୭୬ତମ ସାଧାରଣତନ୍ତ୍ର ଦିବସ, ମହାତ୍ମା ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କରିବେ ନୂଆ ରାଜ୍ୟପାଳ

ଭୁବନେଶ୍ୱର : ଆଜି ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ପାଇଁ ସୁରକ୍ଷା ବଳୟରେ ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗ । ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ ପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରି ପରେଡରେ ଅଭିବାଦନ ଗ୍ରହଣ କରିବେ। ପରେଡରେ ସାମିଲ ହେବେ CRPF, ୧୨୦ ବାଟାଲିୟନ, ଆଇଟିବିପି, ଏଏସବିଏନ୍, ଅଗ୍ନିଶମ, ଏସଓଜି ସମେତ ୫୦ ଟ୍ରୁପ୍ । କଳାକୌଶଳ ପ୍ରଦର୍ଶନ […] The post ୭୬ତମ ସାଧାରଣତନ୍ତ୍ର ଦିବସ, ମହାତ୍ମା ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କରିବେ ନୂଆ ରାଜ୍ୟପାଳ appeared first on KNews Odisha.

୭୬ତମ ସାଧାରଣତନ୍ତ୍ର ଦିବସ, ମହାତ୍ମା ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କରିବେ ନୂଆ ରାଜ୍ୟପାଳ
BBSR 1

ଭୁବନେଶ୍ୱର : ଆଜି ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ପାଇଁ ସୁରକ୍ଷା ବଳୟରେ ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗ । ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ ପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରି ପରେଡରେ ଅଭିବାଦନ ଗ୍ରହଣ କରିବେ। ପରେଡରେ ସାମିଲ ହେବେ CRPF, ୧୨୦ ବାଟାଲିୟନ, ଆଇଟିବିପି, ଏଏସବିଏନ୍, ଅଗ୍ନିଶମ, ଏସଓଜି ସମେତ ୫୦ ଟ୍ରୁପ୍ । କଳାକୌଶଳ ପ୍ରଦର୍ଶନ କରିବେ ଡେୟାର ଡେଭିଲ୍ସ ଓ ଉତ୍କଳ ସ୍କେଟିଂ ଟିମ୍ । ପରେଡରେ ୪୩ କଣ୍ଟିଜେଣ୍ଟ ସାମିଲ ହେବେ। ସୁରକ୍ଷା ଦାୟିତ୍ବରେ ଅଛନ୍ତି ୧୪ ପ୍ଲାଟୁନ ଫୋର୍ସ। ସିସିଟିଭି ନଜରରେ ରହିଛି ପରେଡ୍ ଗ୍ରାଉଣ୍ଡ। ରୁଫଟପ୍ ସିକ୍ୟୁରିଟି , ଡଗ sqad , ବମ sqad , ଟ୍ରାଫିକ ଓ ପାର୍କିଙ୍ଗ ନେଇ ବ୍ୟାପକ ପ୍ରସ୍ତୁତି କରଯାଇଛି। ସେହିପରି ମାଓ ଅଧ୍ୟୁଷିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରୀ କଡାକଡି କରାଯାଇଛି।

ସେହିପରି ଭୁବନେଶ୍ଵରର ଲୋକସେବା ଭବନ, ବିଧାନସଭା, କମିଶନରେଟ ପୋଲିସ ମୁଖ୍ୟାଳୟ, ରେଳ ଷ୍ଚେସନ, ପୂର୍ବତଟ ରେଳ ମୁଖ୍ୟାଳୟ, ଭାରତୀୟ ରିଜର୍ଭ ବ୍ୟାଙ୍କ, ଉତ୍କଳ ବିଶ୍ବବିଦ୍ୟାଳୟ, ଆଇଓସିଏଲ କାର୍ଯ୍ୟାଳୟ ସମେତ ରାଜଧାନୀରେ ଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ସମେତ କୋଠା, ରାସ୍ତା, ମନ୍ଦିର ବିଭିନ୍ନ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ଝଲସୁଛି । ଯାହା ରାଜଧାନୀବାସୀଙ୍କୁ ଭିନ୍ନ ଅନୁଭୂତି ଦେଉଛି । ସାଧାରଣତନ୍ତ୍ର ଦିବସ ଲାଗି ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ହାଇଆଲର୍ଟ ଜାରି ହୋଇଛି । କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଚାରିଆଡେ ସିସିଟିଭ ଛାଉଣି ହୋଇଛି ।

 

ଆହୁରି ପଢନ୍ତୁ : ଓଡ଼ିଶାରେ ପ୍ରଥମ, ୭୬ତମ ସାଧାରଣତନ୍ତ୍ର ଦିବସରେ ୧୦ ଦ୍ୱୀପରେ ଉଡିବ ତ୍ରିରଙ୍ଗା

The post ୭୬ତମ ସାଧାରଣତନ୍ତ୍ର ଦିବସ, ମହାତ୍ମା ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କରିବେ ନୂଆ ରାଜ୍ୟପାଳ appeared first on KNews Odisha.