ଅନନ୍ତ-ରାଧିକାଙ୍କ ପ୍ରିଓ୍ବେଡିଂ ସେରିମନି ପାଇଁ ପହଞ୍ଚିଲେ ଇଭାଙ୍କା

ମୁମ୍ବାଇ,୧।୩: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ଶୁକ୍ରବାର (ମାର୍ଚ୍ଚ ୧)ରେ ଗୁଜୁରାଟର ଜାମନଗରରେ ପହଞ୍ଚିଛନ୍ତି। ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ତିନି ଦିନିଆ ବିବାହ ସମାରୋହ ଶୁକ୍ରବାର ଠାରୁ ଜାମନଗରରେ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ସାରା ବିଶ୍ୱରୁ ବହୁ ବିଦେଶି ଅତିଥିମାନେ ଆସୁଛନ୍ତି। ବର୍ତ୍ତମାନ ଜାମନଗର ବିମାନବନ୍ଦର ସବୁଠୁ ବ୍ୟସ୍ତବହୁଳ ବିମାନବନ୍ଦର ପାଲଟିଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ହେବା ବ୍ୟତୀତ […] The post ଅନନ୍ତ-ରାଧିକାଙ୍କ ପ୍ରିଓ୍ବେଡିଂ ସେରିମନି ପାଇଁ ପହଞ୍ଚିଲେ ଇଭାଙ୍କା appeared first on Dharitri Odia News.

ଅନନ୍ତ-ରାଧିକାଙ୍କ ପ୍ରିଓ୍ବେଡିଂ ସେରିମନି ପାଇଁ ପହଞ୍ଚିଲେ ଇଭାଙ୍କା

ମୁମ୍ବାଇ,୧।୩: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ଶୁକ୍ରବାର (ମାର୍ଚ୍ଚ ୧)ରେ ଗୁଜୁରାଟର ଜାମନଗରରେ ପହଞ୍ଚିଛନ୍ତି। ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ତିନି ଦିନିଆ ବିବାହ ସମାରୋହ ଶୁକ୍ରବାର ଠାରୁ ଜାମନଗରରେ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ସାରା ବିଶ୍ୱରୁ ବହୁ ବିଦେଶି ଅତିଥିମାନେ ଆସୁଛନ୍ତି। ବର୍ତ୍ତମାନ ଜାମନଗର ବିମାନବନ୍ଦର ସବୁଠୁ ବ୍ୟସ୍ତବହୁଳ ବିମାନବନ୍ଦର ପାଲଟିଛି।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ହେବା ବ୍ୟତୀତ ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଜଣେ ବଡ ବ୍ୟବସାୟୀ। ତାଙ୍କର ଅମ୍ବାନୀ ପରିବାର ସହିତ ମଧ୍ୟ ସମ୍ପର୍କ ଅଛି। ବ୍ୟବସାୟ ଜଗତରେ ଟ୍ରମ୍ପ ଏକ ବଡ ନାମ। ଏହି କାରଣରୁ ଟ୍ରମ୍ପ ପରିବାରକୁ ଅନନ୍ତ ଅମ୍ବାନୀ-ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ସମାରୋହକୁ ନିମନ୍ତ୍ରଣ କରାଯାଇଥିଲା। ଇଭାଙ୍କା ଟ୍ରମ୍ପ ପରିବାର ପକ୍ଷରୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଭାରତ ଆସିଛନ୍ତି। ଇଭାଙ୍କାଙ୍କ ଧଳା ପୋଷାକ ଏବଂ ଲୋ ପନି ପିନ୍ଧିଥିବାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଏକ କାରରେ ବସିଥିବାର ନଜର ଆସଛନ୍ତି।

ଗୁଜୁରାଟର ଜାମନଗର ବିମାନବନ୍ଦରରେ ଅନ୍ତର୍ଜାତୀୟ ଅତିଥିମାନେ ଗୋଟିଏ ପରେ ଗୋଟିଏ ପହଞ୍ଚୁଛନ୍ତି। ଇଭାଙ୍କାଙ୍କ ବ୍ୟତୀତ ଅନେକ VVIP ଅତିଥି ଏଠାକୁ ଆସିବାକୁ ଯାଉଛନ୍ତି। ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ମୋର୍ଗାନ ଷ୍ଟେନଲିର ସିଇଓ ଟେଡ ପିକ, ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟ୍ସ, ଡିଜନି ସିଇଓ ବବ ଆଇଗର, ବ୍ଲାକରକ ସିଇଓ ଲ୍ୟାରି ଫିଙ୍କ, ଏକନୋଟ ସିଇଓ ସୁଲତାନ ଅହମ୍ମଦ ଅଲ ଜାବେର ଏବଂ ଇଏଲ ରୋଥଚାଇଲ୍ଡ ଚେୟାରମ୍ୟାନ ଲିନ ଫରେଷ୍ଟର ଡି ରୋଥଚାଇଲ୍ଡ ଯୋଗଦେବେ ବୋଲି ଆଶା କରାଯାଉଛି।

The post ଅନନ୍ତ-ରାଧିକାଙ୍କ ପ୍ରିଓ୍ବେଡିଂ ସେରିମନି ପାଇଁ ପହଞ୍ଚିଲେ ଇଭାଙ୍କା appeared first on Dharitri Odia News.