ସାମ୍ନାକୁ ଆସିଲା ସୈତାନ ପୁଅର ଷଡ଼ଯନ୍ତ୍ର ! କୁଳାଙ୍ଗାର ପୁଅ ବିରୋଧରେ ମାଆର ଏତଲା!

କନକ ବ୍ୟୁରୋ: ପାଠୁଆ ପୁଅ ଅନିରୁଦ୍ଧ ଚୌଧୁରୀ କେମିତି ପାଲଟିଲା ସଇତାନ। ବାପା ସୁନୀଲ ଚୌଧୁରୀଙ୍କୁ ହତ୍ୟା କରିବାକୁ ନେଇ ଏତଲାରେ ଛାତିଥରା ଘଟଣା ବର୍ଣ୍ଣନା କରିଛନ୍ତି ମାଆ। ଏପଟେ ପୋଷ୍ଟମର୍ଟମ ରିପୋର୍ଟରେ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ବୃଦ୍ଧ ବାପାଙ୍କ ଛାତିକୁ ଛୁରି ଭୁଷିବା ବେଳେ ପିଞ୍ଜରା ଭେଦି ଫୁସଫୁସରେ ବାଜିଥିଲା ଛୁରୀ। ଛାତିରେ ଜମିଯାଇଥିଲା ପ୍ରାୟ ୩ ଲିଟର ରକ୍ତ। ପଢନ୍ତୁ ପିଶାଚ ପୁଅ ବିରୋଧରେ କଣ ଲେଖିଛନ୍ତି ମାଆ- ମୁଁ ସୁନୀତା ଚୌଧୁରୀ […] The post ସାମ୍ନାକୁ ଆସିଲା ସୈତାନ ପୁଅର ଷଡ଼ଯନ୍ତ୍ର ! କୁଳାଙ୍ଗାର ପୁଅ ବିରୋଧରେ ମାଆର ଏତଲା! first appeared on Kanak News.

ସାମ୍ନାକୁ ଆସିଲା ସୈତାନ ପୁଅର ଷଡ଼ଯନ୍ତ୍ର ! କୁଳାଙ୍ଗାର ପୁଅ ବିରୋଧରେ ମାଆର ଏତଲା!

କନକ ବ୍ୟୁରୋ: ପାଠୁଆ ପୁଅ ଅନିରୁଦ୍ଧ ଚୌଧୁରୀ କେମିତି ପାଲଟିଲା ସଇତାନ। ବାପା ସୁନୀଲ ଚୌଧୁରୀଙ୍କୁ ହତ୍ୟା କରିବାକୁ ନେଇ ଏତଲାରେ ଛାତିଥରା ଘଟଣା ବର୍ଣ୍ଣନା କରିଛନ୍ତି ମାଆ। ଏପଟେ ପୋଷ୍ଟମର୍ଟମ ରିପୋର୍ଟରେ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ବୃଦ୍ଧ ବାପାଙ୍କ ଛାତିକୁ ଛୁରି ଭୁଷିବା ବେଳେ ପିଞ୍ଜରା ଭେଦି ଫୁସଫୁସରେ ବାଜିଥିଲା ଛୁରୀ। ଛାତିରେ ଜମିଯାଇଥିଲା ପ୍ରାୟ ୩ ଲିଟର ରକ୍ତ।

ପଢନ୍ତୁ ପିଶାଚ ପୁଅ ବିରୋଧରେ କଣ ଲେଖିଛନ୍ତି ମାଆ-
ମୁଁ ସୁନୀତା ଚୌଧୁରୀ । ସ୍ୱାମୀ ସୁନୀଲ ଚୌଧୁରୀ । ମଂଚେଶ୍ୱର ଥାନା ଅଧିନ ରଙ୍ଗମାଟିଆ ଡି.ଏଚ.ପି.ଏଲ ହୋମ୍ସର ଫ୍ଲାଟ ନମ୍ୱର ୧୦୮ରେ ରହିଆସୁଅଛି । ଗତ ୩ ତାରିଖରେ ମୋ ଘରେ ଘଟି ଯାଇଥିବା ଛାତିଥରା କାହାଣୀ ବାବଦରେ ଆପଣଙ୍କୁ ଅବଗତ କରାଉଛି । ସବୁଦିନ ଭଳି ସେଦିନ ବି ରାତିରେ ଖାଇ ସାରିବା ପରେ ସ୍ୱାମୀ ସୁନୀଲ ଓ ମୁଁ ସୁନୀତା ଶୋଇବା ପାଇଁ ବେଡରୁମକୁ ଯାଇଥିଲୁ । ଆମ ପୁଅ ଅନିରୁଦ୍ଧ ଆରପଟ ରୁମରେ ଥାଏ । ରାତି ପ୍ରାୟ ୪ଟା ବେଳେ ହଠାତ ଚିତ୍କାର ଶୁଣି ଚମକି ପଡିଲି। ଦେଖିଲା ବେଳକୁ ଅନିରୁଦ୍ଧ ହାତରେ ରୋଷେଇ ଘରର ଛୁରୀ ଧରି ମୋ ସ୍ୱାମୀଙ୍କୁ ଭୁଷି ଚାଲିଛି। ହଠାତ ନିଦ ଭାଙ୍ଗି ଦେଖିଲା ବେଳକୁ ବେଡଟି ସମ୍ପୂର୍ଣ୍ଣ ରକ୍ତରେ ଭିଜି ଯାଇଥାଏ । ପୁଅକୁ ବହୁତ ଜୋରରେ ପାଟିକଲି। ସେ ତା’ ବାପାକୁ ଛୁରୀ ଭୁଷି ସାରିବା ପରେ, ସ୍ତବ୍ଧ ହୋଇ ଠିଆ ହୋଇଥିଲା । ସ୍ୱାମୀଙ୍କ ଏଭଳି ଅବସ୍ଥା ଦେଖି କେୟାର୍ଟେକର ଆଲୋକ, ପଡୋଶୀ ଆଉ ୧୦୮କୁ କଲ କରି ଜଣାଇଥିଲି।

ସୁନୀଲ ଚୌଧୁରୀ ହତ୍ୟା ଘଟଣାରେ ପୁଲିସ କ୍ୟାପିଟାଲ ହସ୍ପିଟାଲରୁ ଶବ ବ୍ୟବଚ୍ଚେଦ ରିପୋର୍ଟ ସଂଗ୍ରହ କରିଛି। ହସ୍ପିଟାଲ ଡାଇରେକ୍ଟରଙ୍କ ତଥ୍ୟ ଅନୁସାରେ, ଅଭିଯୁକ୍ତ ପୁଅ ଏତେ ଜୋରରେ ଛୁରୀ ଭୁଷି ଥିଲା ଯେ ତାହା ପଞ୍ଜରା ହାଡ ଭାଙ୍ଗି ସିଧା ଫୁସଫୁସରେ ବାଜିଥିଲା। ଫଳରେ ମୃତକଙ୍କ ଛାତିରେ ପ୍ରାୟ ୩ ଲିଟର ରକ୍ତ ଜମିଯାଇଥିଲା। ଅଣନିଶ୍ୱାସୀ ହୋଇ ମୃତ୍ୟୁବରଣ କରିଥିଲେ ସୁନୀଲ।

କ୍ରୋଧ ଉପରେ ନିୟନ୍ତ୍ରଣ ନରଖିବାରୁ ଗୋଟିଏ ପରିବାର ଛାରଖାର ହୋଇଗଲା। ବୃଦ୍ଧ ବାପାଙ୍କ ଜୀବନ ନେଲା, ଆଉ ଜେଲର କାଳ କୋଠରୀରେ ନିଜ ଭବିଷ୍ୟତକୁ ଛାରଖାର କରିଦେଲା ଅନିରୁଦ୍ଧ।

The post ସାମ୍ନାକୁ ଆସିଲା ସୈତାନ ପୁଅର ଷଡ଼ଯନ୍ତ୍ର ! କୁଳାଙ୍ଗାର ପୁଅ ବିରୋଧରେ ମାଆର ଏତଲା! first appeared on Kanak News.