BRS ପ୍ରାର୍ଥୀଙ୍କ ବୈଠକରେ ଯୋଗ ଦେଇ ୧୦୬ ସରକାରୀ କର୍ମଚାରୀ ସସପେଣ୍ଡ, ନିର୍ବାଚନ କମିଶନଙ୍କ ଆକ୍ସନ

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ ମଙ୍ଗଳବାର ତେଲଙ୍ଗାନା ସରକାରର ୧୦୬ ଜଣ ସରକାରୀ କର୍ମଚାରୀଙ୍କୁ ନିଲମ୍ୱନ କରିଛନ୍ତି । ବିଆରଏସର ମେଡକ ପ୍ରାର୍ଥୀ ଏବଂ ପୂର୍ବତନ ଆଇଏଏସ ଅଧିକାରୀ ପି.ଭେଙ୍କଟରତମ ରେଡ୍ଡିଙ୍କ ଦ୍ୱାରା ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମରେ ଏହି କର୍ମଚାରୀମାନେ ସାମିଲ ହୋଇଥିଲେ ।ନିର୍ବାନଚ ଆୟୋଗଙ୍କ ଅନୁସାରେ, ମେଡେକ ପାର୍ଲିଆମେଣ୍ଟ ଅନ୍ତର୍ଗତ ସିଦ୍ଧିପେଟ ବିଧାନସଭା ଅଞ୍ଚଳରେ ବୈଠକ ଆୟୋଜନ କରିବା ପାଇଁ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସରଙ୍କ ଅନୁମତି ନିଆଯାଆଇ ନଥିଲା । ନିର୍ବାଚନ ଆୟୋଗ କହିଛନ୍ତି, '୨୦୨୪ ଏପ୍ରିଲ ୭ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସିସିଟିଭିରେ ରେକର୍ଡ କରାଯାଇଛି । ଯେଉଁଥିରୁ ଏହି ଆୟୋଜନ ହୋଇଥିବା ସ୍ପଷ୍ଟ ହୋଇଛି । ଯାହା ନିର୍ବାଚନ ଆଚରଣ ସଂହିତାର ଉଲ୍ଲଂଘନ ହୋଇଛି।'ପଢନ୍ତୁ: ଭୀମ୍‌ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ନାଁରେ ସବୁଠୁ ଅଧିକ ମାମଲା, ADR ରିପୋର୍ଟରୁ ଖୁଲାସାଏହାସହ ରେଡ୍ଡି ଏବଂ ବିଆରଏସ ନେତାଙ୍କ ବିରୋଧରେ ବିନା ଅନୁମତିରେ ବୈଠକ କରିବା ନେଇ ଏଫଆଇର ମଧ୍ୟ ରୁଜୁ ହୋଇଛି । ନିର୍ବାଚନ ଆୟୋଗଙ୍କ ଦ୍ୱାରା ସସପେଣ୍ଡ ହୋଇଥିବା ସରକାରୀ କର୍ମଚାରୀଙ୍କ ମଧ୍ୟରେ ଟେକ୍ନିକାଲ ଆସିଷ୍ଟାଣ୍ଟ, ଇଞ୍ଜିନିୟରିଂ କନସଲଟାଣ୍ଟ, କମ୍ପ୍ୟୁଟର ଅପରେଟର, କମ୍ୟୁନିଟି କୋର୍ଡିନେଟର, ଅଡିଟର ଆଦି ସାମିଲ ଅଛନ୍ତି । ତେବେ ସସପେଣ୍ଡ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ଅଧିକାଂଶ ସିଦ୍ଧିପ

BRS ପ୍ରାର୍ଥୀଙ୍କ ବୈଠକରେ ଯୋଗ ଦେଇ ୧୦୬ ସରକାରୀ କର୍ମଚାରୀ ସସପେଣ୍ଡ, ନିର୍ବାଚନ କମିଶନଙ୍କ ଆକ୍ସନ

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ ମଙ୍ଗଳବାର ତେଲଙ୍ଗାନା ସରକାରର ୧୦୬ ଜଣ ସରକାରୀ କର୍ମଚାରୀଙ୍କୁ ନିଲମ୍ୱନ କରିଛନ୍ତି । ବିଆରଏସର ମେଡକ ପ୍ରାର୍ଥୀ ଏବଂ ପୂର୍ବତନ ଆଇଏଏସ ଅଧିକାରୀ ପି.ଭେଙ୍କଟରତମ ରେଡ୍ଡିଙ୍କ ଦ୍ୱାରା ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମରେ ଏହି କର୍ମଚାରୀମାନେ ସାମିଲ ହୋଇଥିଲେ ।

ନିର୍ବାନଚ ଆୟୋଗଙ୍କ ଅନୁସାରେ, ମେଡେକ ପାର୍ଲିଆମେଣ୍ଟ ଅନ୍ତର୍ଗତ ସିଦ୍ଧିପେଟ ବିଧାନସଭା ଅଞ୍ଚଳରେ ବୈଠକ ଆୟୋଜନ କରିବା ପାଇଁ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସରଙ୍କ ଅନୁମତି ନିଆଯାଆଇ ନଥିଲା । ନିର୍ବାଚନ ଆୟୋଗ କହିଛନ୍ତି, '୨୦୨୪ ଏପ୍ରିଲ ୭ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସିସିଟିଭିରେ ରେକର୍ଡ କରାଯାଇଛି । ଯେଉଁଥିରୁ ଏହି ଆୟୋଜନ ହୋଇଥିବା ସ୍ପଷ୍ଟ ହୋଇଛି । ଯାହା ନିର୍ବାଚନ ଆଚରଣ ସଂହିତାର ଉଲ୍ଲଂଘନ ହୋଇଛି।'

ପଢନ୍ତୁ: ଭୀମ୍‌ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ନାଁରେ ସବୁଠୁ ଅଧିକ ମାମଲା, ADR ରିପୋର୍ଟରୁ ଖୁଲାସା

ଏହାସହ ରେଡ୍ଡି ଏବଂ ବିଆରଏସ ନେତାଙ୍କ ବିରୋଧରେ ବିନା ଅନୁମତିରେ ବୈଠକ କରିବା ନେଇ ଏଫଆଇର ମଧ୍ୟ ରୁଜୁ ହୋଇଛି । ନିର୍ବାଚନ ଆୟୋଗଙ୍କ ଦ୍ୱାରା ସସପେଣ୍ଡ ହୋଇଥିବା ସରକାରୀ କର୍ମଚାରୀଙ୍କ ମଧ୍ୟରେ ଟେକ୍ନିକାଲ ଆସିଷ୍ଟାଣ୍ଟ, ଇଞ୍ଜିନିୟରିଂ କନସଲଟାଣ୍ଟ, କମ୍ପ୍ୟୁଟର ଅପରେଟର, କମ୍ୟୁନିଟି କୋର୍ଡିନେଟର, ଅଡିଟର ଆଦି ସାମିଲ ଅଛନ୍ତି । ତେବେ ସସପେଣ୍ଡ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ଅଧିକାଂଶ ସିଦ୍ଧିପେଟ ଜିଲ୍ଲା ଗ୍ରାମାଞ୍ଚଳ ବିକାଶ ଏଜେନ୍ସି (DRDA)ର ଅଛନ୍ତି ।

ବିଜେପି ମେଡକ ପ୍ରାର୍ଥୀ ଏମ.ରଘୁନନ୍ଦନ ରାଓ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସର ଏବଂ ଆରଡିଓଙ୍କ ନିକଟରେ ଏନେଇ ଅଭିଯୋଗ କରିଥିଲେ । ଏହାପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୧୦୬ ସରକାରୀ କର୍ମଚାରୀଙ୍କୁ ତତ୍କାଳ ନିଲମ୍ୱନ କରାଯାଇଛି ।