ଅନନ୍ତ-ରାଧିକାଙ୍କ ବିବାହ ମାଧ୍ୟମରେ ଏକାଠି ହେଲା ଇଣ୍ଡିଆ ମେଣ୍ଟ, ରାହୁଲଙ୍କ ବିନା ଭାଜପାକୁ କରିବେ ଟାର୍ଗେଟ

ମୁମ୍ବାଇ,୧୨।୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ଶୁକ୍ରବାର ଅର୍ଥାତ୍‌ ୧୨ ଜୁଲାଇ ୨୦୨୪ରେ ମୁମ୍ବାଇରେ ହେବାକୁ ଯାଉଛି। ଏହି ବିବାହ ଉତ୍ସବରେ ଯୋଗଦେବା ପାଇଁ ଭାରତ ତଥା ବିଦେଶର ବିଶିଷ୍ଟ ଅତିଥିମାନେ ମୁମ୍ବାଇରେ ଏକାଠି ହେବା ଆରମ୍ଭ କରିଛନ୍ତି। ଏହି ବିବାହ ଉତ୍ସବରେ ଯୋଗଦେବା ପାଇଁ ଇଣ୍ଡିଆ ଆଲାଇନ୍ସର ଅନେକ ନେତା ମଧ୍ୟ ମୁମ୍ବାଇରେ ପହଞ୍ଚିଛନ୍ତି। ଗୁରୁବାର (୧୧ ଜୁଲାଇ ୨୦୨୪) ମୁମ୍ବାଇ ଯିବା ପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା […] The post ଅନନ୍ତ-ରାଧିକାଙ୍କ ବିବାହ ମାଧ୍ୟମରେ ଏକାଠି ହେଲା ଇଣ୍ଡିଆ ମେଣ୍ଟ, ରାହୁଲଙ୍କ ବିନା ଭାଜପାକୁ କରିବେ ଟାର୍ଗେଟ appeared first on Dharitri Odia News.

ଅନନ୍ତ-ରାଧିକାଙ୍କ ବିବାହ ମାଧ୍ୟମରେ ଏକାଠି ହେଲା ଇଣ୍ଡିଆ ମେଣ୍ଟ, ରାହୁଲଙ୍କ ବିନା ଭାଜପାକୁ କରିବେ ଟାର୍ଗେଟ

ମୁମ୍ବାଇ,୧୨।୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ଶୁକ୍ରବାର ଅର୍ଥାତ୍‌ ୧୨ ଜୁଲାଇ ୨୦୨୪ରେ ମୁମ୍ବାଇରେ ହେବାକୁ ଯାଉଛି। ଏହି ବିବାହ ଉତ୍ସବରେ ଯୋଗଦେବା ପାଇଁ ଭାରତ ତଥା ବିଦେଶର ବିଶିଷ୍ଟ ଅତିଥିମାନେ ମୁମ୍ବାଇରେ ଏକାଠି ହେବା ଆରମ୍ଭ କରିଛନ୍ତି। ଏହି ବିବାହ ଉତ୍ସବରେ ଯୋଗଦେବା ପାଇଁ ଇଣ୍ଡିଆ ଆଲାଇନ୍ସର ଅନେକ ନେତା ମଧ୍ୟ ମୁମ୍ବାଇରେ ପହଞ୍ଚିଛନ୍ତି।
ଗୁରୁବାର (୧୧ ଜୁଲାଇ ୨୦୨୪) ମୁମ୍ବାଇ ଯିବା ପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି ଯେ ସେଠାରେ ସେ ଶରଦ ପାୱାର ଏବଂ ଉଦ୍ଧବ ଠାକରେ ଏବଂ ଅଖିଳେଶ ଯାଦବଙ୍କୁ ଭେଟିବେ। ତେବେ ସେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ନାମ ନେଇ ନାହାଁନ୍ତି। ସୂଚନାନୁସାରେ, ଗାନ୍ଧୀ ପରିବାରର କେହି ଅନନ୍ତ-ରାଧିକାଙ୍କ ବିବାହରେ ଯୋଗଦେବେ ନାହିଁ। ଅର୍ଥାତ୍‌ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟରୁ କେହି ଏହି ବିବାହ ଉତ୍ସବରେ ଯୋଗଦେବାକୁ ମୁମ୍ବାଇ ଯିବେ ନାହିଁ।

ଇତି ମଧ୍ୟରେ ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ଯାଦବ ମଧ୍ୟ ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ ପରିବାର ଲୋକଙ୍କ ସହ ମୁମ୍ବାଇରେ ପହଞ୍ଚିଛନ୍ତି।
ଏଥର ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ଟିଏମସି ମୁଖ୍ୟ ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି ଯେ ସେ ଶରଦ ପାୱାରଙ୍କ ଘରକୁ ଯିବେ ଏବଂ ରାଜନୀତକୁ ନେଇ ମଧ୍ୟ ଆଲୋଚନା ହେବ। ଏଥର ଲୋକ ସଭା ନିର୍ବାଚନରେ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ରରେ ଭାଜପା ବହୁ କ୍ଷତି ସହିଛି। ୟୁପିରେ ଅଖିଳେଶ ଯାଦବ ଏବଂ ରାହୁଲ ଗାନ୍ଧୀଙ୍କ ଯୋଡି ହୋଇଥିବାବେଳେ ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ଏବଂ ଶରଦ ପାୱାରଙ୍କ ଯୋଡି ଭାଜପାକୁ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଦେଇ ନଥିଲା।

The post ଅନନ୍ତ-ରାଧିକାଙ୍କ ବିବାହ ମାଧ୍ୟମରେ ଏକାଠି ହେଲା ଇଣ୍ଡିଆ ମେଣ୍ଟ, ରାହୁଲଙ୍କ ବିନା ଭାଜପାକୁ କରିବେ ଟାର୍ଗେଟ appeared first on Dharitri Odia News.