ମହାକୁମ୍ଭରେ ବୁଡ଼ ପକାଇବାକୁ ଯାଇ ମହିଳା ନିଖୋଜ, ଥାନାର ଦ୍ବାରସ୍ଥ ପରିବାର ଲୋକ
ନୀଳଗିରି : ମହାକୁମ୍ଭରେ ବୁଡ଼ ପକାଇବାକୁ ଯାଇ ମହିଳା ନିଖୋଜ । ଥାନାର ଦ୍ବାରସ୍ଥ ହୋଇଛନ୍ତି ପରିବାର ଲୋକ । ନୀଳଗିରି ଥାନା ତିନିଦେଶ ଗାଁର ଦମୟନ୍ତୀ ପାଢୀ ଗତ ୨୭ ତାରିଖରେ ପରିବାରର କିଛି ସଦସ୍ୟ ଓ ଗ୍ରାମବାସୀଙ୍କ ସହ ପ୍ରୟାଗରାଜରେ ବୁଡ଼ ପକାଇବାକୁ ଯାଇଥିଲେ । ହେଲେ ୨୯ ତାରିଖ ଦିନ ସ୍ନାନ କରିବାକୁ ଯାଇ କେଉଁଆଡେ ନିଖୋଜ ହୋଇଯାଇଥିଲେ । ପରିବାର ସଦସ୍ୟ ଅନେକ ଖୋଜାଖୋଜି କରିବା ପରେ ପ୍ରୟାଗରାଜର ନିକଟସ୍ଥ ଥାନାରେ […] The post ମହାକୁମ୍ଭରେ ବୁଡ଼ ପକାଇବାକୁ ଯାଇ ମହିଳା ନିଖୋଜ, ଥାନାର ଦ୍ବାରସ୍ଥ ପରିବାର ଲୋକ appeared first on KNews Odisha.

ନୀଳଗିରି : ମହାକୁମ୍ଭରେ ବୁଡ଼ ପକାଇବାକୁ ଯାଇ ମହିଳା ନିଖୋଜ । ଥାନାର ଦ୍ବାରସ୍ଥ ହୋଇଛନ୍ତି ପରିବାର ଲୋକ । ନୀଳଗିରି ଥାନା ତିନିଦେଶ ଗାଁର ଦମୟନ୍ତୀ ପାଢୀ ଗତ ୨୭ ତାରିଖରେ ପରିବାରର କିଛି ସଦସ୍ୟ ଓ ଗ୍ରାମବାସୀଙ୍କ ସହ ପ୍ରୟାଗରାଜରେ ବୁଡ଼ ପକାଇବାକୁ ଯାଇଥିଲେ । ହେଲେ ୨୯ ତାରିଖ ଦିନ ସ୍ନାନ କରିବାକୁ ଯାଇ କେଉଁଆଡେ ନିଖୋଜ ହୋଇଯାଇଥିଲେ ।
ପରିବାର ସଦସ୍ୟ ଅନେକ ଖୋଜାଖୋଜି କରିବା ପରେ ପ୍ରୟାଗରାଜର ନିକଟସ୍ଥ ଥାନାରେ ଅଭିଯୋଗ କରିବା ସହ ଘରେ ଥିବା ପରିବାରର ଅନ୍ୟ ସଦସ୍ୟଙ୍କୁ ଅବଗତ କରିଥିଲେ । ପରିବାର ଲୋକେ ନୀଳଗିରି ଥାନାରେ ଅଭିଯୋଗ କରିବା ସହ ସହାୟତା କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।
The post ମହାକୁମ୍ଭରେ ବୁଡ଼ ପକାଇବାକୁ ଯାଇ ମହିଳା ନିଖୋଜ, ଥାନାର ଦ୍ବାରସ୍ଥ ପରିବାର ଲୋକ appeared first on KNews Odisha.