ଇଂରାଜୀ ଶିକ୍ଷକ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ସମ୍ମାନ…
ଲକ୍ଷ୍ମୀପୁର ୦୪/୦୨ .ଲକ୍ଷ୍ମୀପୁର ସାଙ୍ଗନ୍ନା ଉଚ୍ଚ ବିଦ୍ୟାଳୟ ର ଇଂରାଜୀ ଶିକ୍ଷକ ସପନ କୁମାର ଦିକ୍ଷୀତ ଙ୍କୁ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କର ଉଚ୍ଚ କୋଟିର ଇଂରାଜୀ ଶିକ୍ଷାଦାନ ପାଇଁ ତାଙ୍କୁ ଗତ ଜାନୁଆରି ୩୧ ତାରିଖ ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଶିକ୍ଷା ସମ୍ମାନ ଉତ୍ସଵ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ମାନପତ୍ର, ଉପଢୌକନ ଓ ଆର୍ଥିକ ପୁରସ୍କାର ପ୍ରଦାନ ପୂର୍ବକ ସମ୍ମାନିତ […] The post ଇଂରାଜୀ ଶିକ୍ଷକ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ସମ୍ମାନ… appeared first on Odisha.News.

ଲକ୍ଷ୍ମୀପୁର ୦୪/୦୨ .ଲକ୍ଷ୍ମୀପୁର ସାଙ୍ଗନ୍ନା ଉଚ୍ଚ ବିଦ୍ୟାଳୟ ର ଇଂରାଜୀ ଶିକ୍ଷକ ସପନ କୁମାର ଦିକ୍ଷୀତ ଙ୍କୁ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କର ଉଚ୍ଚ କୋଟିର ଇଂରାଜୀ ଶିକ୍ଷାଦାନ ପାଇଁ ତାଙ୍କୁ ଗତ ଜାନୁଆରି ୩୧ ତାରିଖ ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଶିକ୍ଷା ସମ୍ମାନ ଉତ୍ସଵ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ମାନପତ୍ର, ଉପଢୌକନ ଓ ଆର୍ଥିକ ପୁରସ୍କାର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା।ଶ୍ରୀ ଦୀକ୍ଷିତ ଜଣେ ଉଚ୍ଚ କୋଟୀର ଇଂରାଜୀ ଶିକ୍ଷକ, ରାଜ୍ୟ ସ୍ତରୀୟ ଇଂରାଜୀ ସାଧନ କର୍ମୀ ତଥା ଛାତ୍ର ବତ୍ସଲ୍ ଶିକ୍ଷକ ଭାବେ ପରିଚିତ।ସେ ଲକ୍ଷ୍ମୀପୁର ଫେରିବା ପରେ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ, ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ,ଗୋଷ୍ଠୀ ଶିକ୍ଷାଧିକାରୀ କୈଳାଶ ଚନ୍ଦ୍ର ବେହେରା ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଓ କର୍ମଚାରି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।
The post ଇଂରାଜୀ ଶିକ୍ଷକ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ସମ୍ମାନ… appeared first on Odisha.News.