ମନମୋହନ ସିଂଙ୍କ ୩ ଝିଅ କ’ଣ କରନ୍ତି? ରାଜନୀତିଠାରୁ ଯିଏ ନିଜକୁ ଦୂରେଇ ରଖି…

ନୂଆଦିଲ୍ଲୀ,୨୮।୧୨: ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ। ୧୯୫୮ରେ ସେ ଗୁରଶରଣ କୌରଙ୍କୁ ବିବାହ କରିଥିଲେ। ତାଙ୍କର ୩ ଝିଅ ଅଛନ୍ତି। ସେମାନେ ହେଲେ ଉପିନ୍ଦର ସିଂ, ଦମନ ସିଂ, ଅମୃତ ସିଂ। ସମସ୍ତେ ରାଜନୀତି କ୍ଷେତ୍ରରୁ ଦୂରରେ ରହି ନିଜ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ମନମୋହନଙ୍କ ବଡ଼ ଝିଅ ଉପିନ୍ଦର ଇତିହାସର ଜଣାଶୁଣା ପ୍ରଫେସର ଅଛନ୍ତି। ମଝିଆ ଝିଅ ଆଇନକୁ ପେସା କରିଛନ୍ତି। ସେହିଭଳି ସାନ ଝିଅ ପେସାରେ […] The post ମନମୋହନ ସିଂଙ୍କ ୩ ଝିଅ କ’ଣ କରନ୍ତି? ରାଜନୀତିଠାରୁ ଯିଏ ନିଜକୁ ଦୂରେଇ ରଖି… appeared first on Dharitri Odia News.

ମନମୋହନ ସିଂଙ୍କ ୩ ଝିଅ କ’ଣ କରନ୍ତି? ରାଜନୀତିଠାରୁ ଯିଏ ନିଜକୁ ଦୂରେଇ ରଖି…
ନୂଆଦିଲ୍ଲୀ,୨୮।୧୨: ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ। ୧୯୫୮ରେ ସେ ଗୁରଶରଣ କୌରଙ୍କୁ ବିବାହ କରିଥିଲେ। ତାଙ୍କର ୩ ଝିଅ ଅଛନ୍ତି। ସେମାନେ ହେଲେ ଉପିନ୍ଦର ସିଂ, ଦମନ ସିଂ, ଅମୃତ ସିଂ। ସମସ୍ତେ ରାଜନୀତି କ୍ଷେତ୍ରରୁ ଦୂରରେ ରହି ନିଜ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ମନମୋହନଙ୍କ ବଡ଼ ଝିଅ ଉପିନ୍ଦର ଇତିହାସର ଜଣାଶୁଣା ପ୍ରଫେସର ଅଛନ୍ତି। ମଝିଆ ଝିଅ ଆଇନକୁ ପେସା କରିଛନ୍ତି। ସେହିଭଳି ସାନ ଝିଅ ପେସାରେ ଜଣେ ଲେଖିକା।
-ଉପିନ୍ଦର ସିଂ: ମନମୋହନଙ୍କ ବଡ଼ ଝିଅ ଉପିନ୍ଦର ଅଶୋକା ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅଛନ୍ତି। ସେ ଲେଖକ ବିଜୟ ତନ୍‌ଖାଙ୍କୁ ବିବାହ କରିଛନ୍ତି। ଉପିନ୍ଦର ଅନେକ ପୁସ୍ତକ ରଚନା କରିଛନ୍ତି। ସେ ପ୍ରାଚୀନ ଭାରତୀୟ ଇତିହାସ ଉପରେ ଗୁରୁତ୍ୱପୂର୍ଣ୍ଣ କାମ କରିଛନ୍ତି। ତାଙ୍କୁ କେମ୍ରିଜ୍‌ରୁ ଫେଲୋସିପ ମଧ୍ୟ ମିଳିଛି। ଯେତେବେଳେ ସଞ୍ଜୟ ବାରୁ ‘ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ ପୁସ୍ତକ ରଚନା କରିଥିଲେ, ସେ ଏହାର କଡ଼ା ସମାଲୋଚନା କରିଥିଲେ।
-ଅମୃତ ସିଂ: ମନମୋହନଙ୍କ ମଝିଆ ଝିଅ ହେଉଛନ୍ତି ଅମୃତ। ସେ ଜଣେ ଜଣାଶୁଣା ଓକିଲ। ସେ ଷ୍ଟେଫର୍ଡ ବିଶ୍ୱବିଦ୍ୟାଳୟରେ ଆଇନର ପ୍ରଫେସର ଅଛନ୍ତି। ସେ ସାରା ବିଶ୍ୱରେ ଅନେକ ମାନବାଧିକାର ପ୍ରସଙ୍ଗରେ କାମ କରିଛନ୍ତି। କେମ୍ରିଜ୍‌ ବିଶ୍ୱବିଦ୍ୟାଳୟରୁ ସେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।
-ଦମନ ସିଂ: ମନମୋହନଙ୍କ ସାନ ଝିଅ ହେଉଛନ୍ତି ଦମନ। ସେ ଜଣେ ଖ୍ୟତନାମା ଲେଖିକା। ସେ ‘ଦ ଲାଷ୍ଟ ଫ୍ରଣ୍ଟିୟର’ ବ୍ୟତୀତ ‘ଷ୍ଟ୍ରିକ୍ଟଲି ପର୍ସନାଲ: ମନମୋହନ ଆଣ୍ଡ ଗୁରୁଶରଣ’ ନାମରେ ନିଜ ମାତାପିତାଙ୍କ ବାୟୋଗ୍ରାଫି ଳେଖିଛନ୍ତି। ଏଥିରେ ମନମୋହନଙ୍କ ବ୍ୟକ୍ତିଗତ ଜୀବନର ଅନେକ ଘଟଣା ଉଲ୍ଲେଖ ରହିଛି। ସେ ଆଇପିଏସ ଅଶୋକ ପଟ୍ଟନାୟକଙ୍କୁ ବିବାହ କରିଛନ୍ତି। ସେ ୧୯୮୪ରେ ନିଜର ସ୍ନାତକ ଶେଷ କରିଥିଲେ।

The post ମନମୋହନ ସିଂଙ୍କ ୩ ଝିଅ କ’ଣ କରନ୍ତି? ରାଜନୀତିଠାରୁ ଯିଏ ନିଜକୁ ଦୂରେଇ ରଖି… appeared first on Dharitri Odia News.