ପୋଖରୀରେ ଗାଧେଇବା ହେଲା କାଳ, ପାଣିରେ ବୁଡ଼ି ଦୁଇ ଶିଶୁ ମୃତ
ନୂଆପଡ଼ା: ପୋଖରୀରେ ଗାଧେଇବା ହେଲା କାଳ, ପାଣିରେ ବୁଡ଼ି ଦୁଇ ଶିଶୁ ମୃତ। ଘଟଣା ଘଟିଛି ଜୋଙ୍କ ଥାନା ସାରାଇପାଲି ଗ୍ରାମରେ। ମୃତ ଦୁଇ ଶିଶୁ ଗ୍ରାମର ଜଣାଉ ବରିହାଙ୍କ ପୁଅ ହେମରାଜ ଏବଂ ବେଦରାମ ବରିହାଙ୍କ ପୁଅ ଶଙ୍କର। ସୂଚନା ଅନୁଯାୟୀ, ଅପରାହ୍ନରେ ପାଣିରେ ଦୁଇ ଶିଶୁ ବୁଡ଼ି ଯାଉଥିବା ଦେଖି ଜଣେ ମହିଳା ସ୍ଥାନୀୟ ଲୋକଙ୍କୁ ଡାକିଥିଲେ। ଲୋକେ ପହଞ୍ଚି ପାଣିରୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ଡାକ୍ତର ଦୁଇ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ଖଟିଆର ରୋଡ ଜୋଙ୍କ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
ନୂଆପଡ଼ା: ପୋଖରୀରେ ଗାଧେଇବା ହେଲା କାଳ, ପାଣିରେ ବୁଡ଼ି ଦୁଇ ଶିଶୁ ମୃତ। ଘଟଣା ଘଟିଛି ଜୋଙ୍କ ଥାନା ସାରାଇପାଲି ଗ୍ରାମରେ। ମୃତ ଦୁଇ ଶିଶୁ ଗ୍ରାମର ଜଣାଉ ବରିହାଙ୍କ ପୁଅ ହେମରାଜ ଏବଂ ବେଦରାମ ବରିହାଙ୍କ ପୁଅ ଶଙ୍କର।
ସୂଚନା ଅନୁଯାୟୀ, ଅପରାହ୍ନରେ ପାଣିରେ ଦୁଇ ଶିଶୁ ବୁଡ଼ି ଯାଉଥିବା ଦେଖି ଜଣେ ମହିଳା ସ୍ଥାନୀୟ ଲୋକଙ୍କୁ ଡାକିଥିଲେ। ଲୋକେ ପହଞ୍ଚି ପାଣିରୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ଡାକ୍ତର ଦୁଇ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ଖଟିଆର ରୋଡ ଜୋଙ୍କ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।