କର୍ଲାମୁଣ୍ଡାର ପ୍ରଥମ ମହିଳା ବ୍ଲକ ଉପାଧ୍ୟକ୍ଷାଙ୍କ ପରଲୋକ

କର୍ଲାମୁଣ୍ଡା/ରିଷିଡା ୨୧।୬: ପ୍ରଦୀପ କୁମାର ସାହୁ/ସୁଶାନ୍ତ କୁମାର ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ପ୍ରଥମ ମହିଳା ବ୍ଲକ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ପାତ୍ରଙ୍କ ୬୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଏହି ଖବର ପ୍ରଚାରିତ ହେବ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଶନିବାର ପ୍ରିୟଜନଙ୍କ ଉପସ୍ଥିତରେ ଏକ ମାତ୍ର ପୁତ୍ର ବିଶ୍ୱ ଦୀପକ ପାତ୍ର ମୁଖାଗ୍ନି ଦେଇଥିଲେ। ସୂର୍ଯ୍ୟକାନ୍ତି ରିଷିଡାର ଅବସର ପ୍ରାପ୍ତ ଶିକ୍ଷକ ପ୍ରେମାନନ୍ଦ ପାତ୍ରଙ୍କ ଧର୍ମ ପତ୍ନୀ ଅଟନ୍ତି। ସେ ୧୯୯୨ରୁ ୧୯୯୫ […] The post କର୍ଲାମୁଣ୍ଡାର ପ୍ରଥମ ମହିଳା ବ୍ଲକ ଉପାଧ୍ୟକ୍ଷାଙ୍କ ପରଲୋକ appeared first on Dharitri Odia News.

କର୍ଲାମୁଣ୍ଡାର ପ୍ରଥମ ମହିଳା ବ୍ଲକ ଉପାଧ୍ୟକ୍ଷାଙ୍କ ପରଲୋକ

କର୍ଲାମୁଣ୍ଡା/ରିଷିଡା ୨୧।୬: ପ୍ରଦୀପ କୁମାର ସାହୁ/ସୁଶାନ୍ତ କୁମାର ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ପ୍ରଥମ ମହିଳା ବ୍ଲକ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ପାତ୍ରଙ୍କ ୬୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଏହି ଖବର ପ୍ରଚାରିତ ହେବ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଶନିବାର ପ୍ରିୟଜନଙ୍କ ଉପସ୍ଥିତରେ ଏକ ମାତ୍ର ପୁତ୍ର ବିଶ୍ୱ ଦୀପକ ପାତ୍ର ମୁଖାଗ୍ନି ଦେଇଥିଲେ। ସୂର୍ଯ୍ୟକାନ୍ତି ରିଷିଡାର ଅବସର ପ୍ରାପ୍ତ ଶିକ୍ଷକ ପ୍ରେମାନନ୍ଦ ପାତ୍ରଙ୍କ ଧର୍ମ ପତ୍ନୀ ଅଟନ୍ତି। ସେ ୧୯୯୨ରୁ ୧୯୯୫ ପର୍ଯ୍ୟନ୍ତ ବ୍ଲକ ଉପାଧ୍ୟା ରହିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁପଟ୍ଟନାଙ୍କ ପ୍ରିୟ ହୋଇପାରି ଥିଲେ।

ଜିଲା ଭିଜିଲାନ୍ସ ସେଲ୍‌ ସଦସ୍ୟ, ବିଜେଡ଼ି ଦଳର ବିଭିନ୍ନ ପଦ ପଦବୀରେ ରହିବା ସହ ଅନେକ ଶିକ୍ଷା ଅନୁଷ୍ଠାନ ସହିତ ସେ ଜଡିତ ଥିଲେ। ତାଙ୍କ ବିୟୋଗରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ଜିଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ସେଲଟ୍ୟାକ୍ସ କମିଶନର ଲଷ୍ମୀକାନ୍ତ ସାହୁ, ବରିଷ୍ଠ କଂଗ୍ରେସ ନେତା ବାବୁଲି ମଣ୍ଡଳଙ୍କ ସମେତ କର୍ଲାମୁଣ୍ଡା ପ୍ରେସ କ୍ଲବ, ରିଷିଡା ରାମକୃଷ୍ଣ ସାଂସ୍କୃତିକ ସଂସଦ, ଗ୍ରାମ ଉନ୍ନୟନ କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି।

The post କର୍ଲାମୁଣ୍ଡାର ପ୍ରଥମ ମହିଳା ବ୍ଲକ ଉପାଧ୍ୟକ୍ଷାଙ୍କ ପରଲୋକ appeared first on Dharitri Odia News.