ରୋହିତ ଶର୍ମାଙ୍କୁ ଇଂଲଣ୍ଡ ଗସ୍ତରେ ନେବାକୁ ଚାହୁଁଥିଲା BCCI, ପୁଣି କ’ଣ ପାଇଁ ସନ୍ନ୍ୟାସ ନେଲେ ହିଟ୍ମ୍ୟାନ ?
ନୂଆଦିଲ୍ଲୀ: ରୋହିତ ଶର୍ମା ଅଚାନକ କାହିଁକି ଟେଷ୍ଟରୁ ନେଲେ ଅବସର ? କଣ ବିସିସିଆଇ ତାଙ୍କୁ ସନ୍ନ୍ୟାସ ନେବା ପାଇଁ କହିଥିଲା ? ରିପୋର୍ଟ କହୁଛି ବିସିସିଆଇ ରୋହିତଙ୍କୁ ସ୍ପଷ୍ଟ ଶବ୍ଦରେ ଜଣାଇ ଦେଇଥିଲା ଯେ, ଟେଷ୍ଟ ଟିମ୍ରେ ଆପଣଙ୍କ ଆଉ କୌଣସି ଭୂମିକା ନାହିଁ। ଏବେ ଆଉ ଏକ ନ୍ୟୁଜ ରିପୋର୍ଟରେ ଦାବି କରାଯାଇଛି ଯେ, ରୋହିତ ଶର୍ମା ଇଂଲଣ୍ଡ ଗସ୍ତରେ ଯିବାକୁ ଚାହୁଁଥିଲେ। ସେ ମହେନ୍ଦ୍ର ସିଂ ଧୋନୀଙ୍କ ପରି ଅବସର ନେବାକୁ ପ୍ରସ୍ତାବ ରଖିଥିଲେ, ମାତ୍ର ବିସିସିଆଇ ତାଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିଲା। ଏହା ପରେ ହିଟମ୍ୟାନଙ୍କୁ ବାଧ୍ୟ ହୋଇ ଟେଷ୍ଟରୁ ସନ୍ନ୍ୟାସ ଘୋଷଣା କରିବାକୁ ପଡ଼ିଲା।Also read: ପ୍ଲେ ଅଫ୍ରୁ ବିଦା ହେବା ପରେ ଆସିଲା LSG ମାଲିକ ସଞ୍ଜୀବ ଗୋଏଙ୍କାଙ୍କ ପ୍ରତିକ୍ରିୟା, ସଭିଏଁ ହେଲେ ଆଚମ୍ବିତସ୍କାଇ ନ୍ୟୁଜର ରିପୋର୍ଟ ମୁତାବକ, ରୋହିତ ଶର୍ମା ଇଂଲଣ୍ଡ ଗସ୍ତ କରିବାକୁ ଚାହୁଁଥିଲେ। ଏହି ଗସ୍ତରେ ଭାରତ ଘରୋଇ ଦଳ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଏହି ସିରିଜ୍ର ମଧ୍ୟ ଭାଗରେ ରୋହିତ ଟେଷ୍ଟରୁ ସନ୍ନ୍ୟାସ ଘୋଷଣା କରିବାକୁ ଚାହୁଁଥିଲେ। ଏହା ପୂର୍ବରୁ ମହେନ୍ଦ୍ର ସିଂ ଧୋନୀ ୨୦୧୪ରେ ଅଷ୍ଟ୍ରେଲିଆ ଗସ୍ତରେ ସିରିଜ୍ ମଝିରେ ହିଁ ଟେଷ୍ଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ହେଲେ ବିସିସିଆଇ ରୋହିତ ଶର୍ମାଙ୍କ ଧୋନୀଙ୍କ ପରି ଅବସର ପ୍ରସ୍ତାବକୁ ଖାରଜ କରି ଦେଇଥିଲା।ରିପୋର
ନୂଆଦିଲ୍ଲୀ: ରୋହିତ ଶର୍ମା ଅଚାନକ କାହିଁକି ଟେଷ୍ଟରୁ ନେଲେ ଅବସର ? କଣ ବିସିସିଆଇ ତାଙ୍କୁ ସନ୍ନ୍ୟାସ ନେବା ପାଇଁ କହିଥିଲା ? ରିପୋର୍ଟ କହୁଛି ବିସିସିଆଇ ରୋହିତଙ୍କୁ ସ୍ପଷ୍ଟ ଶବ୍ଦରେ ଜଣାଇ ଦେଇଥିଲା ଯେ, ଟେଷ୍ଟ ଟିମ୍ରେ ଆପଣଙ୍କ ଆଉ କୌଣସି ଭୂମିକା ନାହିଁ। ଏବେ ଆଉ ଏକ ନ୍ୟୁଜ ରିପୋର୍ଟରେ ଦାବି କରାଯାଇଛି ଯେ, ରୋହିତ ଶର୍ମା ଇଂଲଣ୍ଡ ଗସ୍ତରେ ଯିବାକୁ ଚାହୁଁଥିଲେ। ସେ ମହେନ୍ଦ୍ର ସିଂ ଧୋନୀଙ୍କ ପରି ଅବସର ନେବାକୁ ପ୍ରସ୍ତାବ ରଖିଥିଲେ, ମାତ୍ର ବିସିସିଆଇ ତାଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିଲା। ଏହା ପରେ ହିଟମ୍ୟାନଙ୍କୁ ବାଧ୍ୟ ହୋଇ ଟେଷ୍ଟରୁ ସନ୍ନ୍ୟାସ ଘୋଷଣା କରିବାକୁ ପଡ଼ିଲା।
Also read: ପ୍ଲେ ଅଫ୍ରୁ ବିଦା ହେବା ପରେ ଆସିଲା LSG ମାଲିକ ସଞ୍ଜୀବ ଗୋଏଙ୍କାଙ୍କ ପ୍ରତିକ୍ରିୟା, ସଭିଏଁ ହେଲେ ଆଚମ୍ବିତ
ସ୍କାଇ ନ୍ୟୁଜର ରିପୋର୍ଟ ମୁତାବକ, ରୋହିତ ଶର୍ମା ଇଂଲଣ୍ଡ ଗସ୍ତ କରିବାକୁ ଚାହୁଁଥିଲେ। ଏହି ଗସ୍ତରେ ଭାରତ ଘରୋଇ ଦଳ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଏହି ସିରିଜ୍ର ମଧ୍ୟ ଭାଗରେ ରୋହିତ ଟେଷ୍ଟରୁ ସନ୍ନ୍ୟାସ ଘୋଷଣା କରିବାକୁ ଚାହୁଁଥିଲେ। ଏହା ପୂର୍ବରୁ ମହେନ୍ଦ୍ର ସିଂ ଧୋନୀ ୨୦୧୪ରେ ଅଷ୍ଟ୍ରେଲିଆ ଗସ୍ତରେ ସିରିଜ୍ ମଝିରେ ହିଁ ଟେଷ୍ଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ହେଲେ ବିସିସିଆଇ ରୋହିତ ଶର୍ମାଙ୍କ ଧୋନୀଙ୍କ ପରି ଅବସର ପ୍ରସ୍ତାବକୁ ଖାରଜ କରି ଦେଇଥିଲା।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଚୟନକର୍ତ୍ତା ସିରିଜ୍ରେ ନିରନ୍ତରତା ଚାହୁଁଥିଲେ। ରୋହିତ ଶର୍ମାଙ୍କୁ କୁହାଯାଇଥିଲା ଯେ, ଇଂଲଣ୍ଡ ଗସ୍ତରେ ଆପଣ କେବଳ ଜଣେ ଖେଳାଳି ହିସାବରେ ଯାଇ ପାରିବେ, କିନ୍ତୁ ଅଧିନାୟକ ଭାବେ ନୁହେଁ। ବୋର୍ଡର ଏହି ଆଭିମୁଖ୍ୟ ପରେ ରୋହିତ ଶର୍ମା ଟେଷ୍ଟରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଥିଲେ।
ରୋହିତ ଶର୍ମା ୬୭ଟି ଟେଷ୍ଟ ଖେଳି ୧୧୬ ଇନିଂସରେ ୪୦.୫୭ ହାରରେ ମୋଟ୍ ୪୩୦୧ ରନ କରିଛନ୍ତି। ଏଥିରେ ୧୨ ଶତକ ଓ ୧୮ ଅର୍ଦ୍ଧଶତକ ସାମିଲ। ଏହା ପୂର୍ବରୁ ରୋହିତ ୨୦୨୪ରେ ଟି-୨୦ ବିଶ୍ଵକପ୍ ଜିତିବା ପରେ କ୍ରିକେଟ୍ର ସବୁଠୁ ଛୋଟ ଫର୍ମାଟ୍ରୁ ସନ୍ନ୍ୟାସ ଘୋଷଣା କରିଥିଲେ। ତାଙ୍କ ସହିତ ବିରାଟ କୋହଲି ଓ ରବୀନ୍ଦ୍ର ଜାଡ଼େଜା ମଧ୍ୟ ଟି-୨୦ ଅନ୍ତର୍ଜାତୀୟରୁ ଅବସର ଘୋଷଣା କରିଥିଲେ। ରୋହିତଙ୍କ ଟେଷ୍ଟରୁ ସନ୍ନ୍ୟାସ ଘୋଷଣାର ୫ ଦିନ ପରେ ବିରାଟ କୋହଲି ମଧ୍ୟ ଏହି ଫର୍ମାଟ୍କୁ ଅଲବିଦା କହିଛନ୍ତି।