚି ଯାଇଛି। ଏଥିରେ ଦକ୍ଷିଣ ଦ୍ଵୀପ ଅଞ୍ଚଳରେ ଦରବୃଦ୍ଧି ଏବଂ ଖାଦ୍ୟ ସଙ୍କଟ ସ୍ଥିତି ନିୟନ୍ତ୍ରଣକୁ ଆସିପାରିବ। ଫଳ, ପନିପରିବା, ପିଆଜ, ରସୁଣ ଓ ଅଣ୍ଡା ନେଇ ଏକ ଭାରତୀୟ ଜାହାଜ ତାମିଲନାଡ଼ୁର ଟୁଟିକୋରିନ ବନ୍ଦରରୁ ମାଳଦ୍ଵୀପ ଅଭିମୁଖେ ବୁଧବାର ଯାତ୍ରାରମ୍ଭ କରି ମାଳଦ୍ଵୀପର ଦକ୍ଷିଣ ପ୍ରାନ୍ତରେ ସ୍ଥିତ ଅଡ୍ଡୁ ଦ୍ଵୀପର ବନ୍ଦରରେ ପହଞ୍ଚି ଯାଇଛି। ଭାରତର ଏହି ମାଲବାହୀ ଜାହାଜର ଆଗମନରେ ମାଳଦ୍ଵୀପ ପୋର୍ଟ୍ସ ଲିମିଟେଡ୍ ଦ୍ଵାରା ତାମିଲନାଡ଼ୁର ଟୁଟିକୋରିନ ବନ୍ଦରରୁ ଅଡ୍ଡୁର ହିତାନ୍ଧୁ ବନ୍ଦର ପର୍ଯ୍ୟନ୍ତ ଜାହାଜ ମାର୍ଗ ଖୋଲି ଯାଇଛି।
ଏହି ସେବା କେରଳ ସ୍ଥିତ ଫିନ୍ୟାସ୍ ଗ୍ରୁପ ସଞ୍ଚାଳନ କରିବେ, ଯାହା ମାଳଦ୍ଵୀପକୁ ଫଳ ଓ ପନିପରିବାର ସବୁଠୁ ବଡ଼ ଯୋଗାଣକାରୀ ସଂସ୍ଥା।ସୂଚନାଯୋଗ୍ୟ, ମାଳଦ୍ଵୀପ ସହ ସଂପର୍କରେ ତିକ୍ତତା ଆସିଥିଲେ ବି ଭାରତ ଏହି ପଡ଼ୋଶୀ ଦେଶ ପ୍ରତି ନିଜର ଧର୍ମ ଭୁଲିନି। ଏମିତି ସମୟରେ ଭାରତ ଉପରୋକ୍ତ ସାମଗ୍ରୀ ପଠାଇ ନିଜର କର୍ତ୍ତବ୍ୟ ପାଳନ କରିଛି। ଗୋଟିଏ ପ୍ରକାରେ ମୁଇଜ୍ଜୁ ସରକାର ପାଇଁ ଏହା ଏକ ଶିକ୍ଷା ହୋଇଛି।