କ୍ୟାପଡ୍ ଏବଂ ଅନ୍-କ୍ୟାପ୍ ପ୍ଲେୟରଙ୍କ ମଧ୍ୟରେ ପାର୍ଥକ୍ୟ କ’ଣ? ଉଭୟ ପରସ୍ପରଠାରୁ କେତେ ଭିନ୍ନ…

ନୂଆଦିଲ୍ଲୀ ୨୮।୧୦: ଆଇପିଏଲ୍ରେ ଶୁଣିବାକୁ ମିଳିଥାଏ କ୍ୟାପ୍ଡ ଏବଂ ଅନ୍-କ୍ୟାପ୍ ପ୍ଲେୟରଙ୍କ ବିଷୟରେ…କିନ୍ତୁ ଆପଣ ଜାଣନ୍ତି କି କ୍ୟାପ୍ଡ ଏବଂ ଅନ୍-କ୍ୟାପ୍ ପ୍ଲେୟରଙ୍କ ମଧ୍ୟରେ ପାର୍ଥକ୍ୟ କ’ଣ?ନିଜ ଦେଶ ପାଇଁ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ପ୍ଲେୟରଙ୍କୁ କୁହାଯାଏ କ୍ୟାପ୍ଡ ପ୍ଲେୟର । ଉଦାହରଣ ସ୍ୱରୂପ ରୋହିତ ଶର୍ମା ଏବଂ ବିରାଟ କୋହଲି ପରି ପ୍ଲେୟର ହେଉଛନ୍ତି କ୍ୟାପ୍ଡ ପ୍ଲେୟର ।  ଏଥି ସହିତ ଯଦି ପ୍ଲେୟର ନିଜ ଦେଶ ପାଇଁ ଗୋଟିଏ ବି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାଁନ୍ତି, ତାଙ୍କୁ ଅନ୍‌କ୍ୟାପ୍ଡ ପ୍ଲେୟର ଭାବେ ଗଣାଯାଏ । ଉଦାହରଣ ସ୍ୱରୂପ, ଆୟୁଷ ବଦୋନି ଏବଂ ନେହାଲ ବଧେରା ପରି ପ୍ଲେୟର । ବର୍ତ୍ତମାନ ଆଇପିଏଲ୍ ମେଗା ନିଲାମ ୨୦୨୫ ପୂର୍ବରୁ ବିସିସିଆଇ ଏକ ନୂଆ ନିୟମ ଲାଗୁ କରିଛି । ଏହି ନୂଆ ନିୟମ ଅନୁଯାୟୀ, ଯଦି ଜଣେ ଭାରତୀୟ ଖେଳାଳି ଗତ ପାଞ୍ଚ ବର୍ଷ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳି ନାହାଁନ୍ତି କିମ୍ବା ବିସିସିଆଇ ସହିତ କେନ୍ଦ୍ରୀୟ ଚୁକ୍ତିନାମା କରିନାହାଁନ୍ତି, ତେବେ ତାଙ୍କୁ ମଧ୍ୟ ଜଣେ ଅନକ୍ୟାପ୍ଡ ପ୍ଲେୟର ଭାବେ ବିବେଚନା କରାଯିବ। ମହେନ୍ଦ୍ର ସିଂ ଧୋନିଙ୍କ ପରି କ୍ରିକେଟର ଅନକ୍ୟାପ୍ଡ ପ୍ଲେୟର ବର୍ଗରେ ରହିବେ।ଚଳିତବର୍ଷ ଆଇପିଏଲ ମେଗା ନିଲାମ ପୂର୍ବରୁ ଟିମ୍‌ ୬ ଜଣ ପ୍ଲେୟରଙ୍କୁ ରିଟେନ୍‌ କରିବାରେ ସକ୍ଷମ ହେବେ । ଯେଉଁଥିରେ ଜଣେ ଅନ୍‌କ୍ୟାପ୍ଡ ପ୍ଲେୟର ଆବଶ୍ୟକ । ଯଦିଓ କୌଣସି ଟିମ୍‌ ୬ ପରିବର୍ତ୍ତେ

କ୍ୟାପଡ୍ ଏବଂ ଅନ୍-କ୍ୟାପ୍ ପ୍ଲେୟରଙ୍କ ମଧ୍ୟରେ ପାର୍ଥକ୍ୟ କ’ଣ? ଉଭୟ ପରସ୍ପରଠାରୁ କେତେ ଭିନ୍ନ…

ନୂଆଦିଲ୍ଲୀ ୨୮।୧୦: ଆଇପିଏଲ୍ରେ ଶୁଣିବାକୁ ମିଳିଥାଏ କ୍ୟାପ୍ଡ ଏବଂ ଅନ୍-କ୍ୟାପ୍ ପ୍ଲେୟରଙ୍କ ବିଷୟରେ…କିନ୍ତୁ ଆପଣ ଜାଣନ୍ତି କି କ୍ୟାପ୍ଡ ଏବଂ ଅନ୍-କ୍ୟାପ୍ ପ୍ଲେୟରଙ୍କ ମଧ୍ୟରେ ପାର୍ଥକ୍ୟ କ’ଣ?

ନିଜ ଦେଶ ପାଇଁ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ପ୍ଲେୟରଙ୍କୁ କୁହାଯାଏ କ୍ୟାପ୍ଡ ପ୍ଲେୟର । ଉଦାହରଣ ସ୍ୱରୂପ ରୋହିତ ଶର୍ମା ଏବଂ ବିରାଟ କୋହଲି ପରି ପ୍ଲେୟର ହେଉଛନ୍ତି କ୍ୟାପ୍ଡ ପ୍ଲେୟର ।  

ଏଥି ସହିତ ଯଦି ପ୍ଲେୟର ନିଜ ଦେଶ ପାଇଁ ଗୋଟିଏ ବି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାଁନ୍ତି, ତାଙ୍କୁ ଅନ୍‌କ୍ୟାପ୍ଡ ପ୍ଲେୟର ଭାବେ ଗଣାଯାଏ । ଉଦାହରଣ ସ୍ୱରୂପ, ଆୟୁଷ ବଦୋନି ଏବଂ ନେହାଲ ବଧେରା ପରି ପ୍ଲେୟର । 

ବର୍ତ୍ତମାନ ଆଇପିଏଲ୍ ମେଗା ନିଲାମ ୨୦୨୫ ପୂର୍ବରୁ ବିସିସିଆଇ ଏକ ନୂଆ ନିୟମ ଲାଗୁ କରିଛି । ଏହି ନୂଆ ନିୟମ ଅନୁଯାୟୀ, ଯଦି ଜଣେ ଭାରତୀୟ ଖେଳାଳି ଗତ ପାଞ୍ଚ ବର୍ଷ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳି ନାହାଁନ୍ତି କିମ୍ବା ବିସିସିଆଇ ସହିତ କେନ୍ଦ୍ରୀୟ ଚୁକ୍ତିନାମା କରିନାହାଁନ୍ତି, ତେବେ ତାଙ୍କୁ ମଧ୍ୟ ଜଣେ ଅନକ୍ୟାପ୍ଡ ପ୍ଲେୟର ଭାବେ ବିବେଚନା କରାଯିବ। ମହେନ୍ଦ୍ର ସିଂ ଧୋନିଙ୍କ ପରି କ୍ରିକେଟର ଅନକ୍ୟାପ୍ଡ ପ୍ଲେୟର ବର୍ଗରେ ରହିବେ।

ଚଳିତବର୍ଷ ଆଇପିଏଲ ମେଗା ନିଲାମ ପୂର୍ବରୁ ଟିମ୍‌ ୬ ଜଣ ପ୍ଲେୟରଙ୍କୁ ରିଟେନ୍‌ କରିବାରେ ସକ୍ଷମ ହେବେ । ଯେଉଁଥିରେ ଜଣେ ଅନ୍‌କ୍ୟାପ୍ଡ ପ୍ଲେୟର ଆବଶ୍ୟକ । 

ଯଦିଓ କୌଣସି ଟିମ୍‌ ୬ ପରିବର୍ତ୍ତେ ମାତ୍ର ୨ ପ୍ଲେୟରଙ୍କୁ ରିଟେନ୍‌ କରେ ତେବେ ଟିମ୍ ପାଖରେ ନିଲାମରେ ଏଥିରେ ୩ଟି ଆରଟିଏମ୍ (ରାଇଟ୍ ଟୁ ମ୍ୟାଚ୍ କାର୍ଡ) ରହିବ । ସେହି ଟିମ୍‌ ନିଲାମରେ ଏହାର ୩ ପ୍ଲେୟରଙ୍କ ଉପରେ ଆରଟିଏମ୍ ବ୍ୟବହାର କରିପାରିବ ।