ଦାରିଙ୍ଗବାଡିକୁ ଏନଏସି ଘୋଷଣା ପାଇଁ ଦାବି: ଅଣ୍ଟାଭିଡ଼ିଲେ ଭାଜପା ଯୁବନେତା
ଦାରିଙ୍ଗବାଡି, ୩୦।୫(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ରାଜ୍ୟର ପ୍ରମୁଖ ପର୍ଯ୍ୟଟନକ୍ଷେତ୍ର ପାଇଁ ଜଣାଶୁଣା। ଏଠାକାର ଜଳବାୟୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ତେଣୁ ଦାରିଙ୍ଗବାଡି ପର୍ଯ୍ୟଟନକ୍ଷେତ୍ର ସମେତ ଜିଲାର ସମସ୍ତ ପର୍ଯ୍ୟଟନକ୍ଷେତ୍ରର ବିକାଶ ସହ ଦାରିଙ୍ଗବାଡିକୁ ଏନଏସି ଘୋଷଣା କରାଯିବା ପାଇଁ ଦାରିଙ୍ଗବାଡିର ଜଣେ ଭାଜପାର ଯୁବନେତା ତଥା ଆଇନଜୀବୀ ହରେନ କୁମାର ସାହୁ ବିଧାନସଭାର ଷ୍ଟାଣ୍ଡିଂ କମିଟିର ବିଧାୟକ ପ୍ରତିନିଧିମାନଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ସେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଦାରିଙ୍ଗବାଡିର ବିକାଶ ପାଇଁ […] The post ଦାରିଙ୍ଗବାଡିକୁ ଏନଏସି ଘୋଷଣା ପାଇଁ ଦାବି: ଅଣ୍ଟାଭିଡ଼ିଲେ ଭାଜପା ଯୁବନେତା appeared first on Dharitri Odia News.
ଦାରିଙ୍ଗବାଡି, ୩୦।୫(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ରାଜ୍ୟର ପ୍ରମୁଖ ପର୍ଯ୍ୟଟନକ୍ଷେତ୍ର ପାଇଁ ଜଣାଶୁଣା। ଏଠାକାର ଜଳବାୟୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ତେଣୁ ଦାରିଙ୍ଗବାଡି ପର୍ଯ୍ୟଟନକ୍ଷେତ୍ର ସମେତ ଜିଲାର ସମସ୍ତ ପର୍ଯ୍ୟଟନକ୍ଷେତ୍ରର ବିକାଶ ସହ ଦାରିଙ୍ଗବାଡିକୁ ଏନଏସି ଘୋଷଣା କରାଯିବା ପାଇଁ ଦାରିଙ୍ଗବାଡିର ଜଣେ ଭାଜପାର ଯୁବନେତା ତଥା ଆଇନଜୀବୀ ହରେନ କୁମାର ସାହୁ ବିଧାନସଭାର ଷ୍ଟାଣ୍ଡିଂ କମିଟିର ବିଧାୟକ ପ୍ରତିନିଧିମାନଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।
ସେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଦାରିଙ୍ଗବାଡିର ବିକାଶ ପାଇଁ ଏନଏସି ଘୋଷଣା କରାଯିବା ଦରକାର। ଏଥିପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ସେ ଦାବି କରିଛି। ଏହାସହ ଏକଲବ୍ୟ ବିଦ୍ୟାଳୟ ସ୍ଥାପନ କରାଗଲେ ଅଞ୍ଚଳର ଜନଜାତି ସମ୍ପ୍ରଦାୟର ଛାତ୍ରୀଛାତ୍ରଙ୍କ ଶିକ୍ଷାର ବିକାଶ ହୋଇପାରିବ ବୋଲି ସେ ଦାବିପତ୍ରରେ ଉଲ୍ହେଖ କରିଛନ୍ତି।
ସେହିପରି ଦାରିଙ୍ଗବାଡି ହସ୍ପିଟାଲରେ ବିଭିନ୍ନ ବିଭାଗର ଡାକ୍ତର ପଦବୀ ଖାଲି ପଡିଛି। ୨୫ ପଞ୍ଚାୟତ ନିର୍ଭର କରୁଥିବା ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଖାଲିଥିବା ଡାକ୍ତର ପଦବୀ ପୂରଣ କରାଯିବା ପାଇଁ ସେ ଦାବି ଜଣାଇବା ସହ ପର୍ଯ୍ୟଟନକ୍ଷେତ୍ରର ବିକାଶ କରାଯିବାକୁ ଦାବି ରଖିଛନ୍ତି। ଏହାର ବିକାଶ ହେଲେ ଅଞ୍ଚଳର ଲୋକେ ସ୍ବାବଲମ୍ବୀ ହୋଇପାରିବେ ବୋଲି ଭାଜପାର ଯୁବ ନେତା ହରେନ ପ୍ରତିନିଧି ଦଳଙ୍କୁ ଅବଗତ କରାଇଛନ୍ତି। ଏହି ପ୍ରତିନିଧି ଦଳର ଅଧ୍ୟକ୍ଷ ବିଭୁତି ଭୂଷଣ ପ୍ରଧାନଙ୍କ ନେତୃତ୍ୱରେ ଦାରିଙ୍ଗବାଡିର ବିଭିନ୍ନ ପର୍ଯ୍ୟଟନକ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।
The post ଦାରିଙ୍ଗବାଡିକୁ ଏନଏସି ଘୋଷଣା ପାଇଁ ଦାବି: ଅଣ୍ଟାଭିଡ଼ିଲେ ଭାଜପା ଯୁବନେତା appeared first on Dharitri Odia News.