‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ବିଧେୟକ ଆଗତ ବେଳେ ୨୦ରୁ ଅଧିକ ବିଜେପି ସାଂସଦ ଗାଏବ, ନୋଟିସ୍ ପଠାଇବ ଦଳ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ମହତ୍ଵାକାଂକ୍ଷୀ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ବିଧେୟକ ଆଜି ଲୋକସଭାରେ ଆଗତ ହୋଇଛି। ଏଥିପାଇଁ ଏହା ପୂର୍ବରୁ ବିଜେପି ନିଜ ସାଂସଦଙ୍କୁ ହ୍ଵିପ୍ ଜାରି କରିଥିଲା। ଏହା ସତ୍ତ୍ଵେ ୨୦ରୁ ଅଧିକ ବିଜେପି ସାଂସଦ ଗୃହରେ ଅନୁପସ୍ଥିତ ଥିଲେ। ଏବେ ବିଜେପି ସେହି ଅନୁପସ୍ଥିତ ଥିବା ସାଂସଦଙ୍କୁ ନୋଟିସ୍ ପଠାଇବାକୁ ଯାଉଛି। ବିଜେପି ସାଂସଦଙ୍କ ଅନୁପସ୍ଥିତିକୁ ନେଇ ବିରୋଧୀ କଂଗ୍ରେସକୁ କେନ୍ଦ୍ର ସରକାରକୁ ଟାର୍ଗେଟ୍ କରିବାକୁ ସୁଯୋଗ ମିଳି ଯାଇଛି। କଂଗ୍ରେସ କହିଛି ସରକାରଙ୍କ ପାଖରେ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ପର୍ଯ୍ୟାପ୍ତ ସମର୍ଥନ ନାହିଁ। ବିଜେପି ସାଂସଦମାନେ କାହିଁକି ଅନୁପସ୍ଥିତ ରହିଲେ ଏହାର କାରଣ ଜଣା ପଡ଼ିନି। ବିଜେପି ଯେଉଁ ସାଂସଦମାନଙ୍କୁ ନୋଟିସ୍ ପଠାଇବାକୁ ଯାଉଛି ସେଥିରେ କେନ୍ଦ୍ର ମନ୍ତ୍ରୀ ବି ସାମିଲ୍ ଅଛନ୍ତି। ପ୍ରମୁଖ ସାଂସଦଙ୍କ ମଧ୍ୟରେ ଜଗଦମ୍ବିକା ପାଲ୍, ଶାନ୍ତନୁ ଠାକୁର, ବିଏସ ରାଘବେନ୍ଦ୍ର, ଗିରିରାଜ ସିଂ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିଜୟ ବଘେଲ, ଭାଗିରଥୀ ଚୌଧୁରୀ, ଉଦୟରାଜେ ଭୋଂସଲେ, ଜୟନ୍ତ କୁମାର ରାୟ ଓ ଜଗନ୍ନାଥ ସାରକାର ବି ସାମିଲ। Also read: କେବଳ ପ୍ରବେଶିକା ପରୀକ୍ଷା ଆୟୋଜନ କରିବ NTA, ନିଯୁକ୍ତି ପରୀକ୍ଷା ଦାୟିତ୍ୱରୁ ହଟାଇଲେ ସରକାର, କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଘୋଷଣାଏନଡିଟିଭିର ସୂତ୍ର ଅନୁଯାୟୀ, ଆଜି ବିଧେୟକ ଉପରେ ମତଦାନ ସମୟରେ ବିଜେପିର ୨୦

‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ବିଧେୟକ ଆଗତ ବେଳେ ୨୦ରୁ ଅଧିକ ବିଜେପି ସାଂସଦ ଗାଏବ,  ନୋଟିସ୍ ପଠାଇବ ଦଳ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ମହତ୍ଵାକାଂକ୍ଷୀ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ବିଧେୟକ ଆଜି ଲୋକସଭାରେ ଆଗତ ହୋଇଛି। ଏଥିପାଇଁ ଏହା ପୂର୍ବରୁ ବିଜେପି ନିଜ ସାଂସଦଙ୍କୁ ହ୍ଵିପ୍ ଜାରି କରିଥିଲା। ଏହା ସତ୍ତ୍ଵେ ୨୦ରୁ ଅଧିକ ବିଜେପି ସାଂସଦ ଗୃହରେ ଅନୁପସ୍ଥିତ ଥିଲେ। ଏବେ ବିଜେପି ସେହି ଅନୁପସ୍ଥିତ ଥିବା ସାଂସଦଙ୍କୁ ନୋଟିସ୍ ପଠାଇବାକୁ ଯାଉଛି। ବିଜେପି ସାଂସଦଙ୍କ ଅନୁପସ୍ଥିତିକୁ ନେଇ ବିରୋଧୀ କଂଗ୍ରେସକୁ କେନ୍ଦ୍ର ସରକାରକୁ ଟାର୍ଗେଟ୍ କରିବାକୁ ସୁଯୋଗ ମିଳି ଯାଇଛି। କଂଗ୍ରେସ କହିଛି ସରକାରଙ୍କ ପାଖରେ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ପର୍ଯ୍ୟାପ୍ତ ସମର୍ଥନ ନାହିଁ। 

ବିଜେପି ସାଂସଦମାନେ କାହିଁକି ଅନୁପସ୍ଥିତ ରହିଲେ ଏହାର କାରଣ ଜଣା ପଡ଼ିନି। ବିଜେପି ଯେଉଁ ସାଂସଦମାନଙ୍କୁ ନୋଟିସ୍ ପଠାଇବାକୁ ଯାଉଛି ସେଥିରେ କେନ୍ଦ୍ର ମନ୍ତ୍ରୀ ବି ସାମିଲ୍ ଅଛନ୍ତି। ପ୍ରମୁଖ ସାଂସଦଙ୍କ ମଧ୍ୟରେ ଜଗଦମ୍ବିକା ପାଲ୍, ଶାନ୍ତନୁ ଠାକୁର, ବିଏସ ରାଘବେନ୍ଦ୍ର, ଗିରିରାଜ ସିଂ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିଜୟ ବଘେଲ, ଭାଗିରଥୀ ଚୌଧୁରୀ, ଉଦୟରାଜେ ଭୋଂସଲେ, ଜୟନ୍ତ କୁମାର ରାୟ ଓ ଜଗନ୍ନାଥ ସାରକାର ବି ସାମିଲ। 

Also read: କେବଳ ପ୍ରବେଶିକା ପରୀକ୍ଷା ଆୟୋଜନ କରିବ NTA, ନିଯୁକ୍ତି ପରୀକ୍ଷା ଦାୟିତ୍ୱରୁ ହଟାଇଲେ ସରକାର, କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଘୋଷଣା

ଏନଡିଟିଭିର ସୂତ୍ର ଅନୁଯାୟୀ, ଆଜି ବିଧେୟକ ଉପରେ ମତଦାନ ସମୟରେ ବିଜେପିର ୨୦ରୁ ଅଧିକ ସାଂସଦ ଅନୁପସ୍ଥିତ ଥିଲେ। ବିଜେପି ଗତକାଲି ନିଜର ଲୋକସଭା ସାଂସଦଙ୍କୁ ତିନି ଧାଡ଼ିର ହ୍ଵିପ୍ ଜାରି କରିଥିଲା ଏବଂ ସଂସଦରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲା। ଯେଉଁମାନେ ଆଜି ଭୋଟିଂ ସମୟରେ ଅନୁପସ୍ଥିତ ଥିଲେ ବିଜେପି ସେହି ସାଂସଦମାନଙ୍କୁ ନୋଟିସ୍ ପଠାଇବାକୁ ଯୋଜନା କରିଛି। କଂଗ୍ରେସ ଏହି ପ୍ରସଙ୍ଗରେ ସରକାରକୁ ଘେରି କହିଛି ଯେ, ଯଦି ବିଧେୟକ ସପକ୍ଷରେ ପର୍ଯ୍ୟାପ୍ତ ସମର୍ଥନ ଥାଆନ୍ତା ତେବେ ଏମିତି ସ୍ଥିତି ଉପୁଜି ନ ଥାନ୍ତା। ଖୋଦ୍ ଶାସକ ଦଳର ସାଂସଦ ମଧ୍ୟ ଏହି ବିଧେୟକ ସପକ୍ଷରେ ନାହାନ୍ତି।

Also read: ସମସ୍ୟା ସାମାଧାନ ପାଇଁ ୫୦ ମିନିଟ ଛିଡାହେଲେ ବୃଦ୍ଧ ଦମ୍ପତି, ଆକ୍ସନ ନେଲେ ସାର୍

ନିୟମ ଅନୁଯାୟୀ, ବିଧେୟକ ଲୋକସଭାରେ ପାରିତ ହେବା ପାଇଁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଜରୁରୀ। ଲୋକସଭାରେ ଭୋଟିଂ ପରେ ବିରୋଧୀଙ୍କ ପ୍ରବଳ  ହଟ୍ଟଗୋଳ ମଧ୍ୟରେ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ବିଧେୟକ ଆଗତ ହୋଇଛି। ଗୃହରେ ବିଧେୟକ ଉପସ୍ଥାପନ କରିବା ପ୍ରସ୍ତାବ ସପକ୍ଷରେ ୨୬୯ ସାଂସଦଙ୍କ ଭୋଟ୍ ପଡ଼ିଥିବା ବେଳେ ଏହାରି ବିରୋଧରେ ୧୯୮ ଭୋଟ୍ ପଡ଼ିଛି। ଏହା ପରେ ବିଧେୟକକୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଇ  ଦିଆଯାଇଛି।