ଭାରତ-ପାକିସ୍ତାନ ଅସ୍ତ୍ରବିରତି ବୁଝାମଣାରେ ଆମେରିକାର କୌଣସି ଭୂମିକା ନାହିଁ: ବିକ୍ରମ ମିଶ୍ରୀ
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଅସ୍ତ୍ରବିରତିରେ ମଧ୍ୟସ୍ଥତା କରିବାରେ ଆମେରିକାର କୌଣସି ଭୂମିକା ନାହିଁ। ଏନେଇ ସୋମବାର ସଂସଦୀୟ କମିଟିକୁ କହିଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରୀ। ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାର ନିଷ୍ପତ୍ତି ଦୁଇ ପଡ଼ୋଶୀ ଦେଶ ଦ୍ୱିପାକ୍ଷିକ ଆଲୋଚନା କରି ନେଇଥିଲେ ବୋଲି ଶ୍ରୀ ମିଶ୍ରୀ କହିଥିବା ଇଣ୍ଡିଆଟୁଡେର ଖବର ପ୍ରକାଶ କରିଛି। ସେହିପରି ପାକିସ୍ତାନ ପକ୍ଷରୁ କୌଣସି ପରମାଣୁ ଯୁଦ୍ଧର ସଂକେତ ଆସି ନଥିଲା ବୋଲି ମଧ୍ୟ ମିଶ୍ରୀ କହିଛନ୍ତି। ଭାରତ ପାକିସ୍ତାନ ଯୁଦ୍ଧ ବନ୍ଦ କରିବାରେ ଆମେରିକାର ଭୂମିକା ଥିବା ନେଇ ବିରୋଧୀ ବାରମ୍ବାର ଦାବି କରିବା ପରେ ସରକାରଙ୍କ ପକ୍ଷରୁ ଏଭଳି ପ୍ରତିକ୍ରିୟା ସାମ୍ନାକୁ ଆସିଛି। ବିକ୍ରମ ମିଶ୍ରୀ ସଂସଦୀୟ କମିଟିକୁ ଉତ୍ତର ଦେବା ବେଳେ ଜଣେ ସଦସ୍ୟ ପଚାରିଥିଲେ, "ଟ୍ରମ୍ପ୍ ସାର୍ବଜନୀନ ଭାବରେ ଅତି କମରେ ୭ ଥର ଦାବି କରିଛନ୍ତି ଯେ ସେ ଯୁଦ୍ଧବିରତିକୁରେ ସହଯୋଗ କରିଥିଲେ। ଭାରତ କାହିଁକି ନୀରବ ଥିଲା?" ସେହିପରି ଆଉ ଜଣେ ପ୍ରଶ୍ନ କରିଥିଲେ କାହିଁକି ଭାରତ ଟ୍ରମ୍ପଙ୍କୁ ବାରମ୍ବାର ଏଭଳି କହିବାକୁ ଅନୁମତି ଦେଲା।" ଏହାପରେ ବୈଦେଶିକ ସଚିବ ଏହି ଦାବିକୁ ଖଣ୍ଡନ କରି କହିଥିଲେ ଯେ ଭାରତ-ପାକିସ୍ତାନ ଯୁଦ୍ଧବିରତି ଏକ ଦ୍ୱିପାକ୍ଷିକ ନିଷ୍ପତ୍ତି ଯାହାର କୌଣସି ତୃତୀୟ ପକ୍ଷର ସମ୍ପୃକ୍ତି ନାହିଁ। ଅସ୍ତ୍ରବିରତି ଚୁକ୍ତିନାମାରେ ଆମେରିକାର କୌଣସି ଭୂମିକା ନଥିଲା ବୋଲି ମିଶ
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଅସ୍ତ୍ରବିରତିରେ ମଧ୍ୟସ୍ଥତା କରିବାରେ ଆମେରିକାର କୌଣସି ଭୂମିକା ନାହିଁ। ଏନେଇ ସୋମବାର ସଂସଦୀୟ କମିଟିକୁ କହିଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରୀ। ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାର ନିଷ୍ପତ୍ତି ଦୁଇ ପଡ଼ୋଶୀ ଦେଶ ଦ୍ୱିପାକ୍ଷିକ ଆଲୋଚନା କରି ନେଇଥିଲେ ବୋଲି ଶ୍ରୀ ମିଶ୍ରୀ କହିଥିବା ଇଣ୍ଡିଆଟୁଡେର ଖବର ପ୍ରକାଶ କରିଛି।
ସେହିପରି ପାକିସ୍ତାନ ପକ୍ଷରୁ କୌଣସି ପରମାଣୁ ଯୁଦ୍ଧର ସଂକେତ ଆସି ନଥିଲା ବୋଲି ମଧ୍ୟ ମିଶ୍ରୀ କହିଛନ୍ତି। ଭାରତ ପାକିସ୍ତାନ ଯୁଦ୍ଧ ବନ୍ଦ କରିବାରେ ଆମେରିକାର ଭୂମିକା ଥିବା ନେଇ ବିରୋଧୀ ବାରମ୍ବାର ଦାବି କରିବା ପରେ ସରକାରଙ୍କ ପକ୍ଷରୁ ଏଭଳି ପ୍ରତିକ୍ରିୟା ସାମ୍ନାକୁ ଆସିଛି।
ବିକ୍ରମ ମିଶ୍ରୀ ସଂସଦୀୟ କମିଟିକୁ ଉତ୍ତର ଦେବା ବେଳେ ଜଣେ ସଦସ୍ୟ ପଚାରିଥିଲେ, "ଟ୍ରମ୍ପ୍ ସାର୍ବଜନୀନ ଭାବରେ ଅତି କମରେ ୭ ଥର ଦାବି କରିଛନ୍ତି ଯେ ସେ ଯୁଦ୍ଧବିରତିକୁରେ ସହଯୋଗ କରିଥିଲେ। ଭାରତ କାହିଁକି ନୀରବ ଥିଲା?" ସେହିପରି ଆଉ ଜଣେ ପ୍ରଶ୍ନ କରିଥିଲେ କାହିଁକି ଭାରତ ଟ୍ରମ୍ପଙ୍କୁ ବାରମ୍ବାର ଏଭଳି କହିବାକୁ ଅନୁମତି ଦେଲା।"
ଏହାପରେ ବୈଦେଶିକ ସଚିବ ଏହି ଦାବିକୁ ଖଣ୍ଡନ କରି କହିଥିଲେ ଯେ ଭାରତ-ପାକିସ୍ତାନ ଯୁଦ୍ଧବିରତି ଏକ ଦ୍ୱିପାକ୍ଷିକ ନିଷ୍ପତ୍ତି ଯାହାର କୌଣସି ତୃତୀୟ ପକ୍ଷର ସମ୍ପୃକ୍ତି ନାହିଁ। ଅସ୍ତ୍ରବିରତି ଚୁକ୍ତିନାମାରେ ଆମେରିକାର କୌଣସି ଭୂମିକା ନଥିଲା ବୋଲି ମିଶ୍ରୀ ପୁଣିଥରେ ପ୍ୟାନେଲକୁ କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ମଝିକୁ ଆସିବାକୁ ଆମର ଅନୁମତି ନେଇ ନଥିଲେ। କିନ୍ତୁ ସେଣ୍ଟରକୁ ଆସିବାକୁ ଚାହୁଁଥିଲେ, ତେଣୁ ସେ ଆସିଥିଲେ।"
ସେହିପରି ପାକିସ୍ତାନ ପରମାଣୁ ଯୁଦ୍ଧ ଆଶଙ୍କା ଥିବା ନେଇ ମଧ୍ୟ ଖୁଲାସା କରିଛନ୍ତି ବୈଦେଶିକ ସଚିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ପାରମ୍ପରିକ ଯୁଦ୍ଧ ସୀମା ମଧ୍ୟରେ ରହିଛି। ପାକିସ୍ତାନ ଦ୍ୱାରା କୌଣସି ପରମାଣୁ ପୋଜିସନ କିମ୍ବା ସଙ୍କେତର ପ୍ରମାଣ ନାହିଁ ବୋଲି ସେ କହିଛନ୍ତି।
ସୂଚନା ଥାଉକି, ଦୁଇ ଦେଶର ଡିଜିଏମଓ ମେ ୧୦ ତାରିଖରେ ସମସ୍ତ ସାମରିକ କାର୍ଯ୍ୟକଳାପ ବନ୍ଦ କରିବା ପାଇଁ ଏକ ବୁଝାମଣା କରିଥିଲେ। ସେହି ଅନୁସାରେ ଆକ୍ରମଣ ପ୍ରତି ଆକ୍ରମଣ ବନ୍ଦ ରହିଛି। ସେହିପରି ପାକିସ୍ତାନ ଚୀନ ଅସ୍ତ୍ର ବ୍ୟବହାର କରିଥିବା ନେଇ ଚିନ୍ତା ପ୍ରକଟ ହେବା ପରେ ସଚିବ କହିଥିଲେ ସେମାନେ କ'ଣ ବ୍ୟବହାର କରିଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ ଆମେ ସେମାନଙ୍କ ଏୟାରବେସକୁ କଡ଼ା ଆକ୍ରମଣ କରିପାରିଲୁ।
ତେବେ ଯୁଦ୍ଧ ସମୟରେ ଭାରତ କେତେ ବିମାନ ହରାଇଲା ବୋଲି ପ୍ରଶ୍ନ କରିବାରୁ ଏହା ଜାତୀୟ ସୁରକ୍ଷାର କଥା ବୋଲି କହି ସଚିବ ଉତ୍ତର ନ ଦେବାକୁ ମନା କରିଦେଇଥିଲେ।
ସେହିପରି ଜୟଶଙ୍କର ପାକିସ୍ତାନକୁ ଆକ୍ରମଣର ଆଗୁଆ ଚେତାବନୀ କଥା ଉଠାଇବାରୁ ମିଶ୍ରୀ କହିଥିଲେ ଯେ ମନ୍ତ୍ରୀଙ୍କ କଥାକୁ ଭୁଲ୍ ଅର୍ଥରେ ନିଆ ନଯାଉ। ତାଙ୍କ ମନ୍ତବ୍ୟ ଅପରେସନ ସିନ୍ଦୂରର ପ୍ରଥମ ପର୍ଯ୍ୟାୟ ପରେ ଆସିଥିଲା ବୋଲି କହିଥିଲେ।