ଜିଲ୍ଲାପାଳଙ୍କ ଆକ୍ସନ, ରାଜ୍ୟ ବାହାରକୁ ଚାଲାଣ ବେଳେ ୨୨ ବାଲି ଟ୍ରକ ଜବତ

ସୋର ୦୨।୦୩ : ଆକ୍ସନମୋଡ଼ରେ ପ୍ରଶାସନ । ବେଆଇନ୍‌ ବାଲି ବୋଝେଇ ଟ୍ରକ ଚାଲାଣ ବେଳେ ୨୨ ଗାଡି ଜବତ । ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରୁ ୨୨ଟି ବେଆଇନ୍ ବାଲି ବୋଝେଇ ଗାଡ଼ି ଜବତ ହୋଇଛି।ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂରୀ ବିକାଶଙ୍କ ନିର୍ଦ୍ଦେଶରେ ସୋର ଆଡସିନାଲ ତହସିଲଦାର ଦୈତାରୀ ମଲ୍ଲିକ ଗତରାତିରୁ ରେଡ୍ ଚଳାଇଛନ୍ତି । ବେଆଇନ ବାଲି ବୋଝେଇ ଟ୍ରକ ଧରିବାରେ ସଫଳ ହୋଇଛନ୍ତି। ଅନ୍ୟ ଗାଡ଼ି ଗୁଡ଼ିକୁ ମଧ୍ୟ ଧରିବା ପାଇଁ ଚେଷ୍ଟା ଚାଲିଛି । ବୈତରଣୀ ନଦୀରୁ ବାଲି ବୋଝଇ ଟ୍ରକ ବାଲେଶ୍ୱର ଓ ପଶ୍ଚିମବଙ୍ଗ ଯିବା ବେଳେ ସୋର ପୋଲିସ ସହାୟତାରେ ସୋର ଆଡସିନାଲ ତହସିଲଦାର ବେଆଇନ ବାଲି ବୋଝେଇ ଟ୍ରକକୁ ଅଟକାଇଥିଲେ । ସମସ୍ତ ଡ୍ରାଇଭରଙ୍କୁ ଜେରା ମଧ୍ୟ କରୁଛନ୍ତି । ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ଛାନ୍‌ଭିନ୍‌ ଜାରି ରହିଛି । 

ଜିଲ୍ଲାପାଳଙ୍କ ଆକ୍ସନ, ରାଜ୍ୟ ବାହାରକୁ ଚାଲାଣ ବେଳେ ୨୨ ବାଲି ଟ୍ରକ ଜବତ

ସୋର ୦୨।୦୩ : ଆକ୍ସନମୋଡ଼ରେ ପ୍ରଶାସନ । ବେଆଇନ୍‌ ବାଲି ବୋଝେଇ ଟ୍ରକ ଚାଲାଣ ବେଳେ ୨୨ ଗାଡି ଜବତ । ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରୁ ୨୨ଟି ବେଆଇନ୍ ବାଲି ବୋଝେଇ ଗାଡ଼ି ଜବତ ହୋଇଛି।

ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂରୀ ବିକାଶଙ୍କ ନିର୍ଦ୍ଦେଶରେ ସୋର ଆଡସିନାଲ ତହସିଲଦାର ଦୈତାରୀ ମଲ୍ଲିକ ଗତରାତିରୁ ରେଡ୍ ଚଳାଇଛନ୍ତି । ବେଆଇନ ବାଲି ବୋଝେଇ ଟ୍ରକ ଧରିବାରେ ସଫଳ ହୋଇଛନ୍ତି। ଅନ୍ୟ ଗାଡ଼ି ଗୁଡ଼ିକୁ ମଧ୍ୟ ଧରିବା ପାଇଁ ଚେଷ୍ଟା ଚାଲିଛି । ବୈତରଣୀ ନଦୀରୁ ବାଲି ବୋଝଇ ଟ୍ରକ ବାଲେଶ୍ୱର ଓ ପଶ୍ଚିମବଙ୍ଗ ଯିବା ବେଳେ ସୋର ପୋଲିସ ସହାୟତାରେ ସୋର ଆଡସିନାଲ ତହସିଲଦାର ବେଆଇନ ବାଲି ବୋଝେଇ ଟ୍ରକକୁ ଅଟକାଇଥିଲେ । ସମସ୍ତ ଡ୍ରାଇଭରଙ୍କୁ ଜେରା ମଧ୍ୟ କରୁଛନ୍ତି । ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ଛାନ୍‌ଭିନ୍‌ ଜାରି ରହିଛି ।