ଛତିଶଗଡ଼ କାଙ୍କେରରେ ବଡ଼ ଧରଣର ଅପରେସନ: ୨୯ ମାଓବାଦୀ ନିହତ, ୨ ଯବାନ ଆହତ

ନୂଆଦିଲ୍ଲୀ: ଛତିଶଗଡ଼ କାଙ୍କେରରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଏନକାଉଣ୍ଟରରେ ୨୯ ଜଣ ମାଓବାଦୀ ନିହତ ସୂଚନା। ଏଥିସହ ଏହି ଅପରେସନରେ ୨ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ଆହତ ଯବାନଙ୍କୁ ଜଙ୍ଗଲରୁ ଉଦ୍ଧାର କରିବା ପାଇଁ ଅତିରିକ୍ତ ବାହିନୀ ପଠାଯାଇଛି। ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଏବେ ଏନକାଉଣ୍ଟର ଚାଲିଛି ଓ ଅଧିକ ସଂଖ୍ୟକ ଫୋର୍ସ ଘଟଣାସ୍ଥଳକୁ ଯାଇଛନ୍ତି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ପାରେ […]

ଛତିଶଗଡ଼ କାଙ୍କେରରେ ବଡ଼ ଧରଣର ଅପରେସନ: ୨୯ ମାଓବାଦୀ ନିହତ, ୨ ଯବାନ ଆହତ
Untitled 1 34

ନୂଆଦିଲ୍ଲୀ: ଛତିଶଗଡ଼ କାଙ୍କେରରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଏନକାଉଣ୍ଟରରେ ୨୯ ଜଣ ମାଓବାଦୀ ନିହତ ସୂଚନା। ଏଥିସହ ଏହି ଅପରେସନରେ ୨ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ଆହତ ଯବାନଙ୍କୁ ଜଙ୍ଗଲରୁ ଉଦ୍ଧାର କରିବା ପାଇଁ ଅତିରିକ୍ତ ବାହିନୀ ପଠାଯାଇଛି। ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଏବେ ଏନକାଉଣ୍ଟର ଚାଲିଛି ଓ ଅଧିକ ସଂଖ୍ୟକ ଫୋର୍ସ ଘଟଣାସ୍ଥଳକୁ ଯାଇଛନ୍ତି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ପାରେ ବୋଲି ସ୍ଥାନୀୟ ଏସପି କଲ୍ୟାଣ ଇଲ୍ଲିସେଲା ସୂଚନା ଦେଇଛନ୍ତି। ଘଟଣାସ୍ଥଳରୁ ଏକେ-୪୭ ଓ ଇନସାସ ରାଇଫଲ ଜବତ ହୋଇଛି।

ଆଜି କାଙ୍କେର ସ୍ଥିତ ଛୋଟେବେତିୟା ପୁଲିସ୍‌ ଷ୍ଟେସନ ନିକଟସ୍ଥ ମାଦ ଅଞ୍ଚଳରେ ଥିବା ଗୋଟିଏ ଜଙ୍ଗଲରେ କିଛି ନକ୍ସଲ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ଡିଆରଜି ଯବାନ ଓ ପୁଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଦିନ ୧.୩୦ରୁ ଅପରେସନ ଆରମ୍ଭ କରାଯାଇଥିଲା ବୋଲି ସୂଚନା ମିଳିଛି। ତେବେ ଜଙ୍ଗଲ ଭିତରେ ସୁରକ୍ଷାକର୍ମୀଙ୍କୁ ଦେଖିବା ମାତ୍ରେ ନକ୍ସଲମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହାର ଜବାବ ମଧ୍ୟ ସୁରକ୍ଷାକର୍ମୀମାନେ ଦେଇଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟରେ ଏଯାଏ ୨୯ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ସୂଚନା। ସେମାନଙ୍କ ମୃତଦେହକୁ ମଧ୍ୟ ଘଟଣାସ୍ଥଳରୁ ଜବତ କରାଯାଇଛି। ଏମାନଙ୍କ ମଧ୍ୟରେ ମାଓବାଦୀ ସଂଗଠନର କିଛି ଟପ ଲିଡର ରହିଛନ୍ତି। ନକ୍ସଲ ସଂଗଠନର ଟପ୍‌ ନେତା ଶଙ୍କର ରାଓର ମୃତଦେହକୁ ପୁଲିସ୍‌ ଚିହ୍ନଟ କରିଛି। ତା’ ମୁଣ୍ଡ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଏକାଧିକ ହିଂସା ଓ ଆକ୍ରମଣ ଘଟଣାରେ ଶଙ୍କର ରାଓ ସାମିଲ ଥିଲା।