ରବି କିଶନ ଶ୍ୟାମ ଷ୍ଟିଲ୍ର ବ୍ରାଣ୍ଡ୍ ଆମ୍ବାସାଡର
ଭୁବନେଶ୍ୱର,୧୩।୨: ଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ତଥା ଟିଏମ୍ଟି ବାରସର ଉତ୍ପାଦକ ଏବଂ ନିର୍ମାତା ‘ଶ୍ୟାମ ଷ୍ଟିଲ୍’ (ଶ୍ୟାମ ଷ୍ଟିଲ ଇଣ୍ଡଷ୍ଟ୍ରିଜ) ପକ୍ଷରୁ ଜଣାଶୁଣା ଭାରତୀୟ ଅଭିନେତା, ରାଜନେତା ଏବଂ ଚଳଚ୍ଚିତ୍ର ନିର୍ମାତା ରବି କିଶନଙ୍କୁ କମ୍ପାନୀର ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। ବିଶେଷକରି କମ୍ପାନୀର ବିହାର, ଝାଡଖଣ୍ଡ ଏବଂ ଉତ୍ତରପ୍ରଦେଶ ଭଳି ବଜାରରେ ବ୍ରାଣ୍ଡ୍ର ପ୍ରଚାର ପ୍ରସାର ସହିତ ବିଭିନ୍ନ ବର୍ଗର ଉତ୍ପାଦଗୁଡିକୁ ଟିଭିସି ଜରିଆରେ ଗ୍ରାହକଙ୍କ ପାଖରେ ପହଞ୍ଚାଇବାରେ ରବି କିଶନ ପ୍ରମୁଖ […] The post ରବି କିଶନ ଶ୍ୟାମ ଷ୍ଟିଲ୍ର ବ୍ରାଣ୍ଡ୍ ଆମ୍ବାସାଡର appeared first on Dharitri Odia News.
ଭୁବନେଶ୍ୱର,୧୩।୨: ଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ତଥା ଟିଏମ୍ଟି ବାରସର ଉତ୍ପାଦକ ଏବଂ ନିର୍ମାତା ‘ଶ୍ୟାମ ଷ୍ଟିଲ୍’ (ଶ୍ୟାମ ଷ୍ଟିଲ ଇଣ୍ଡଷ୍ଟ୍ରିଜ) ପକ୍ଷରୁ ଜଣାଶୁଣା ଭାରତୀୟ ଅଭିନେତା, ରାଜନେତା ଏବଂ ଚଳଚ୍ଚିତ୍ର ନିର୍ମାତା ରବି କିଶନଙ୍କୁ କମ୍ପାନୀର ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। ବିଶେଷକରି କମ୍ପାନୀର ବିହାର, ଝାଡଖଣ୍ଡ ଏବଂ ଉତ୍ତରପ୍ରଦେଶ ଭଳି ବଜାରରେ ବ୍ରାଣ୍ଡ୍ର ପ୍ରଚାର ପ୍ରସାର ସହିତ ବିଭିନ୍ନ ବର୍ଗର ଉତ୍ପାଦଗୁଡିକୁ ଟିଭିସି ଜରିଆରେ ଗ୍ରାହକଙ୍କ ପାଖରେ ପହଞ୍ଚାଇବାରେ ରବି କିଶନ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କମ୍ପାନୀ ପକ୍ଷରୁ ଆଶା କରାଯାଇଛି। ଏ ସମ୍ପର୍କରେ ଶ୍ୟାମ ଷ୍ଟିଲ ଇଣ୍ଡଷ୍ଟ୍ରିଜର ନିର୍ଦ୍ଦେଶକ ଲଳିତ ବେରିଓ୍ବାଲା କହିଛନ୍ତି, ଆମେ ରବି କିଶନଙ୍କ ଭଳି ଲୋକପ୍ରିୟ ଏବଂ ବ୍ୟକ୍ତିତ୍ୱଙ୍କ ସହ ଯୋଡି ହୋଇ ବେଶ୍ ଉତ୍ସାହିତ ଅଛୁ। ଏପରିକି ରବି କିଶନଙ୍କୁ ଶ୍ୟାମ ଷ୍ଟିଲ ପରିବାରକୁ ସ୍ବାଗତ କରି ଆନନ୍ଦିତ ଥିଲାବେଳେ ସେ ଆମ ଉତ୍ପାଦର ପ୍ରସାର ଓ ପ୍ରଚାର ସହିତ କମ୍ପାନୀର ଉତ୍ପାଦଗୁଡିକୁ ଗ୍ରାହକଙ୍କ ନିକଟତର କରାଇବାରେ କିଶନ ବେଶ୍ ସହାୟକ ହେବେ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।
The post ରବି କିଶନ ଶ୍ୟାମ ଷ୍ଟିଲ୍ର ବ୍ରାଣ୍ଡ୍ ଆମ୍ବାସାଡର appeared first on Dharitri Odia News.