ମନ୍ଦିର ପରିସରରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଆତ୍ମହତ୍ୟା

ଧରାକୋଟ,୨୬ା୯(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଅଧୀନ ରୁଗୁମୁ ପଞ୍ଚାୟତ ଅନ୍ତର୍ଗତ ବେଠୁଆର ଗ୍ରାମର ମା’ଘୋଡ଼ାଦେଈ ଠାକୁରାଣୀଙ୍କ ପୀଠରେ ଜଣେ ଅବସରପ୍ରାପ୍ତ ଶିକ୍ଷକ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ସେ ବୁଗୁଡ଼ା ନିକଟସ୍ଥ ନଗୁଡୁ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପୁରୁଷୋତ୍ତମ ପ୍ରଧାନ(୬୧) ବୋଲି ଜଣାପଡ଼ିଛି। ଗତ ୨୧ ଦିନ ଧରି ନିଜର କିଛି ଅଭିଳାଷ ପୂରଣ ପାଇଁ ମା’ ଘୋଡ଼ାଦେଈଙ୍କ ପୀଠରେ ସେ ଗୁହାରିଆ ପଡ଼ିଥିଲେ। ଦୀର୍ଘଦିନ ଧରି ପୁରୁଷୋତ୍ତମ ଘରକୁ ନ ଫେରିବାରୁ […] The post ମନ୍ଦିର ପରିସରରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଆତ୍ମହତ୍ୟା appeared first on Dharitri Odia News.

ମନ୍ଦିର ପରିସରରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଆତ୍ମହତ୍ୟା

ଧରାକୋଟ,୨୬ା୯(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଅଧୀନ ରୁଗୁମୁ ପଞ୍ଚାୟତ ଅନ୍ତର୍ଗତ ବେଠୁଆର ଗ୍ରାମର ମା’ଘୋଡ଼ାଦେଈ ଠାକୁରାଣୀଙ୍କ ପୀଠରେ ଜଣେ ଅବସରପ୍ରାପ୍ତ ଶିକ୍ଷକ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ସେ ବୁଗୁଡ଼ା ନିକଟସ୍ଥ ନଗୁଡୁ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପୁରୁଷୋତ୍ତମ ପ୍ରଧାନ(୬୧) ବୋଲି ଜଣାପଡ଼ିଛି।

ଗତ ୨୧ ଦିନ ଧରି ନିଜର କିଛି ଅଭିଳାଷ ପୂରଣ ପାଇଁ ମା’ ଘୋଡ଼ାଦେଈଙ୍କ ପୀଠରେ ସେ ଗୁହାରିଆ ପଡ଼ିଥିଲେ। ଦୀର୍ଘଦିନ ଧରି ପୁରୁଷୋତ୍ତମ ଘରକୁ ନ ଫେରିବାରୁ ଘରଲୋକେ ବ୍ୟସ୍ତ ହୋଇ ତାଙ୍କୁ ଖୋଜାଖୋଜି କରି ଘୋଡ଼ାଦେଈଙ୍କ ପୀଠରେ ପାଇଥିଲେ। ନିଜର ଅଭିଳାଷ ପୂରଣ ହେଲେ ଗାଁକୁ ଫେରିବେ ବୋଲି ପୁରୁଷୋତ୍ତମ ପରିବାର ଲୋକଙ୍କୁ କହିଥିଲେ।

ହେଲେ ସେ ମନ୍ଦିର ପରିସରରେ ଥିବା ଭୋଜନାଳୟ ରେଲିଂରେ ଗଳାରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ଖବର ପାଇ ମନ୍ଦିରରେ ତାଙ୍କ ବଡ ପୁଅ ଚିନ୍ତାର୍ଥ ପ୍ରଧାନ ପହଞ୍ଚି ଥିଲେ। ଏହି ସମ୍ପର୍କରେ ସେ ବଡଗଡ ଥାନା ଅଧିକାରୀ ସନ୍ଧ୍ୟାରାଣୀ ସିଂହଙ୍କୁ ଅବଗତ କରିବା ପରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଥିଲା। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ. ୨୨/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଛି।

The post ମନ୍ଦିର ପରିସରରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଆତ୍ମହତ୍ୟା appeared first on Dharitri Odia News.