ବିଳମ୍ବିତ ରାତିରେ ଘରୁ ଚୋରୀ , ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

ବାରଙ୍ଗ : ବାରଙ୍ଗ ଥାନା ଅନ୍ତର୍ଗତ ପଞ୍ଚୁପାଳ ଗାଁର ପରୀକ୍ଷିତ ବେହେରାଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ଚୋରୀ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । କେହି ଦୁର୍ବୃତ୍ତ ବିଳମ୍ବିତ ରାତିରେ ଆସି ସମସ୍ତେ ଘରେ ସୋଇଥିବା ବେଳେ ସବୁଘରର କବାଟ ବାହାର ପଟୁ ବନ୍ଦକରି ଦେଇଥିଲେ । ଘରର ଲାଇଟ ମଧ୍ୟ ଲିଭାଇ ଦେଇଥିଲେ । ପରେ ସୁନା ଅଳଙ୍କାର ଓ ଟଙ୍କା  ଥିବା ଘରର କବାଟ ତାଲାଭାଙ୍ଗି ପସି ଆଲମାରୀ ଏବଂ ସିନ୍ଦୁକ  ଭାଙ୍ଗି […] The post ବିଳମ୍ବିତ ରାତିରେ ଘରୁ ଚୋରୀ , ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା appeared first on KNews Odisha.

ବିଳମ୍ବିତ ରାତିରେ ଘରୁ ଚୋରୀ , ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା
barang

ବାରଙ୍ଗ : ବାରଙ୍ଗ ଥାନା ଅନ୍ତର୍ଗତ ପଞ୍ଚୁପାଳ ଗାଁର ପରୀକ୍ଷିତ ବେହେରାଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ଚୋରୀ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । କେହି ଦୁର୍ବୃତ୍ତ ବିଳମ୍ବିତ ରାତିରେ ଆସି ସମସ୍ତେ ଘରେ ସୋଇଥିବା ବେଳେ ସବୁଘରର କବାଟ ବାହାର ପଟୁ ବନ୍ଦକରି ଦେଇଥିଲେ । ଘରର ଲାଇଟ ମଧ୍ୟ ଲିଭାଇ ଦେଇଥିଲେ । ପରେ ସୁନା ଅଳଙ୍କାର ଓ ଟଙ୍କା  ଥିବା ଘରର କବାଟ ତାଲାଭାଙ୍ଗି ପସି ଆଲମାରୀ ଏବଂ ସିନ୍ଦୁକ  ଭାଙ୍ଗି ପ୍ରାୟ ଦେଢ଼ଲକ୍ଷ ଟଙ୍କାର ସୁନା ରୁପା ଅଳଙ୍କାର ଓ ୨୦ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ସକାଳୁ ଉଠିବାବେଳେ କବାଟ ନଖୋଲିବାରୁ ଛାତ ଉପର ଘରେ ଆସି କବାଟ ଖୋଲିଥିଲେ । ପରେ ଚୋରୀ ହୋଇଥିବା ଜାଣିବାକୁ ପାଇଥିଲେ । ଚୋର ତାର ଏକ ଗାମୁଛା ସେହିଠାରେ ଛାଡ଼ିଦେଇ ଯାଇଥିବା ଦେଖିବାକୁ ମିଳିଛି । ଏନେଇ ପରୀକ୍ଷିତ ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

 

Also read :ଟଙ୍କା ଲୁଟ୍ ଉଦ୍ଦେଶ୍ୟରେ ଯୁବକଙ୍କୁ ଗୁଳିମାଡ଼ : କୁଳିଅଣା ଥାନା ପୋଲିସର ତଦନ୍ତ ଜାରି

 

 

The post ବିଳମ୍ବିତ ରାତିରେ ଘରୁ ଚୋରୀ , ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା appeared first on KNews Odisha.