ଯୁକ୍ତ୨ ପରୀକ୍ଷା: ଆଜି ସରିବ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ

ଭୁବନେଶ୍ୱର, ୨।୪(ଅସମାପିକା ସାହୁ):ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ଖାତା ମୂଲ୍ୟାୟନ ପ୍ରକ୍ରିୟା ମଙ୍ଗଳବାର ଶେଷ ହେବ। ଖାତା ଦେଖିବାକୁ ମୋଟ ୬,୫୦୦ ଶିକ୍ଷକ ନିୟୋଜିତ ହୋଇଛନ୍ତି। ଅନ୍‌ଲାଇନରେ ୨,୮୦୦ ଶିକ୍ଷକ ଖାତା ଦେଖୁଥିବାବେଳେ ଅଫ୍‌ଲାଇନରେ ୩,୭୦୦ଜଣ ଦେଖୁଛନ୍ତି। ସେପଟେ ଆସନ୍ତା ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ହେବ। ଏଥିରେ ପ୍ରାୟ ୪ହଜାର ଶିକ୍ଷକ ଖାତାଦେଖା ପାଇଁ ନିୟୋଜିତ ହେବେ। ଚଳିତବର୍ଷ ୩ଲକ୍ଷ ୮୬ହଜାର ୨୫୦ଜଣ […] The post ଯୁକ୍ତ୨ ପରୀକ୍ଷା: ଆଜି ସରିବ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ appeared first on Dharitri Odia News.

ଯୁକ୍ତ୨ ପରୀକ୍ଷା: ଆଜି ସରିବ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ

ଭୁବନେଶ୍ୱର, ୨।୪(ଅସମାପିକା ସାହୁ):ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ଖାତା ମୂଲ୍ୟାୟନ ପ୍ରକ୍ରିୟା ମଙ୍ଗଳବାର ଶେଷ ହେବ। ଖାତା ଦେଖିବାକୁ ମୋଟ ୬,୫୦୦ ଶିକ୍ଷକ ନିୟୋଜିତ ହୋଇଛନ୍ତି। ଅନ୍‌ଲାଇନରେ ୨,୮୦୦ ଶିକ୍ଷକ ଖାତା ଦେଖୁଥିବାବେଳେ ଅଫ୍‌ଲାଇନରେ ୩,୭୦୦ଜଣ ଦେଖୁଛନ୍ତି। ସେପଟେ ଆସନ୍ତା ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ହେବ। ଏଥିରେ ପ୍ରାୟ ୪ହଜାର ଶିକ୍ଷକ ଖାତାଦେଖା ପାଇଁ ନିୟୋଜିତ ହେବେ।
ଚଳିତବର୍ଷ ୩ଲକ୍ଷ ୮୬ହଜାର ୨୫୦ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ତେବେ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଖାତା ଅନ୍‌ଲାଇନରେ ଏବଂ କଳା ଓ ଧନ୍ଦାମୂଳକ ଶିକ୍ଷାର ମୂଲ୍ୟାୟନ ଅଫ୍‌ଲାଇନ୍‌ରେ ହେଉଛି। ନିର୍ଦ୍ଧାରିତ ସମୟ ସୁଦ୍ଧା ମୂଲ୍ୟାୟନ ପ୍ରକ୍ରିୟା ଶେଷ କରି ମେ’ ୧୫ ମଧ୍ୟରେ ଫଳ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି। ଚଳିତବର୍ଷ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ପୂର୍ବରୁ ସୂଚନା ଦିଆଯାଇଛି।

The post ଯୁକ୍ତ୨ ପରୀକ୍ଷା: ଆଜି ସରିବ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ appeared first on Dharitri Odia News.