୪୫ ତମ ଅନ୍ତଃ ମହାବିଦ୍ୟାଳୟ ଚେସ ପୁରୁଷ, ମହିଳା ପ୍ରତିଯୋଗିତା ଉଦଯାପିତ

ଗୋପାଳପୁର ୯/୧୦ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପରିଷଦ ଅଧୀନରେ ଥୂବା ସାମନ୍ତୀଆପଲ୍ଲୀ ସ୍ଥିତ ଏସ ବି ପି ମହାବିଦ୍ୟାଳୟରେ ଚାଲିଥିବା ୪୫ ତମ ଅନ୍ତଃ ମହାବିଦ୍ୟାଳୟ ଚେସ ପୁରୁଷ ଓ ମହିଳା ପ୍ରତିଯୋଗିତା ଆଜି ଉଦଯାପିତ ହୋଇଛି l ଉଦଯାପନୀ ଉତ୍ସବ କଲେଜ ଅଧକ୍ଷ ଡ଼. ଜୟ ପ୍ରକାଶ ପାଢ଼ୀଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜ ପରିଚାଳନା କମିଟିର ସଭାପତି ମଦନ ମୋହନ ପ୍ରଧାନ, ସମ୍ମାନିତ ଅତିଥି ଭାବେ ପୂର୍ବତନ ଅଧକ୍ଷ ମାନସ […] The post ୪୫ ତମ ଅନ୍ତଃ ମହାବିଦ୍ୟାଳୟ ଚେସ ପୁରୁଷ, ମହିଳା ପ୍ରତିଯୋଗିତା ଉଦଯାପିତ appeared first on Odisha.News.

୪୫ ତମ ଅନ୍ତଃ ମହାବିଦ୍ୟାଳୟ ଚେସ ପୁରୁଷ, ମହିଳା ପ୍ରତିଯୋଗିତା ଉଦଯାପିତ

ଗୋପାଳପୁର ୯/୧୦
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପରିଷଦ ଅଧୀନରେ ଥୂବା ସାମନ୍ତୀଆପଲ୍ଲୀ ସ୍ଥିତ ଏସ ବି ପି ମହାବିଦ୍ୟାଳୟରେ ଚାଲିଥିବା ୪୫ ତମ ଅନ୍ତଃ ମହାବିଦ୍ୟାଳୟ ଚେସ ପୁରୁଷ ଓ ମହିଳା ପ୍ରତିଯୋଗିତା ଆଜି ଉଦଯାପିତ ହୋଇଛି l ଉଦଯାପନୀ ଉତ୍ସବ କଲେଜ ଅଧକ୍ଷ ଡ଼. ଜୟ ପ୍ରକାଶ ପାଢ଼ୀଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜ ପରିଚାଳନା କମିଟିର ସଭାପତି ମଦନ ମୋହନ ପ୍ରଧାନ, ସମ୍ମାନିତ ଅତିଥି ଭାବେ ପୂର୍ବତନ ଅଧକ୍ଷ ମାନସ ରଞ୍ଜନ ଆଚାର୍ଯ୍ୟ, ଚିକିଟି ମହାବିଦ୍ୟାଳୟର ପି ଇ ଟି ଜେ. ଜଗନ୍ନାଥ ରାଓ,ଫୁଟବଲ କୋଚ ରାଜେଶ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି କ୍ରୀଡ଼ାବିତ୍ତ ମାନଙ୍କୁ ଉତ୍ସହିତ କରିଥିଲେ l ପୁରୁଷ ବର୍ଗରେ ପ୍ରଥମ ସ୍ଥାନ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପିନାକୀ ପଣ୍ଡା, ଦ୍ୱିତୀୟ ବ୍ରହ୍ମପୁର ଏମ କେ ସି ଜି ର ସୌରଭ ମହାପାତ୍ର, ତୃତୀୟ ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜର ସୁରଜ କୁମାର ତ୍ରିପାଠୀ, ୪ର୍ଥ ସ୍ଥାନ ବ୍ରହ୍ମପୁର ଏମ କେ ସି ଜି ର ଦିବ୍ୟ ଜ୍ୟୋତି ମହାନ୍ତି, ପଞ୍ଚମ ସ୍ଥାନ ଚିକିଟି ମହାବିଦ୍ୟାଳୟର ଓମ ପ୍ରକାଶ ସାହୁ l ସେହିପରି ମହିଳା ବର୍ଗରେ ପ୍ରଥମ ସ୍ଥାନ ବାଲିଗୁଡା ଆଦିବାସୀ କଲେଜର ନିର୍ମିତା ପ୍ରଧାନ, ଦ୍ୱିତୀୟ ବ୍ରହ୍ମପୁର ଏମ କେ ସି ଜି କଲେଜର ଶୁଭଶ୍ରୀ ସାହୁ, ତୃତୀୟ ଚିକିଟି ମହାବିଦ୍ୟାଳୟର ରାକ୍ଷୀ ସାହୁ,୪ର୍ଥ ସ୍ଥାନ ଓ ପଞ୍ଚମ ସ୍ଥାନରେ ବାଲିଗୁଡା ଆଦିବାସୀ କଲେଜର ପୂଜା ମଲ୍ଲିକ, ଶୁଭଶ୍ରୀ କହଁର ସ୍ଥାନ ପାଇଥିବାରୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ସହ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା l ଅଫିସିଅଲ ଭାବେ ଜି. ସତ୍ୟନାରାୟଣ, ବିନାୟକ ରଥ,ବିଷ୍ଣୁ ପ୍ରସାଦ ପୁରୋହିତ ଦାୟିତ୍ୱ ତୁଲାଇଥିଲେ l ଅଧ୍ୟାପକ ଡ଼.ରମେଶ ଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂଘଠନିକ ସମ୍ପାଦକ ସୁଧାକର ବିଷୋୟୀ ସଭା ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ l କଲେଜର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ l

The post ୪୫ ତମ ଅନ୍ତଃ ମହାବିଦ୍ୟାଳୟ ଚେସ ପୁରୁଷ, ମହିଳା ପ୍ରତିଯୋଗିତା ଉଦଯାପିତ appeared first on Odisha.News.