ନାରାୟଣପୁର-ଦାନ୍ତେୱାଡ଼ା ସୀମାରେ ଏନକାଉଣ୍ଟର,ଛତିଶଗଡ଼ରେ ୩୬ ମାଓବାଦୀ ନିହତ
ମାଲକାନଗିରି : ଛତିଶଗଡ଼ରେ ବଡ଼ ଧରଣର ମାଓ ଅପରେସନ୍ । ପୋଲିସକୁ ମିଳିଛି ବଡ଼ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ୩୬ ମାଓବାଦୀ ନିପାତ। ନାରାୟଣପୁର-ଦାନ୍ତେୱାଡ଼ା ସୀମାରେ ଏନକାଉଣ୍ଟର। ନାରାୟପୁର ପୋଲିସ ଓ ଦାନ୍ତେୱାଡ଼ା ପୋଲିସର ମିଳିତ ସର୍ଚ୍ଚ ଅପରେସନ ବେଳେ ମିଳିଛି ବଡ଼ ସଫଳତା। ପୋଲିସ ଗୁଳିରେ ୩୬ ଜଣ ମାଓବାଦୀ ନିହତ ହୋଇଛନ୍ତି। ଅବୁଝ ମାଡ଼ ଅଞ୍ଚଳରେ ଏନକାଉଣ୍ଟର ହୋଇଛି । ସର୍ଚ୍ଚ ଅପରେସନ୍ ଜାରି ରହିଥିବା ସୂଚନା ମିଳିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ। […] The post ନାରାୟଣପୁର-ଦାନ୍ତେୱାଡ଼ା ସୀମାରେ ଏନକାଉଣ୍ଟର,ଛତିଶଗଡ଼ରେ ୩୬ ମାଓବାଦୀ ନିହତ appeared first on KNews Odisha.

ମାଲକାନଗିରି : ଛତିଶଗଡ଼ରେ ବଡ଼ ଧରଣର ମାଓ ଅପରେସନ୍ । ପୋଲିସକୁ ମିଳିଛି ବଡ଼ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ୩୬ ମାଓବାଦୀ ନିପାତ। ନାରାୟଣପୁର-ଦାନ୍ତେୱାଡ଼ା ସୀମାରେ ଏନକାଉଣ୍ଟର। ନାରାୟପୁର ପୋଲିସ ଓ ଦାନ୍ତେୱାଡ଼ା ପୋଲିସର ମିଳିତ ସର୍ଚ୍ଚ ଅପରେସନ ବେଳେ ମିଳିଛି ବଡ଼ ସଫଳତା। ପୋଲିସ ଗୁଳିରେ ୩୬ ଜଣ ମାଓବାଦୀ ନିହତ ହୋଇଛନ୍ତି। ଅବୁଝ ମାଡ଼ ଅଞ୍ଚଳରେ ଏନକାଉଣ୍ଟର ହୋଇଛି ।
ସର୍ଚ୍ଚ ଅପରେସନ୍ ଜାରି ରହିଥିବା ସୂଚନା ମିଳିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ। ଘଟଣା ସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଜବତ ଅସ୍ତ୍ରଶସ୍ତ୍ର ଭିତରେ ରହିଛି ଅଟୋମେଟିକ ରାଇଫଲ। ଏନକାଉଣ୍ଟର ନେଇ ଦାନ୍ତେୱାଡ଼ା ଏସପି ଗୌରବ ରାୟ ସୂଚନା ଦେଇଛନ୍ତି। ଚଳିତ ବର୍ଷ ୧୮୫ ମାଓବାଦୀ ନିପାତ ହେଲେଣି। ଏପ୍ରିଲ ୧୬ ତାରିଖରେ କାଙ୍କେର ଜିଲ୍ଲାରେ ପୋଲିସ ସହ ଗୁଳି ବିନିମୟରେ ୨୯ ଜଣ ମାଓବାଦୀ ନିହତ ହୋଇଥିଲେ।
The post ନାରାୟଣପୁର-ଦାନ୍ତେୱାଡ଼ା ସୀମାରେ ଏନକାଉଣ୍ଟର,ଛତିଶଗଡ଼ରେ ୩୬ ମାଓବାଦୀ ନିହତ appeared first on KNews Odisha.