ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ, ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ଆପଣାନ୍ତୁ ଏହି ଛୋଟ ଛୋଟ ଟିପ୍ସ

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ କେତେବେଳେ ରୋଗର ଶିକାର ହୁଅନ୍ତି ତାହା ଜାଣିପାରନ୍ତି ନାହିଁ । ପରିବାର ଏବଂ କାମର ଦାୟିତ୍ୱ ମଧ୍ୟରେ ଲୋକମାନେ ନିଜ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନେବା ଉଚିତ । ଆପଣ ନିଶ୍ଚୟ ଶୁଣିଥିବେ ସ୍ୱାସ୍ଥ୍ୟ ହେଉଛି ସବୁଠାରୁ ବଡ଼ ସମ୍ପତ୍ତି । କାରଣ ଯଦି ସ୍ୱାସ୍ଥ୍ୟ ଭଲ ନାହିଁ, ତେବେ ଦୁନିଆର କୌଣସି ଜିନିଷର କିଛି ବି ଅର୍ଥ ନାହିଁ । ଏପରି ପରିସ୍ଥିତିରେ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅଧିକାର ବିଷୟରେ ସଚେତନତା […] The post ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ, ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ଆପଣାନ୍ତୁ ଏହି ଛୋଟ ଛୋଟ ଟିପ୍ସ appeared first on KNews Odisha.

ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ, ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ଆପଣାନ୍ତୁ ଏହି ଛୋଟ ଛୋଟ ଟିପ୍ସ

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ କେତେବେଳେ ରୋଗର ଶିକାର ହୁଅନ୍ତି ତାହା ଜାଣିପାରନ୍ତି ନାହିଁ । ପରିବାର ଏବଂ କାମର ଦାୟିତ୍ୱ ମଧ୍ୟରେ ଲୋକମାନେ ନିଜ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନେବା ଉଚିତ । ଆପଣ ନିଶ୍ଚୟ ଶୁଣିଥିବେ ସ୍ୱାସ୍ଥ୍ୟ ହେଉଛି ସବୁଠାରୁ ବଡ଼ ସମ୍ପତ୍ତି । କାରଣ ଯଦି ସ୍ୱାସ୍ଥ୍ୟ ଭଲ ନାହିଁ, ତେବେ ଦୁନିଆର କୌଣସି ଜିନିଷର କିଛି ବି ଅର୍ଥ ନାହିଁ । ଏପରି ପରିସ୍ଥିତିରେ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅଧିକାର ବିଷୟରେ ସଚେତନତା ପ୍ରସାର କରିବା ପାଇଁ ପ୍ରତିବର୍ଷ ୭ ଏପ୍ରିଲରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଏ । ଯାହା ଦ୍ଵାରା ଆମେ ଆମ ସ୍ୱାସ୍ଥ୍ୟ ପ୍ରତି ଅସାବଧାନ ନହେବା । ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ବିଷୟରେ କହିବୁ ଯାହାକୁ ଆପଣ ସୁସ୍ଥ ଜୀବନଯାପନ ପାଇଁ ଅନୁସରଣ କରିପାରିବେ । ତେବେ ଆସନ୍ତୁ ଜାଣିବା ସୁସ୍ଥ ଏବଂ ଫିଟ୍ ରହିବା ପାଇଁ କ’ଣ କରିବା ଉଚିତ ।

ଭଲ ଡାଏଟ୍ ଫଲୋ କରିବା: ଆପଣଙ୍କ ଖାଦ୍ୟ ଯେତେ ଭଲ ହେବ ଆପଣଙ୍କ ଶରୀର ସେତେ ଏଡିଜିଙ୍କ ରୋଗରୁ ଦୂରରେ ରହିବ । ଘରେ ତିଆରି ସୁସ୍ଥ ଖାଦ୍ୟ ଖାଆନ୍ତୁ । ଆପଣଙ୍କ ଖାଦ୍ୟରେ ଫାଇବର ଏବଂ ପ୍ରୋଟିନର ପରିମାଣ ବୃଦ୍ଧି କରନ୍ତୁ । ସତେଜ, ପୁଷ୍ଟିକର ଏବଂ କମ୍ ଚର୍ବିଯୁକ୍ତ ଖାଦ୍ୟ ଖାଆନ୍ତୁ । ଅଧିକ ତାଜା ଫଳ, ସବୁଜ ପନିପରିବା ଏବଂ ଶସ୍ୟ ଖାଆନ୍ତୁ । ଜଙ୍କଫୁଡ୍ ଏବଂ ଫାଷ୍ଟଫୁଡ୍ କମ୍ ଖାଆନ୍ତୁ । ଆପଣଙ୍କ ଖାଦ୍ୟରେ ଓମେଗା 3 ଫ୍ୟାଟି ଏସିଡ୍ ସାମିଲ କରନ୍ତୁ । ଏଥିପାଇଁ, ଆପଣଙ୍କ ଖାଦ୍ୟରେ ଚିଆ ସିଡ୍ସ ଏବଂ ବାଦାମ ଭଳି ସିଡ୍ସ ସାମିଲ କରନ୍ତୁ ।

ନିୟମିତ ବ୍ୟାୟାମ କରନ୍ତୁ: ଯଦି ଆପଣ ପ୍ରତ୍ୟେକ ବୟସରେ ନିଜକୁ ଆକ୍ଟିଭ ଏବଂ ସୁସ୍ଥ ରଖିବାକୁ ଚାହାଁନ୍ତି, ତେବେ ନିଶ୍ଚିତ ଭାବରେ ଆପଣଙ୍କ ଲାଇଫଷ୍ଟାଇଲରେ ବ୍ୟାୟାମକୁ ସାମିଲ କରନ୍ତୁ । ନିୟମିତ ବ୍ୟାୟାମ କରିବା ଦ୍ୱାରା ଆମର ରକ୍ତ ସଞ୍ଚାଳନ ଉନ୍ନତ ହୁଏ, ହୃଦୟ ସୁସ୍ଥ ରହେ ଏବଂ ଓଜନ ହ୍ରାସ ପାଏ । ଯାହା ଯୋଗୁଁ ରୋଗ ଆମ ଶରୀର ପାଖକୁ ଆସିନଥାଏ । ଏହା ବ୍ୟତୀତ ଆପଣ ଜିମ୍ ଯାଇପାରିବେ, ଚାଲିପାରିବେ କିମ୍ବା ଯୋଗ କରି ମଧ୍ୟ ନିଜକୁ ଆକ୍ଟିଭ ରଖିପାରିବେ ।

ଷ୍ଟ୍ରେସ କମ୍ କରନ୍ତୁ ଏବଂ ଅଧିକ ଶୁଅନ୍ତୁ: ଗୋଟିଏ କଥା ମନେରଖନ୍ତୁ, କମ୍ ନିଦ ଏବଂ ଅତ୍ୟଧିକ ଷ୍ଟ୍ରେସ ଆପଣଙ୍କୁ କମ ବୟସରେ ଅନେକ ରୋଗ ଦେଇପାରେ । ଆପଣ ଯେତେ କମ୍ ଷ୍ଟ୍ରେସ ନେବେ ଆପଣଙ୍କ ନିଦ ସେତେ ଭଲ ହେବ । ଯେତେବେଳେ ଆପଣ ଭଲ ନିଦ ପାଆନ୍ତି, ଆପଣଙ୍କ ଶରୀର ଏବଂ ମନ ମଧ୍ୟ ଆକ୍ଟିଭ ରହିଥାଏ ଯାହାଦ୍ୱାରା ଆପଣ ସୁସ୍ଥ ଏବଂ ଫିଟ୍ ରହିପାରିବେ ।

ପ୍ରଚୁର ପାଣି ପିଅନ୍ତୁ: ଶରୀରକୁ ସୁସ୍ଥ ରଖିବା ପାଇଁ, ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ଏବଂ ଶରୀରକୁ ହାଇଡ୍ରେଟ୍ ରଖିବା ଗୁରୁତ୍ୱପୂର୍ଣ୍ଣ । ତେଣୁ, ଦିନକୁ ଅତି କମରେ ୮ ଗ୍ଲାସ ପାଣି ପିଅନ୍ତୁ । ଆପଣ ଯେତେ ଅଧିକ ପାଣି ପିଇବେ, ଆପଣଙ୍କ ସ୍ୱାସ୍ଥ୍ୟ ସେତେ ଭଲ ହେବ । ସକାଳେ ପ୍ରଥମେ ଖାଲି ପେଟରେ ପାଣି ପିଅନ୍ତୁ ।

ଧୂମପାନ ଏବଂ ମଦ୍ୟପାନରୁ ଦୂରରେ ରୁହନ୍ତୁ: ଯଦି ଆପଣ ବୟସ ବଢ଼ିବା ପରେ ମଧ୍ୟ ସୁସ୍ଥ ରହିବାକୁ ଚାହାଁନ୍ତି, ତେବେ ତମାଖୁ ଉତ୍ପାଦ ବ୍ୟବହାର କରନ୍ତୁ ନାହିଁ କିମ୍ବା ମଦ୍ୟପାନ କରନ୍ତୁ ନାହିଁ ।

Also read: ଗ୍ରୀଷ୍ମ ଋତୁରେ ଦେଖାଦେଉଛି କି ପେଟ ଜନିତ ସମସ୍ୟା? ତେବେ ଖାଆନ୍ତୁ ଏହି ଖାଦ୍ୟ

The post ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ, ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ଆପଣାନ୍ତୁ ଏହି ଛୋଟ ଛୋଟ ଟିପ୍ସ appeared first on KNews Odisha.