ନିର୍ମାଣ ହେଉଛି ୧୫୪ ମହଲା ଆପାର୍ଟମେଣ୍ଟ

ବ୍ରାସିଲିଆ: ସମ୍ପ୍ରତି ବ୍ରାଜିଲର ବାଲ୍‌ନେରିଓ କାମ୍ବୋରିଉ ସହରରେ ବିଶ୍ୱର ସବୁଠାରୁ ଉଚ୍ଚ ଆପାର୍ଟମେଣ୍ଟର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହାର ନାମ ସେନା ଟାୱାର ରଖାଯିବ ବୋଲି ଜଣାପଡ଼ିଛି। ୧୫୪ ମହଲା ବିଶିଷ୍ଟ ଏହି ଆପାର୍ଟମେଣ୍ଟର ଉଚ୍ଚତା ୧,୮୦୦ ଫୁଟ ରହିବ ବୋଲି ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି। ସମ୍ପ୍ରତି ଆମେରିକାର ନ୍ୟୁୟର୍କରେ ଥିବା ସେଣ୍ଟ୍ରାଲ ପାର୍କ ଟାୱାର ବିଶ୍ବର ସବୁଠାରୁ ଉଚ୍ଚ ଆପାର୍ଟମେଣ୍ଟ ଭାବେ ସ୍ଥାନିତ ରହିଛି। ୧୩୧ ମହଲା ବିଶିଷ୍ଟ ସେଣ୍ଟ୍ରାଲ ପାର୍କ ଟାୱାର ୧,୫୫୦ […] The post ନିର୍ମାଣ ହେଉଛି ୧୫୪ ମହଲା ଆପାର୍ଟମେଣ୍ଟ appeared first on Dharitri Odia News.

ନିର୍ମାଣ ହେଉଛି ୧୫୪ ମହଲା ଆପାର୍ଟମେଣ୍ଟ

ବ୍ରାସିଲିଆ: ସମ୍ପ୍ରତି ବ୍ରାଜିଲର ବାଲ୍‌ନେରିଓ କାମ୍ବୋରିଉ ସହରରେ ବିଶ୍ୱର ସବୁଠାରୁ ଉଚ୍ଚ ଆପାର୍ଟମେଣ୍ଟର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହାର ନାମ ସେନା ଟାୱାର ରଖାଯିବ ବୋଲି ଜଣାପଡ଼ିଛି। ୧୫୪ ମହଲା ବିଶିଷ୍ଟ ଏହି ଆପାର୍ଟମେଣ୍ଟର ଉଚ୍ଚତା ୧,୮୦୦ ଫୁଟ ରହିବ ବୋଲି ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି। ସମ୍ପ୍ରତି ଆମେରିକାର ନ୍ୟୁୟର୍କରେ ଥିବା ସେଣ୍ଟ୍ରାଲ ପାର୍କ ଟାୱାର ବିଶ୍ବର ସବୁଠାରୁ ଉଚ୍ଚ ଆପାର୍ଟମେଣ୍ଟ ଭାବେ ସ୍ଥାନିତ ରହିଛି। ୧୩୧ ମହଲା ବିଶିଷ୍ଟ ସେଣ୍ଟ୍ରାଲ ପାର୍କ ଟାୱାର ୧,୫୫୦ ଫୁଟ୍‌ ଉଚ୍ଚ ରହିଛି। ତେବେ ସେନା ଟାଓ୍ବାରର ଉଚ୍ଚତା ସେଣ୍ଟ୍ରାଲ ପାର୍କ ଟାୱାରକୁ ମଧ୍ୟ ଟପିବ ବୋଲି ଜଣାପଡ଼ିଛି।
ନିର୍ମାଣାଧୀନ ସେନା ଟାୱାରକୁ ଫର୍ମୁଲା ୧ ରେସିଂ କିମ୍ବଦନ୍ତୀ ଆୟର୍ଟନ ସେନାଙ୍କ ଜୀବନୀକୁ ନେଇ ଡିଜାଇନ୍‌ କରାଯାଉଛି। ଆୟର୍ଟନ ୩ ଥର ବିଶ୍ୱ ଚାମ୍ପିୟନ ଟାଇଟଲ ଜିତିଥିଲେ ଏବଂ ୧୯୯୪ରେ ସାନ୍‌ ମାରିନୋ ଗ୍ରାଣ୍ଡପିକ୍ସରେ ମାତ୍ର ୩୪ ବର୍ଷ ବୟସରେ ଏକ ଦୁର୍ଘଟଣାରେ ତାଙ୍କର ମତ୍ୟୁ ହୋଇଯାଇଥିଲା। ସେନା ଟାୱାରର ଡିଜାଇନ୍‌ ତାଙ୍କ ଯାତ୍ରାକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଥିବା ପରି ପ୍ରସ୍ତୁତ ହେଉଛି। ଆୟର୍ଟନଙ୍କ ଝିଆରୀ ତଥା କଳାକାର ଲାଲଲ୍ଲି ସେନା ଏହି ଆପାର୍ଟମେଣ୍ଟ ଡିଜାଇନ୍‌ରେ ସାହାଯ୍ୟ କରୁଛନ୍ତି।
ଟାୱାରରେ ମୋଟ ୨୨୭ ୟୁନିଟ୍‌ ରହିବ, ଯେଉଁଥିରୁ ୨୦୪ଟି ୟୁନିଟରେ କେବଳ ଆପାର୍ଟମେଣ୍ଟ କରାଯିବ ବୋଲି ଜଣାପଡ଼ିଛି। ଏହି ଟାଓ୍ବାରର ସବୁଠାରୁ ଛୋଟ ଆପାର୍ଟମେଣ୍ଟର ମୂଲ୍ୟ ୫ ମିଲିୟନ ଆମେରିକୀୟ ଡଲାର (ପ୍ରାୟ ୪୨ କୋଟି ଟଙ୍କା) ପର୍ଯ୍ୟନ୍ତ ରହିବ। ସେହିପରି ସର୍ବୋଚ୍ଚ ମହଲାରେ ଥିବା ଟ୍ରିପ୍ଲେକ୍ସ ପେଣ୍ଟ୍‌ହାଉସର ମୂଲ୍ୟ ୫୩ ମିଲିୟନ ଡଲାର (ପ୍ରାୟ ୪୫୩ କୋଟି ଟଙ୍କା) ପର୍ଯ୍ୟନ୍ତ ଯାଇପାରେ ବୋଲି ବିଭିନ୍ନ ରିପୋର୍ଟରେ କୁହାଯାଇଛି।

The post ନିର୍ମାଣ ହେଉଛି ୧୫୪ ମହଲା ଆପାର୍ଟମେଣ୍ଟ appeared first on Dharitri Odia News.