ପୋଖରୀରେ ବୁଡି ୨ ଶିଶୁ କନ୍ୟା ମୃତ, ଖେଳିବାକୁ ଯାଇ ନିଖୋଜ ଥିଲେ
ଯାଜପୁର ରୋଡ଼ : ଯାଜପୁର ରୋଡ଼ ଥାନା ବାଳୁଙ୍ଗା ବନ୍ଦୀ ଗାଁ ପୋଖରୀରେ ବୁଡି ୨ ଶିଶୁ କନ୍ୟା ମୃତ। ସୂଚନା ମୁତାବକ, ୨ ଶିଶୁ କନ୍ୟା ଖେଳିବାକୁ ଯାଇ ଦୀର୍ଘ ସମୟ ଧରି ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ନିକଟସ୍ଥ ପୋଖରୀରୁ ଉଭୟ ଶିଶୁ କନ୍ୟାଙ୍କୁ ଉଦ୍ଧାର କରି ଦାନଗଦି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ୨ ଶିଶୁ କନ୍ୟାଙ୍କୁ ମୃତ […] The post ପୋଖରୀରେ ବୁଡି ୨ ଶିଶୁ କନ୍ୟା ମୃତ, ଖେଳିବାକୁ ଯାଇ ନିଖୋଜ ଥିଲେ appeared first on KNews Odisha.

ଯାଜପୁର ରୋଡ଼ : ଯାଜପୁର ରୋଡ଼ ଥାନା ବାଳୁଙ୍ଗା ବନ୍ଦୀ ଗାଁ ପୋଖରୀରେ ବୁଡି ୨ ଶିଶୁ କନ୍ୟା ମୃତ। ସୂଚନା ମୁତାବକ, ୨ ଶିଶୁ କନ୍ୟା ଖେଳିବାକୁ ଯାଇ ଦୀର୍ଘ ସମୟ ଧରି ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ନିକଟସ୍ଥ ପୋଖରୀରୁ ଉଭୟ ଶିଶୁ କନ୍ୟାଙ୍କୁ ଉଦ୍ଧାର କରି ଦାନଗଦି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ୨ ଶିଶୁ କନ୍ୟାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳରେ ଯାଜପୁର ରୋଡ଼ ପୋଲିସ ପହଂଚି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ୨ ମୃତ ଶିଶୁ କନ୍ୟା ୪ରୁ ୫ ବର୍ଷ ମଧ୍ୟରେ ବୋଲି ଜଣାପଡିଛି।
The post ପୋଖରୀରେ ବୁଡି ୨ ଶିଶୁ କନ୍ୟା ମୃତ, ଖେଳିବାକୁ ଯାଇ ନିଖୋଜ ଥିଲେ appeared first on KNews Odisha.