ପିଆଜ ରପ୍ତାନି ଉପରୁ ହଟିଲା କଟକଣା

ଭୁବନେଶ୍ୱର,୫।୫(ଅନୁରାଧା ମହାରଣା): ଘରୋଇ ବଜାରରେ ପିଆଜ ଦରବୃଦ୍ଧିରେ ଲଗାମ ଲଗାଇବା ପାଇଁ କେନ୍ଦ୍ର ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ପୂର୍ବରୁ ପିଆଜ ରପ୍ତାନି ଉପରେ ସରକାର କଟକଣା ଜାରି କରିଥିବାବେଳେ ବର୍ତ୍ତମାନ ଏହି କଟକଣା ପ୍ରତ୍ୟାହର କରାଯାଇଛି। ମାତ୍ର ପିଆଜ ରପ୍ତାନି ଉପରେ ଶୁଳ୍କ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଏକ ସରକାରୀ ବିବୃତିରେ କୁହାଯାଇଛି, ପିଆଜ ରପ୍ତାନି ଉପରେ ସରକାର ୪୦ ପ୍ରତିଶତ ରପ୍ତାନି ଶୁଳ୍କ ବଳବତ୍ତର ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଘରୋଇ ବଜାରରେ […] The post ପିଆଜ ରପ୍ତାନି ଉପରୁ ହଟିଲା କଟକଣା appeared first on Dharitri Odia News.

ପିଆଜ ରପ୍ତାନି ଉପରୁ ହଟିଲା କଟକଣା

ଭୁବନେଶ୍ୱର,୫।୫(ଅନୁରାଧା ମହାରଣା): ଘରୋଇ ବଜାରରେ ପିଆଜ ଦରବୃଦ୍ଧିରେ ଲଗାମ ଲଗାଇବା ପାଇଁ କେନ୍ଦ୍ର ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ପୂର୍ବରୁ ପିଆଜ ରପ୍ତାନି ଉପରେ ସରକାର କଟକଣା ଜାରି କରିଥିବାବେଳେ ବର୍ତ୍ତମାନ ଏହି କଟକଣା ପ୍ରତ୍ୟାହର କରାଯାଇଛି। ମାତ୍ର ପିଆଜ ରପ୍ତାନି ଉପରେ ଶୁଳ୍କ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଏକ ସରକାରୀ ବିବୃତିରେ କୁହାଯାଇଛି, ପିଆଜ ରପ୍ତାନି ଉପରେ ସରକାର ୪୦ ପ୍ରତିଶତ ରପ୍ତାନି ଶୁଳ୍କ ବଳବତ୍ତର ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଘରୋଇ ବଜାରରେ ପିଆଜ ଦର ବଢ଼ିବା ପରେ ଗତ ବର୍ଷ ଅଗଷ୍ଟରେ ପିଆଜ ରପ୍ତାନି ଉପରେ ସରକାର ୪୦ ପ୍ରତିଶତ ରପ୍ତାନି ଶୁଳ୍କ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ୨୦୨୩ ଡିସେମ୍ବର ୩୧ ପର୍ଯ୍ୟନ୍ତ ରପ୍ତାନି ଶୁଳ୍କ ଲାଗୁ କରାଯାଇଥିଲା। ତେବେ ଏହା ପରେ ମଧ୍ୟ ଘରୋଇ ବଜାରରେ ଯୋଗାଣରେ କୌଣସି ଉନ୍ନତି ନ ହେବାରୁ ସରକାର ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲେ। ପରବର୍ତ୍ତୀ ସମୟରେ ପିଆଜ ରପ୍ତାନି ଉପରେ କଟକଣା ମଧ୍ୟରେ କିଛି ପଡ଼ୋଶୀ ଦେଶକୁ ପିଆଜ ପଠାଇବାକୁ ଭାରତ ସରକାର ନିକଟରେ ଅନୁମୋଦନ ଦେଇଛନ୍ତି।

ଗତ ମାସରେ କେନ୍ଦ୍ର ସରକାର ସୂଚନା ଦେଇଥିଲେ ଯେ ୬ ଦେଶକୁ ପ୍ରାୟ ୧ ଲକ୍ଷ ଟନ ପିଆଜ ରପ୍ତାନି ପାଇଁ ଅନୁମୋଦନ ଦିଆଯାଇଛି। ପିଆଜ ରପ୍ତାନି ପାଇଁ ଅନୁମତି ପାଇଥିବା ଦେଶ ମଧ୍ୟରେ ବାଂଲାଦେଶ, ସଂଯୁକ୍ତ ଆରବ ଏମିରେଟ୍ସ, ଭୁଟାନ, ବାହାରିନ୍‌, ମରିସସ୍‌ ଏବଂ ଶ୍ରୀଲଙ୍କା ରହିଛି। ଏହି ସମସ୍ତ ୬ ପଡ଼ୋଶୀ ଦେଶକୁ ୯୯ ହଜାର ୧୫୦ଟନ ପିଆଜ ରପ୍ତାନି ହେବ। ତେବେ ପିଆଜ ଏବଂ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟ କ୍ଷେତ୍ରରେ ସରକାର ବାଣିଜ୍ୟ ସମ୍ବନ୍ଧୀୟ ନୀତିରେ କିଛି ପରିବର୍ତ୍ତନ କରିଛନ୍ତି। ୨୦୨୫ ଡିସେମ୍ବର ପର୍ଯ୍ୟନ୍ତ ଦେଶୀ ଚଣା ଉପରୁ ସରକାର ଆମଦାନୀ ଶୁଳ୍କ ଛାଡ଼ କରିଛନ୍ତି। ସେହିଭଳି ହଳଦିଆ ମଟର ଉପରେ ଆମଦାନୀ ଶୁଳ୍କ ଛାଡ଼କୁ ୨୦୨୪ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସମସ୍ତ ପରିବର୍ତ୍ତନ ଶନିବାରଠାରୁ କାର୍ଯ୍ୟକାରୀ ହୋଇଛି।

The post ପିଆଜ ରପ୍ତାନି ଉପରୁ ହଟିଲା କଟକଣା appeared first on Dharitri Odia News.