କୋଳରେ ମାସକର ଛୁଆ ମୃତ୍ୟୁଶଯ୍ୟାରେ ସ୍ବାମୀ, ଅନ୍ତିମ ସଂସ୍କାର ପାଇଁ ପାଖରେ ନାହିଁ ସମ୍ବଳ

ବିଧିର ବିଧାନ ବଡ଼ ବିଚିତ୍ର। ମଥାରୁ ସିନ୍ଦୂର ଲିଭିଯାଇଛି । କୋଳରେ ମାସକର ଛୁଆ । ଏ ନିଷ୍ପାପ ପିଲାର ଆଖିକୁ ଦେଖିଲେ ଆପଣଙ୍କ ଆଖିରୁ ବି ଲୁହ ଝରି ଆସିବ । କାରଣ ଦୁନିଆ କଣ ଦେଖିବା ଆଗରୁ ବାପ ଛେଉଣ୍ଡ ହୋଇଯାଇଛି ଛୁଆଟି । ଏପଟେ ସ୍ବାମୀ ଚାଲିଯିବା ପରେ ସ୍ତ୍ରୀ ପାଖରେ ଆହା କି ଶାହା କହିବା ପାଇଁ କେହି ନାହାନ୍ତି । ଏ ଆଖି ଲୁହକୁ ଓଠରେ ପିଇ ସେ ପାଲଟି […] The post କୋଳରେ ମାସକର ଛୁଆ ମୃତ୍ୟୁଶଯ୍ୟାରେ ସ୍ବାମୀ, ଅନ୍ତିମ ସଂସ୍କାର ପାଇଁ ପାଖରେ ନାହିଁ ସମ୍ବଳ appeared first on KNews Odisha.

କୋଳରେ ମାସକର ଛୁଆ ମୃତ୍ୟୁଶଯ୍ୟାରେ ସ୍ବାମୀ, ଅନ୍ତିମ ସଂସ୍କାର ପାଇଁ ପାଖରେ ନାହିଁ ସମ୍ବଳ

ବିଧିର ବିଧାନ ବଡ଼ ବିଚିତ୍ର। ମଥାରୁ ସିନ୍ଦୂର ଲିଭିଯାଇଛି । କୋଳରେ ମାସକର ଛୁଆ । ଏ ନିଷ୍ପାପ ପିଲାର ଆଖିକୁ ଦେଖିଲେ ଆପଣଙ୍କ ଆଖିରୁ ବି ଲୁହ ଝରି ଆସିବ । କାରଣ ଦୁନିଆ କଣ ଦେଖିବା ଆଗରୁ ବାପ ଛେଉଣ୍ଡ ହୋଇଯାଇଛି ଛୁଆଟି । ଏପଟେ ସ୍ବାମୀ ଚାଲିଯିବା ପରେ ସ୍ତ୍ରୀ ପାଖରେ ଆହା କି ଶାହା କହିବା ପାଇଁ କେହି ନାହାନ୍ତି । ଏ ଆଖି ଲୁହକୁ ଓଠରେ ପିଇ ସେ ପାଲଟି ଯାଇଛି ସର୍ବଂସହା । ସ୍ବାମୀର ମୃତ୍ୟୁ ତାକୁ ଏତେ ଅସହାୟ କରିଦେିଛି ଯେ, ସ୍ବାମୀଙ୍କ ମରଶରୀରର ଅନ୍ତିମ ସଂସ୍କାର କରିବା ପାଇଁ ତା’ ପାଖରେ ସମ୍ବଳ ନାହିଁ । କୋଳରେ ମାସକର ଛୁଆ ସେପଟେ ମୃତ୍ୟୁଶଯ୍ୟାରେ ଶୋଇଛି ସ୍ବାମୀ । ସତରେ ଅତି ହୃଦୟବିଦାରକ ଦୃଶ୍ୟ । କେହିବି ଧୈର୍ଯ୍ୟ ଧରି ରହିପାରିବେନି ।

କଟକ ବଡ଼ ଡାକ୍ତରଖାନାରେ ମାସକର ଛୁଆକୁ ଧରି ସ୍ତ୍ରୀ ସ୍ଵାମୀର ଶବ ପାଖରେ ବାହୁନି ବାହୁନି କାନ୍ଦୁଛି । ଗାଁକୁ ସ୍ଵାମୀର ଶବ ନେବାକୁ ସମ୍ବଳ ନଥିବା ବେଳେ ବନ୍ଧୁ ପରିଜନ ସହଯୋଗ କରିବାକୁ ମନା କରିଦେଲେ । କଣ ବା କରିବ ଏଇ ସ୍ତ୍ରୀ ଲୋକ ଜଣକ ? କିଛି ବୁଦ୍ଧି ଦିଶୁ ନଥାଏ । ଠିକ୍ ଏହି ସମୟରେ ଦେବଦୂତ ସାଜି ତାଙ୍କ ପାଖରେ ଠିଆ ହୋଇଥିଲେ ଏହି ମହାନ ବ୍ୟକ୍ତି । କାରଣ ଆଜି ବି କୋଉଠି ନା କୋଉଠି ବଞ୍ଚି ରହିଛି ମାନବିକତା । ଖବର ପାଇ ସମାଜସେବୀ ଅଭିମନ୍ୟୁ ଦାସ ପୁଲିସ ସହାୟତାରେ ମୃତଦେହକୁ ସତ୍କାର କରିବା ସହ ମହିଳା ଓ ତାଙ୍କର ମାସକର ଛୁଆକୁ ଘରକୁ ପଠାଇବାର ବ୍ୟବସ୍ଥା କରିଥିଲେ ।

ଦେବଗଡ଼ ଜିଲ୍ଲା ରମ୍ଭେଇପଞ୍ଚାୟତର କନ୍‌ଛଡ଼ା ଗାଁର ଟିକେଶ୍ଵର କାଲୋ । ବୟସ ୩୦ ବର୍ଷ । ସେ ବୁର୍ଲା ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ସ୍ତ୍ରୀ ସୁଭଦ୍ରା ତାଙ୍କ ଶାଶୁ ଓ ଏକ ମାସର ଝିଅକୁ ସାଙ୍ଗରେ ଧରି ସ୍ବାମୀଙ୍କୁ ଆଣିଥିଲେ ଏସିସିବିକୁ ଚିକିତ୍ସା କରିବା ପାଇଁ । ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସ୍ଵେଚ୍ଛାସେବୀ, ପୁଲିସର ସହଯୋଗରେ ଏସ୍‌ସିବିରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିଲା। କିନ୍ତୁ ବ୍ୟବଚ୍ଛେଦ ପରେ ଅର୍ଥାଭାବରୁ ମର ଶରୀର ଗାଁକୁ ନେଇ ନପାରି ଅସହାୟ ଅବସ୍ଥାରେ ବସି ରହିଥିଲେ । ସ୍ଵେଚ୍ଛାସେବୀ ଅଭିମନ୍ୟୁ ଦାସଙ୍କ ନେତୃତ୍ବରେ ଲଳିତ ରାୟ ଓ ଦେବୀ ରଞ୍ଜନ ଜେନା ପହଞ୍ଚି ଶବ ସତ୍କାରରେ ସହଯୋଗ କରିଥିବା ବେଳେ ଫାଣ୍ଡି ଅଧିକାରୀ ମାନେଶ୍ବର ପ୍ରଧାନ ମଧ୍ୟ ଗାଡ଼ି ଯୋଗାଇ ଦେଇଥିଲେ। ଫଳରେ ତାଙ୍କ ଶବ ସତ୍କାର ହୋଇଥିଲା । ତେବେ ଏଭଳି ଘଟଣା ଏସ୍‌ସିବି ମେଡିକାଲରେ ଅନେକ ସମୟରେ ଘଟୁଥିବାରୁ ଏ ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।

Also read:ଝିଅ ବାହାଘର ପାଇଁ ବାଧକ ସାଜିଛି ଧାନ କିଣା ବିକା ପ୍ରକ୍ରିୟା, ମୁଣ୍ଡରେ ହାତ ଦେଇ ବସିଛି ଚାଷୀ

The post କୋଳରେ ମାସକର ଛୁଆ ମୃତ୍ୟୁଶଯ୍ୟାରେ ସ୍ବାମୀ, ଅନ୍ତିମ ସଂସ୍କାର ପାଇଁ ପାଖରେ ନାହିଁ ସମ୍ବଳ appeared first on KNews Odisha.