ମହିଳାଙ୍କ ଟଙ୍କା ହଡ଼ପ କରି ଆଶାକର୍ମୀ ମା’-ଝିଅ ଫେରାର, ଥାନା ଆଗରେ…

ପୁରୁଷୋତ୍ତମପୁର,୧୯ା୧୦(ସୀମାଞ୍ଚଳ ମିଶ୍ର):  ମହିଳାମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାର ଆଳ ଦେଖାଇ ଜଣେ ଆଶାକର୍ମୀ ଦସ୍ତଖତ ନେଇ ସେମାନଙ୍କ ନାମରେ ବିଭିନ୍ନ ଫାଇନାନ୍ସ କମ୍ପାନିଠାରୁ ଲକ୍ଷଲକ୍ଷ ଟଙ୍କାର ଋଣ ନେଇ ଚମ୍ପଟ ମାରିଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରିଷିପୁର ଗ୍ରାମରେ। ଏହି ଘଟଣାକୁ ନେଇ ମହିଳାମାନେ ପୁରୁଷୋତ୍ତମପୁର ପୋଲିସରେ ଅଭିଯୋଗ କରିଛନ୍ତି। ମାତ୍ର ଥାନାରେ ଅଭିଯୋଗ କରିବାର ପାଞ୍ଚଦିନ ବିତିଥିଲେ ସୁଦ୍ଧା ପୋଲିସ ଘଟଣା ପ୍ରତି ଗୁରୁତ୍ୱ ଦେଉ […] The post ମହିଳାଙ୍କ ଟଙ୍କା ହଡ଼ପ କରି ଆଶାକର୍ମୀ ମା’-ଝିଅ ଫେରାର, ଥାନା ଆଗରେ… appeared first on Dharitri Odia News.

ମହିଳାଙ୍କ ଟଙ୍କା ହଡ଼ପ କରି ଆଶାକର୍ମୀ ମା’-ଝିଅ ଫେରାର, ଥାନା ଆଗରେ…

ପୁରୁଷୋତ୍ତମପୁର,୧୯ା୧୦(ସୀମାଞ୍ଚଳ ମିଶ୍ର):  ମହିଳାମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାର ଆଳ ଦେଖାଇ ଜଣେ ଆଶାକର୍ମୀ ଦସ୍ତଖତ ନେଇ ସେମାନଙ୍କ ନାମରେ ବିଭିନ୍ନ ଫାଇନାନ୍ସ କମ୍ପାନିଠାରୁ ଲକ୍ଷଲକ୍ଷ ଟଙ୍କାର ଋଣ ନେଇ ଚମ୍ପଟ ମାରିଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରିଷିପୁର ଗ୍ରାମରେ। ଏହି ଘଟଣାକୁ ନେଇ ମହିଳାମାନେ ପୁରୁଷୋତ୍ତମପୁର ପୋଲିସରେ ଅଭିଯୋଗ କରିଛନ୍ତି। ମାତ୍ର ଥାନାରେ ଅଭିଯୋଗ କରିବାର ପାଞ୍ଚଦିନ ବିତିଥିଲେ ସୁଦ୍ଧା ପୋଲିସ ଘଟଣା ପ୍ରତି ଗୁରୁତ୍ୱ ଦେଉ ନ ଥିବାର ପ୍ରତିବାଦ କରି ମହିଳାମାନେ ଶନିବାର ଥାନାକୁ ଆସି ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଦାବିରେ ବସି ରହିଛନ୍ତି। ଏପରିକି ଗ୍ରାମରେ ଆଶାକର୍ମୀ ନ ଥିବାରୁ ନବଜାତ ଶିଶୁ ଗର୍ଭବତୀ ଓ ପ୍ରତିଶ୍ରୁତି ମହିଳାମାନେ ଦୁଇମାସ ହେଲା ଟିକାଦାନରୁ ମଧ୍ୟ ବଞ୍ଚିତ ହୋଇଛନ୍ତି। ମହିଳାଙ୍କ ଅଭିଯୋଗକୁ ନେଇ ପୋଲିସ କେସ୍‌ ନଂ ୬୬୭/୨୪ରେ ଆଶାକର୍ମୀ ଓ ତାଙ୍କ ଝିଅ ନାମରେ ମାମଲା ରୁଜୁ କରିଛନ୍ତି।

ରିଷିପୁର ଗ୍ରାମର ସୁବାସିନି ପଟ୍ଟନାୟକ ପୋଲିସରେ ଅଭିଯୋଗ କରିଛନ୍ତ ଯେ, ଗ୍ରାମରେ ୬୦ ଜଣ ମହିଳା ମିଶି ଗ୍ରୁପ କରିଥିବା ବେଳେ ସେଥିରେ ସଭାନେତ୍ରୀ ରୂପେ ଆଶାକର୍ମୀ କୁନି ପଟ୍ଟନାୟକ ଓ ତାଙ୍କ ଝିଅ ପିଙ୍କି ପଟ୍ଟନାୟକ ରହି ବୁଝାଶୁଝା କରି ବିଭିନ୍ନ ଫାଇନାନ୍ସ କମ୍ପାନିଠାରୁ ଟଙ୍କା କାରବାର କରୁଥିଲେ। ମାତ୍ର ଗତ କିଛି ମାସ ହେଲା ପିଙ୍କି ମହିଳାଙ୍କ ଅଜାଣତରେ ଆକାଉଣ୍ଟରୁ ଟଙ୍କା ଉଠାଇବା ସହ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର କରିନେଇ ଫେରାର ହୋଇଯାଇଛନ୍ତି। ଏହି ଋଣ ଟଙ୍କାର ମାସିକ କିସ୍ତି ପୈଠ ନ ହେବାରୁ ସଂପୃକ୍ତ ଫାଇନାନ୍ସ କମ୍ପାନିର କର୍ମଚାରୀମାନେ ମହିଳାମାନଙ୍କ ଘରକୁ ଆସିବା ପରେ ଘଟଣା ପଦାକୁ ଆସିଥିଲା। ମାଆ କୁନି ପଟ୍ଟନାୟକ ଗ୍ରାମର ଆଶାକର୍ମୀ ରହିଥିବା ହେତୁ ସ୍ବାସ୍ଥ୍ୟସେବାର ଆଳ ଦେଖାଇ ବିଭିନ୍ନ ସମୟରେ କାହାଠାରୁ ଦସ୍ତଖତ ନେଉଥିବା ବେଳେ କାହାର ବ୍ୟାଙ୍କ ଆକାଉଣ୍ଟକୁ ସରକାରୀ ଯୋଜନାରେ ସହାୟତା ଆସିବା କହି ବ୍ୟାଙ୍କ ପାସ୍‌ବୁକ୍‌ ନେଇ ଏଭଳି ଟଙ୍କା ହଡ଼ପ କରିଥିବାର ମହିଳାମାନେ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ ଚାଲିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତଦନ୍ତକାରୀ ପୋଲିସ ଅଫିସର କ୍ଷେତ୍ରମୋହନ ସାହୁ କହିଛନ୍ତି।

The post ମହିଳାଙ୍କ ଟଙ୍କା ହଡ଼ପ କରି ଆଶାକର୍ମୀ ମା’-ଝିଅ ଫେରାର, ଥାନା ଆଗରେ… appeared first on Dharitri Odia News.