ବିମଳେଶ୍ଵର ବାବା ଆଞ୍ଚଳିକ ସେବା ସଂଗଠନ ପକ୍ଷରୁ ଗୁଣ୍ଡିଖାଇ ଭେଟ ଘାଟ ପାଳନ
ସମ୍ବଲପୁର:ବିମଳେଶ୍ଵର ବାବା ଆଞ୍ଚଳିକ ସେବା ସଂଗଠନ ତରଫରୁ ମୁନିସିପାଳିଟୀ ଛକ ନିକଟସ୍ଥ ସାମ୍ବାଦିକ ଭବନ ଠାରେ ଆଜି ଗୁଣ୍ଡିଖାଈ ଭେଟ୍ ଘାଟ ମହା ସମାରୋହରେ ପାଳନ ହୋଇଯାଇଛି। ସଙ୍ଗଠନର ସଭାପତି କମଳ ଲୋଚନ ପଣ୍ଡା ଙ୍କ ସଭାପତିତ୍ବ ରେ ଏବଂ ସଂଗଠନ ର ଅଧ୍ୟକ୍ଷ ନରେନ୍ଦ୍ର ପାଣିଗ୍ରାହୀ ଙ୍କ ଦିଗଦର୍ଶନ ରେ ଆୟୋଜିତ ଏହି ଭେଟଘାଟ୍ ରେ କୋଷାଧ୍ୟକ୍ଷ ମନରଞ୍ଜନ ପଣ୍ଡା ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ସଙ୍ଗଠନ ର ଉପସଭାପତି […] The post ବିମଳେଶ୍ଵର ବାବା ଆଞ୍ଚଳିକ ସେବା ସଂଗଠନ ପକ୍ଷରୁ ଗୁଣ୍ଡିଖାଇ ଭେଟ ଘାଟ ପାଳନ appeared first on Odisha.News.

ସମ୍ବଲପୁର:ବିମଳେଶ୍ଵର ବାବା ଆଞ୍ଚଳିକ ସେବା ସଂଗଠନ ତରଫରୁ ମୁନିସିପାଳିଟୀ ଛକ ନିକଟସ୍ଥ ସାମ୍ବାଦିକ ଭବନ ଠାରେ ଆଜି ଗୁଣ୍ଡିଖାଈ ଭେଟ୍ ଘାଟ ମହା ସମାରୋହରେ ପାଳନ ହୋଇଯାଇଛି। ସଙ୍ଗଠନର ସଭାପତି କମଳ ଲୋଚନ ପଣ୍ଡା ଙ୍କ ସଭାପତିତ୍ବ ରେ ଏବଂ ସଂଗଠନ ର ଅଧ୍ୟକ୍ଷ ନରେନ୍ଦ୍ର ପାଣିଗ୍ରାହୀ ଙ୍କ ଦିଗଦର୍ଶନ ରେ ଆୟୋଜିତ ଏହି ଭେଟଘାଟ୍ ରେ କୋଷାଧ୍ୟକ୍ଷ ମନରଞ୍ଜନ ପଣ୍ଡା ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ସଙ୍ଗଠନ ର ଉପସଭାପତି ଦୀନବନ୍ଧୁ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉକ୍ତ ସଭାରେ ମୁକ୍ଷ ଅତିଥି ରୂପରେ ଡ଼ ଗୌରିଦାସ ପ୍ରଧାନ ଏବଂ ମୁକ୍ଷ ବକ୍ତା ଭାବରେ ଶ୍ରୀଯୁକ୍ତ ଦୀପକ କୁମାର ପଣ୍ଡା ଯୋଗ ଦେଇ ଗୁଣ୍ଡିଖାଇ ର ବିଭିନ୍ନ ଦିଗ ତଥା ପାଳନ ର ମହତ୍ତ୍ଵ ଉପରେ ଆଲୋଚନା କରିଥିଲେ । ଏହାସହିତ ଏକ ସମ୍ବଲପୁରୀ କବିତା ପାଠ ମଧ୍ୟ ଅନୁଷ୍ଠିତ ହୋଇଥିଲା। ସମ୍ବଲପୁର ସହର ତଥା ଆଖ ପାଖ ଅଞ୍ଚଳରୁ ପାଖା ପାଖି ୨୦ ରୁ ୨୫ ଜଣ କବି କବୟତ୍ରୀ ଏଥିରେ ଯୋଗ ଦେଇ ନିଜ ସ୍ଵରଚିତ କବିତା ଗୁଡ଼ିକ ପାଠ କରିଥିଲେ। ଏବଂ ଆସରକୁ ମନ୍ତ୍ର ମୁଗ୍ଧ କରିଦେଇଥିଲେ। ଏହି କବିତା ପାଠ ଉତ୍ସବକୁ କବୟତ୍ରୀ ପଙ୍କଜିନି ନାୟକ ଏବଂ କବି ଲଳିତ ମୋହନ ବେବର୍ତ୍ତା ସଂଯୋଜନା କରିଥିବା ବେଳେ ବିଶିଷ୍ଟ କବି ଗଣ ଯଥା କାହ୍ନୁ କେଶବ ବହିଦାର, ମମତା ନାଥ, ସୁଷମା ପ୍ରଧାନ, ସନତ ସାହୁ, ନିତ୍ୟାନନ୍ଦ ଖମାରୀ, ତଫିଜୁଲ ହୁସେନ, ପ୍ରଦୀପ ଯୋଶୀ, ସୁର୍ୟ ପାଣିଗ୍ରାହୀ, ଗୋପୀନାଥ ଷଡ଼ଙ୍ଗୀ, ଲକ୍ଷ୍ମୀ ନାରାୟଣ ପଣ୍ଡା, ବିଭୂତି ଭୂଷଣ ମିଶ୍ର, ସବିତା ମିଶ୍ର ଇତ୍ୟାଦି କବିତା ପାଠ କରିଥିଲେ। ରାଜେନ୍ଦ୍ର ମହାପାତ୍ର,ସତ୍ୟନାରାୟଣ ବେହେରା,ପ୍ରମୁଖ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
The post ବିମଳେଶ୍ଵର ବାବା ଆଞ୍ଚଳିକ ସେବା ସଂଗଠନ ପକ୍ଷରୁ ଗୁଣ୍ଡିଖାଇ ଭେଟ ଘାଟ ପାଳନ appeared first on Odisha.News.