ରିଲିଫ୍ ଅପେକ୍ଷାରେ ଥିବା ଲୋକଙ୍କ ଉପରେ ଗୁଳିବର୍ଷା, ୮୫ ପାଲେଷ୍ଟାଇନୀ ମୃତ

ଗାଜାରେ ରିଲିଫ୍ ଅପେକ୍ଷାରେ ଥିବା ଲୋକଙ୍କ ଉପରେ ଗୁଳିବର୍ଷା । ଗୁଳିବର୍ଷାରେ ୮୫ ଜଣ ପାଲେଷ୍ଟାଇନୀଙ୍କ ମୃତ୍ୟୁ ଘଟିଛି । ଇସ୍ରାଏଲ ସେନା ଗାଜା ଉପରେ ଗୁଳିମାଡ଼ କରିଥିବା ଜଣାପଡିଛି । ଗାଜାରେ ଏପରି ଘଟଣା ରବିବାର ଦିନ ଦେଖିବାକୁ ମିଳିଛି । ସୂଚନାନୁଯାୟୀ, ଗାଜାରେ ରିଲିଫ୍ ପାଇଁ ଅପେକ୍ଷା କରିଥିବା ସମୟରେ ଲୋକଙ୍କ ଉପରେ ଇସ୍ରାଏଲ ଆକ୍ରମଣ କରିଥିଲା । ପାଲେଷ୍ଟାଇନୀଙ୍କ ଆହାର ମୁହଁରେ ପାହାର ଦେଇଛି ଇସ୍ରାଏଲ । ଇସ୍ରାଏଲ ଆକ୍ରମଣରେ ଉତ୍ତର ଗାଜାରେ […] The post ରିଲିଫ୍ ଅପେକ୍ଷାରେ ଥିବା ଲୋକଙ୍କ ଉପରେ ଗୁଳିବର୍ଷା, ୮୫ ପାଲେଷ୍ଟାଇନୀ ମୃତ appeared first on KNews Odisha.

ରିଲିଫ୍ ଅପେକ୍ଷାରେ ଥିବା ଲୋକଙ୍କ ଉପରେ ଗୁଳିବର୍ଷା, ୮୫ ପାଲେଷ୍ଟାଇନୀ ମୃତ

ଗାଜାରେ ରିଲିଫ୍ ଅପେକ୍ଷାରେ ଥିବା ଲୋକଙ୍କ ଉପରେ ଗୁଳିବର୍ଷା । ଗୁଳିବର୍ଷାରେ ୮୫ ଜଣ ପାଲେଷ୍ଟାଇନୀଙ୍କ ମୃତ୍ୟୁ ଘଟିଛି । ଇସ୍ରାଏଲ ସେନା ଗାଜା ଉପରେ ଗୁଳିମାଡ଼ କରିଥିବା ଜଣାପଡିଛି । ଗାଜାରେ ଏପରି ଘଟଣା ରବିବାର ଦିନ ଦେଖିବାକୁ ମିଳିଛି ।

ସୂଚନାନୁଯାୟୀ, ଗାଜାରେ ରିଲିଫ୍ ପାଇଁ ଅପେକ୍ଷା କରିଥିବା ସମୟରେ ଲୋକଙ୍କ ଉପରେ ଇସ୍ରାଏଲ ଆକ୍ରମଣ କରିଥିଲା । ପାଲେଷ୍ଟାଇନୀଙ୍କ ଆହାର ମୁହଁରେ ପାହାର ଦେଇଛି ଇସ୍ରାଏଲ । ଇସ୍ରାଏଲ ଆକ୍ରମଣରେ ଉତ୍ତର ଗାଜାରେ ଅଧିକାଂଶ ମୃତ୍ୟୁ ଘଟିଛି ।  ଏହି ଘଟଣାରେ ୧୫୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା କୁହାଯାଉଛି ।

ଏହାରି ମଧ୍ୟରେ କିଛି ପ୍ରତ୍ୟକ୍ଷଦର୍ଶୀ ଦାବି କରିଛନ୍ତି ଯେ, ଗାଜାରେ ରିଲିଫ୍ ପାଇଁ ଭିଡ଼ ହୋଇଥିବା ସମୟରେ ଇସ୍ରାଏଲ ସୈନିକମାନେ ଆଖିବୁଜା ଗୁଳିମାଡ଼ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଇସ୍ରାଏଲୀ ସେନା ପକ୍ଷରୁ ଏହି ଘଟଣା ମାମଲାରେ କୌଣସି ସରକାରୀ ମନ୍ତବ୍ୟ ମିଳିନାହିଁ । ଯାହା ଏକ ରିପୋର୍ଟରୁ ପ୍ରକାଶ ପାଇଛି

ସୂଚନାଯୋଗ୍ୟ ଗାଜା ହ୍ୟୁମାନିଟାରିଆନ୍ ଫାଉଣ୍ଡେସନ୍ (GHF) ର ବଣ୍ଟନ କେନ୍ଦ୍ର ଆଡକୁ ଯାଉଥିଲେ। ସେହି ସମୟରେ ଶନିବାର ଦିନ ଦକ୍ଷିଣ ଗାଜାରେ ଖାଇବାକୁ ଆଣିବାକୁ ଯାଉଥିବା ୩୨ ଜଣ ପାଲେଷ୍ଟାଇନୀଙ୍କର ମୃତ୍ୟୁ ହୋଇଥିଲା ।

Also Read : ଭିଏତନାମରେ ଝଡ଼ ତୋଫାନରେ ବୁଡିଗଲା ବୋଟ୍: ୩୪ ଜଣ ମୃତ, ୮ ନିଖୋଜ

The post ରିଲିଫ୍ ଅପେକ୍ଷାରେ ଥିବା ଲୋକଙ୍କ ଉପରେ ଗୁଳିବର୍ଷା, ୮୫ ପାଲେଷ୍ଟାଇନୀ ମୃତ appeared first on KNews Odisha.