ଦଳିତ ପରିବାରରେ ସମୟ ବିତାଇଲେ ରାହୁଲ ଗାନ୍ଧୀ: ଶିଖିଲେ ରୋଷେଇ
ନୂଆଦିଲ୍ଲୀ,୭।୧୦: କଂଗ୍ରେସ ଏମ୍ପି ତଥା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ସୋମବାର ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଅଜୟ ତୁକାରାମ ସନାଡେ ଏବଂ ତାଙ୍କ ପତ୍ନୀ ଅଞ୍ଜନା ତୁକାରାମ ସନାଡେଙ୍କ ସହ ଖାଦ୍ୟ ରାନ୍ଧୁଥିବା ଦେଖିବାକୁ ମିଳିଛି। ଏହି ଦମ୍ପତି ଦଳିତ ସମ୍ପ୍ରଦାୟର ପାରମ୍ପରିକ ଖାଦ୍ୟ ରାନ୍ଧିବା ବିଷୟରେ ଅବଗତ କରାଇଥିଲେ। ସୋମବାର ରାହୁଲ ଗାନ୍ଧୀ କହିଛନ୍ତି, କଂଗ୍ରେସ ସମ୍ବିଧାନର ସୁରକ୍ଷା କରିବ। ଏହା ବହୁଜନମାନଙ୍କୁ ସେମାନଙ୍କର ଅଧିକାର ଦେବ। ପ୍ରତ୍ୟେକ ଭାରତୀୟ ନିଜ […] The post ଦଳିତ ପରିବାରରେ ସମୟ ବିତାଇଲେ ରାହୁଲ ଗାନ୍ଧୀ: ଶିଖିଲେ ରୋଷେଇ appeared first on Dharitri Odia News.
ନୂଆଦିଲ୍ଲୀ,୭।୧୦: କଂଗ୍ରେସ ଏମ୍ପି ତଥା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ସୋମବାର ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଅଜୟ ତୁକାରାମ ସନାଡେ ଏବଂ ତାଙ୍କ ପତ୍ନୀ ଅଞ୍ଜନା ତୁକାରାମ ସନାଡେଙ୍କ ସହ ଖାଦ୍ୟ ରାନ୍ଧୁଥିବା ଦେଖିବାକୁ ମିଳିଛି। ଏହି ଦମ୍ପତି ଦଳିତ ସମ୍ପ୍ରଦାୟର ପାରମ୍ପରିକ ଖାଦ୍ୟ ରାନ୍ଧିବା ବିଷୟରେ ଅବଗତ କରାଇଥିଲେ।
ସୋମବାର ରାହୁଲ ଗାନ୍ଧୀ କହିଛନ୍ତି, କଂଗ୍ରେସ ସମ୍ବିଧାନର ସୁରକ୍ଷା କରିବ। ଏହା ବହୁଜନମାନଙ୍କୁ ସେମାନଙ୍କର ଅଧିକାର ଦେବ। ପ୍ରତ୍ୟେକ ଭାରତୀୟ ନିଜ ହୃଦୟରେ ଭାଇଚାରା ଭାବନା ଜାଗ୍ରତ କରିବାକୁ ଚେଷ୍ଟା କରିବ।
ଆଜି ମଧ୍ୟ ବହୁତ କମ ଲୋକ ଦଳିତ କିଚେନ ବିଷୟରେ ଜାଣିନାହାନ୍ତି। ଦଲିତମାନେ କ’ଣ ଖାଉଛନ୍ତି, ଖାଦ୍ୟ କିପରି ରାନ୍ଧନ୍ତି ସେ ବିଷୟରେ ଆଦୌ ଜାଣିନାହାନ୍ତି। ମୁଁ ଅଜୟ ତୁକାରାମ ସାନାଡେ ଏବଂ ଅଞ୍ଜନା ଟୁକାରାମ ସାନାଡେଙ୍କ ସହିତ ସମୟ ବିତାଇଥିଲି। ସେ ମୋତେ ସମ୍ମାନର ସହ ମହାରାଷ୍ଟ୍ରର କୋଲହାପୁରସ୍ଥିତ ତାଙ୍କ ଘରକୁ ଡାକି ରୋଷେଇ ଘରେ ସାହାଯ୍ୟ କରିବାର ସୁଯୋଗ ଦେଇଥିଲେ। ଆମେ ଦଳିତ ଖାଦ୍ୟ ବିଷୟରେ ସଚେତନତାର ଅଭାବ ଏବଂ ଏହି ସଂସ୍କୃତିର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲୁ।
दलित किचन के बारे में आज भी बहुत कम लोग जानते हैं। जैसा शाहू पटोले जी ने कहा, “दलित क्या खाते हैं, कोई नहीं जानता।”
वो क्या खाते हैं, कैसे पकाते हैं, और इसका सामाजिक और राजनीतिक महत्व क्या है, इस जिज्ञासा के साथ, मैंने अजय तुकाराम सनदे जी और अंजना तुकाराम सनदे जी के साथ एक दोपहर… pic.twitter.com/yPjXUQt9te
— Rahul Gandhi (@RahulGandhi) October 7, 2024
The post ଦଳିତ ପରିବାରରେ ସମୟ ବିତାଇଲେ ରାହୁଲ ଗାନ୍ଧୀ: ଶିଖିଲେ ରୋଷେଇ appeared first on Dharitri Odia News.