ଆଇଆଇଏଫ୍ସିଏଲ୍ ସହ ପିଏନ୍ବିର ବୁଝାମଣା
ଭୁବନେଶ୍ୱର,୧୦ା୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍ବି) ଏବଂ ଇଣ୍ଡିଆ ଇନ୍ଫ୍ରାଷ୍ଟ୍ରକଚର ଫାଇନାନ୍ସ କମ୍ପାନୀ ଲିମିଟେଡ (ଆଇଆଇଏଫ୍ସିଏଲ) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉଭୟ ସଂସ୍ଥାର କାରବାର ବୃଦ୍ଧି ସହିତ ଆଇଆଇଏଫସିଏଲ୍ର ପ୍ରକଳ୍ପଗୁଡିକୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପିଏନବି ସହ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ବାକ୍ଷର ହୋଇଛି। ଏହି ପରିପ୍ରେକ୍ଷୀରେ ନୂଆଦିଲ୍ଲୀର ଦ୍ୱାରକାସ୍ଥିତ ପିଏନବିର କର୍ପୋରେଟ କାର୍ଯ୍ୟାଳୟଠାରେ ଏକ ଏମ୍ଓୟୁ ସ୍ବାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପିଏନବିର […] The post ଆଇଆଇଏଫ୍ସିଏଲ୍ ସହ ପିଏନ୍ବିର ବୁଝାମଣା appeared first on Dharitri Odia News.
ଭୁବନେଶ୍ୱର,୧୦ା୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍ବି) ଏବଂ ଇଣ୍ଡିଆ ଇନ୍ଫ୍ରାଷ୍ଟ୍ରକଚର ଫାଇନାନ୍ସ କମ୍ପାନୀ ଲିମିଟେଡ (ଆଇଆଇଏଫ୍ସିଏଲ) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉଭୟ ସଂସ୍ଥାର କାରବାର ବୃଦ୍ଧି ସହିତ ଆଇଆଇଏଫସିଏଲ୍ର ପ୍ରକଳ୍ପଗୁଡିକୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପିଏନବି ସହ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ବାକ୍ଷର ହୋଇଛି।
ଏହି ପରିପ୍ରେକ୍ଷୀରେ ନୂଆଦିଲ୍ଲୀର ଦ୍ୱାରକାସ୍ଥିତ ପିଏନବିର କର୍ପୋରେଟ କାର୍ଯ୍ୟାଳୟଠାରେ ଏକ ଏମ୍ଓୟୁ ସ୍ବାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପିଏନବିର ଏମଡି ତଥା ସିଇଓ ଅତୁଲ କୁମାର ଗୋଏଲ ଏବଂ ଆଇଆଇଏଫସିଏଲର ଏମଡି ଡ. ପି. ଆର ଜୟଶଙ୍କର ଉଭୟ ପିଏନବି ଏବଂ ଆଇଆଇଏଫସିଏଲର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏମ୍ଓୟୁ ସ୍ବାକ୍ଷର କରିଥିଲେ।
The post ଆଇଆଇଏଫ୍ସିଏଲ୍ ସହ ପିଏନ୍ବିର ବୁଝାମଣା appeared first on Dharitri Odia News.