ଜମ୍ମୁ କାଶ୍ମୀର କୁଲଗାମ୍‌ରେ ବଡ ସର୍ଚ୍ଚ ଅପରେସନ, ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ଆତଙ୍କୀ ନିପାତ

ନୂଆଦିଲ୍ଲୀ ୦୨।୦୮; ଜମ୍ମୁ ଓ କାଶ୍ମୀରର କୁଲଗାମ ଜିଲ୍ଲାରେ ଚାଲିଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଜଣେ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଶୁକ୍ରବାର ଦିନ ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର ଅଖଲ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ପରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ଅପରେସନ ଅଖଲ ନାମରେ ଏହି ଏନକାଉଣ୍ଟର କରାଯାଇଛି।ଏହି ଅପରେସନ ରାତି ସାରା ଗୁଳିବିନିମୟ ଜାରି ରହିଥିଲା। ସୈନ୍ୟମାନେ ଗୁଳିଚାଳନା କରି ଆତଙ୍କବାଦୀଙ୍କୁ ଘେରାବନ୍ଦୀ କରିଥିଲେ। ଏହା ପରେ ଏନକାଉଣ୍ଟର ହୋଇଥିଲା। ଏପର୍ଯ୍ୟନ୍ତ ସୁରକ୍ଷା ବାହିନୀ ଜଣେ ଆତଙ୍କବାଦୀଙ୍କୁ ନିପାତ କରିଛି। ଅପରେସନ ଅଖଲ ଜାରି ରହିଛି ବୋଲି ସକାଳେ ଏକ୍ସରେ ଏକ ପୋଷ୍ଟରେ କହିଛି।ଜୁଲାଇ ୨୮ରେ ଦାଚିଗାମ ଜାତୀୟ ଉଦ୍ୟାନ ନିକଟସ୍ଥ ହରୱାନ ଅଞ୍ଚଳର ମୁଲନାରରେ ‘ଅପରେସନ ମହାଦେବ’ ଅଧୀନରେ ତିନି ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା। ସେହିପରି ଗୁରୁବାର ଦିନ ପୁଞ୍ଚରେ ଏଲଓସି ନିକଟରେ ଆଉ ଦୁଇ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଥିଲା। ପୋଲିସ କହିଥିଲା ଯେ ଏହି ଦୁଇ ଜଣ ପାକିସ୍ତାନରୁ ଅନୁପ୍ରବେଶ କରିଥିଲେ ଏବଂ ଭାରତୀୟ ସୀମାରେ ପ୍ରବେଶ କରିବା ପରେ ସେମାନଙ୍କୁ ଅଟକାଯାଇଥିଲା। 

ଜମ୍ମୁ କାଶ୍ମୀର କୁଲଗାମ୍‌ରେ ବଡ ସର୍ଚ୍ଚ ଅପରେସନ, ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ଆତଙ୍କୀ ନିପାତ

ନୂଆଦିଲ୍ଲୀ ୦୨।୦୮; ଜମ୍ମୁ ଓ କାଶ୍ମୀରର କୁଲଗାମ ଜିଲ୍ଲାରେ ଚାଲିଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଜଣେ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଶୁକ୍ରବାର ଦିନ ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର ଅଖଲ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ପରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ଅପରେସନ ଅଖଲ ନାମରେ ଏହି ଏନକାଉଣ୍ଟର କରାଯାଇଛି।

ଏହି ଅପରେସନ ରାତି ସାରା ଗୁଳିବିନିମୟ ଜାରି ରହିଥିଲା। ସୈନ୍ୟମାନେ ଗୁଳିଚାଳନା କରି ଆତଙ୍କବାଦୀଙ୍କୁ ଘେରାବନ୍ଦୀ କରିଥିଲେ। ଏହା ପରେ ଏନକାଉଣ୍ଟର ହୋଇଥିଲା। ଏପର୍ଯ୍ୟନ୍ତ ସୁରକ୍ଷା ବାହିନୀ ଜଣେ ଆତଙ୍କବାଦୀଙ୍କୁ ନିପାତ କରିଛି। ଅପରେସନ ଅଖଲ ଜାରି ରହିଛି ବୋଲି ସକାଳେ ଏକ୍ସରେ ଏକ ପୋଷ୍ଟରେ କହିଛି।

ଜୁଲାଇ ୨୮ରେ ଦାଚିଗାମ ଜାତୀୟ ଉଦ୍ୟାନ ନିକଟସ୍ଥ ହରୱାନ ଅଞ୍ଚଳର ମୁଲନାରରେ ‘ଅପରେସନ ମହାଦେବ’ ଅଧୀନରେ ତିନି ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା। ସେହିପରି ଗୁରୁବାର ଦିନ ପୁଞ୍ଚରେ ଏଲଓସି ନିକଟରେ ଆଉ ଦୁଇ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଥିଲା। ପୋଲିସ କହିଥିଲା ଯେ ଏହି ଦୁଇ ଜଣ ପାକିସ୍ତାନରୁ ଅନୁପ୍ରବେଶ କରିଥିଲେ ଏବଂ ଭାରତୀୟ ସୀମାରେ ପ୍ରବେଶ କରିବା ପରେ ସେମାନଙ୍କୁ ଅଟକାଯାଇଥିଲା।