ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଅମାପ ସମ୍ପତ୍ତି
ନନ୍ଦିଘୋଷ ବ୍ୟୁରୋ : ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଅମାପ ସମ୍ପତ୍ତି। ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ... The post ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଅମାପ ସମ୍ପତ୍ତି appeared first on .
ନନ୍ଦିଘୋଷ ବ୍ୟୁରୋ : ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଅମାପ ସମ୍ପତ୍ତି। ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ୧୭ଟି ବହୁମୂଲ୍ୟ ପ୍ଲଟ୍ ସହ ଗୋଟିଏ ଦୁଇ ମହଲା କୋଠା ଠାବ କରାଯାଇଛି। ୩୨୬ ଗ୍ରାମର ସୁନା ଅଳଙ୍କାର, ୬୩.୬୯ ଲକ୍ଷର ଜମାରାଶି ଠାବ କରିଛି ଭିଜିଲାନ୍ସ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ରେ ଥିବା ତାଙ୍କ ଜ୍ଵାଇଁ ଡାକ୍ତର ତପନ କୁମାର ତ୍ରିପାଠୀଙ୍କ ଘରୁ ନଗଦ ୨୩.୯୫ ଲକ୍ଷ ଟଙ୍କା ଠାବ କରାଯାଇଛି।। ତାଙ୍କୁ ଏ ନେଇ ପଚରା ଉଚରା କରାଯାଉଛି।
ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ରେଡ୍ କରିଛି। ଅନୁଗୁଳ, ଢେଙ୍କାନାଳ, କଟକ, କଳାହାଣ୍ଡିରେ ରେଡ୍ ହୋଇଛି। ଢେଙ୍କାନାଳ ସହର ଗାୟତ୍ରୀ ନଗରସ୍ଥିତ ବାସଭବନ ସମେତ ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟ, ସରକାରୀ ବାସଭବନରେ ଚାଲିଛି ରେଡ୍। ଢେଙ୍କାନାଳ ସଦର ଥାନା ବଣସିଂହସ୍ଥିତ ପୈତୃକ ଘର ଓ ଗଂଦିଆରେ ରେଡ୍ କରୁଛି ଭିଜିଲାନ୍ସ । ଭବାନୀପାଟଣା ଧର୍ମଗଡ ଓ ଜୁନାଗଡରେ ଥିବା ଶ୍ବଶୂର ଘରେ ବି ଚାଲିଛି ରେଡ୍। ଅଧିକ ତଦନ୍ତ ପାଇଁ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କୁ ଢେଙ୍କାନାଳରୁ ଆଠମଲ୍ଲିକ ନେଇଛି ଭିଜିଲାନ୍ସ ଟିମ।
The post ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଅମାପ ସମ୍ପତ୍ତି appeared first on .